ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜଙ୍କ ନାମ କହି ଫ୍ରିରେ ପେଟ୍ରୋଲ ନିଅନ୍ତୁ, ମେଡାଲ ବିଜେତାଙ୍କ ସମ୍ମାନାର୍ଥେ ଫ୍ୟାନଙ୍କ ଅଜବ ଅଫର

ଟୋକ୍ୟୋ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ନାମକୁ ଉଜ୍ଜ୍ୱଳ କରିଥିବା ନୀରଜ ଚୋପ୍ରାଙ୍କ ପାଇଁ ଦେଶର ପ୍ରତ୍ୟେକ ନାଗରିକ ଗର୍ବ ଅନୁଭବ କରୁଛନ୍ତି | ବର୍ତ୍ତମାନ ନୀରଜ ଚୋପ୍ରାଙ୍କର ଜବରଦସ୍ତ ଫ୍ୟାନ ଫୋଲୋଇଙ୍ଗ ହୋଇଯାଇଛନ୍ତି | ସମସ୍ତଙ୍କ ପରି ଗୁଜୁରାଟରେ ‘ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ’ର ପେଟ୍ରୋଲ ପମ୍ପ ମାଲିକ ମଧ୍ୟ ତାଙ୍କର ଜଣେ ଫ୍ୟାନ ହୋଇ ଯାଇଛନ୍ତି ଏବଂ ତାଙ୍କୁ ନେଇ ଏଭଳି ଏକ ଘୋଷଣା କରିଛନ୍ତି ଯାହା ନୀରଜ ନାମକ ସବୁ ଲୋକଙ୍କୁ ଫାଇଦା ଦେଉଛି |

୫୦୧ ପର୍ଯ୍ୟନ୍ତର ଫ୍ରି ପେଟ୍ରୋଲ :-

ବାସ୍ତବରେ, ପେଟ୍ରୋଲ ପମ୍ପ ମାଲିକ ଅୟୁବ ପଠାନ ନୀରଜଙ୍କୁ ନେଇ ଏତେ ଖୁସି ଆଉ ଏତେ ଗର୍ବ ଅନୁଭବ କରିଛନ୍ତି ଯେ ସେ ଗୋଟିଏ ଅଫର ମଧ୍ୟ ଦେଇଛନ୍ତି | ତାଙ୍କ ଅଫର ଅନୁଯାୟୀ, ନୀରଜ ନାମକ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦୧ ଟଙ୍କା ପର୍ଯ୍ୟନ୍ତ ଫ୍ରିରେ ପେଟ୍ରୋଲ ଦିଆଯିବ | ଏଥିପାଇଁ ବ୍ୟକ୍ତିଙ୍କୁ ଭାଲିଡ ଆଇଡି ଦେଖାଇବାକୁ ମଧ୍ୟ ପଡିବ | ଅୟୁବ ପଠାନ ଏହି ବାବଦରେ ଏକ ନୋଟିସ ବୋର୍ଡ ମଧ୍ୟ ଲଗାଇଛନ୍ତି | ଅୟୁବ ପଠାନ ଏହି ଅଫର ସୋମବାର ଦିନ ସାରାଦିନ ଚଳାଇଥିଲେ | ଏହି ସମୟରେ ନୀରଜ ନାମକ ଲୋକଙ୍କୁ ଫ୍ରିରେ ପେଟ୍ରୋଲ ଦିଆଗଲା |

ତାଙ୍କର ଏହି ଅଫରକୁ ନେଇ ସୋସିଆଲ ମିଡ଼ିଆ ୟୁଜରମାନେ ମଧ୍ୟ ବହୁତ ଖୁସି ହୋଇଛନ୍ତି ଏବଂ ତାଙ୍କୁ ନୀରଜଙ୍କର ବଡ଼ ଫ୍ୟାନ ବୋଲି କହି ପ୍ରଶଂସା କରିଛନ୍ତି | ଅୟୁବ ପଠାନଙ୍କର ଏହି ପେଟ୍ରୋଲ ଅଫରକୁ ANI ନିଜର ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛି ଏବଂ ଏହାସହିତ ଲୋକମାନଙ୍କୁ ଅଫର ଦିଆଯାଉଥିବାର କିଛି ଫଟୋ ମଧ୍ୟ ପୋଷ୍ଟ କରିଛି |

Leave a Reply

Your email address will not be published. Required fields are marked *