ସାବଧାନ : ଟିକା ନେଇ ନଥିବା ବ୍ୟକ୍ତିଙ୍କ ପାଇଁ ଖତରନାକ ହୋଇପାରେ କରୋନାର ତୃତୀୟ ଲହର,ଜାଣନ୍ତୁ କଣ କହୁଛନ୍ତି ବିଶେଶଜ୍ଞ

ଦେଶରେ କରୋନା ମହାମାରୀ ଏତେ ଶୀଘ୍ର ସମାପ୍ତ ହେବନାହିଁ|ବିଶେଷଜ୍ଞ ମାନେ ମଧ୍ୟ ଏହାକୁ ନେଇ ଚେତାବନୀ ଦେଇଛନ୍ତିଓ ସତର୍କ ରହିବାକୁ କହିଛନ୍ତି|ଯଦିଓ ଏହା ସତ୍ୱେ ଲୋକମାନେ ଵିନା ଡରରେ ଏୟାଡେ ସେୟାଡେ ବୁଲୁଛନ୍ତି|କାରଣ ଦେଶରେ କରୋନା ବିରୁଦ୍ଧରେ ଟିକାକରଣ ଅଭିଯାନ ଜୋରଦାର ଚାଲିଛି, ଏପର୍ଯ୍ୟନ୍ତ ୫୦ କୋଟିରୁ ଉର୍ଦ୍ଧ୍ବ ଟିକା ଲଗା ଯାଇସାରିଲେଣି, କିନ୍ତୁ ଏହା ମଧ୍ୟରେ ତୃତୀୟ ଲହର ଚିନ୍ତାର କାରଣ ପାଲଟିଛି|ଆମେ ଦ୍ୱିତୀୟ ଲହର ଦେଖିଛନ୍ତି ଯେଉଁଥିରେ ମୃତକଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଥିଲା|ତେଣୁ ତୃତୀୟ ଲହର କେତେ ଭୟଙ୍କର ହେବ ତାହା କହିବା କଷ୍ଟକର|ତେଣୁ ସତର୍କତା ଅବଲମ୍ବନ କରନ୍ତୁ|ଏହା ବ୍ୟତୀତ ଟିକା ନିଅନ୍ତୁ|

ଲେଡି ହାର୍ଡିଙ୍ଗ ମେଡିକାଲ କଲେଜର ଡକ୍ଟର ରାଜେନ୍ଦ୍ର ଧନିଜା କହିଛନ୍ତି ଯେ ଯେଉଁ କ୍ରୋନିକ ବେମାରୀ ଯେପରି ଡାଇବେଟିସ,ବ୍ଲଡ ପ୍ରେସର,ଆସ୍ଥମା ଆଦି ମାସିକ ଚେକ୍ଅପ ହୋଇଥାଏ|ଯଦି ଚେକ୍ଅପ ହେଇନି କିନ୍ତୁ ଔଷଧ ଖାଉଛନ୍ତି ତେବେ ଜରୁରୀ ନାହିଁ ଯେ ଟିକା ପୂର୍ବରୁ ଚେକ୍ କରାଇବା|ଆପଣ ପ୍ରଥମେ ଟିକା ନିଅନ୍ତୁ|

ଡକ୍ଟର ରାଜେନ୍ଦ୍ର ଧନିଜା କହିଛନ୍ତି ଯେ ଲଙ୍ଗ କୋଭିଡରେ ଆମେ ଦେଖିଛୁ ଯେ ତିନି ମାସରେ ଠିକ ହୋଇଯାନ୍ତି କିନ୍ତୁ ଶୁଙ୍ଘିବା କ୍ଷମତା ଆସୁନି|ଏହା ବ୍ୟତୀତ ଖାସ,ଥକ୍କା, ଶ୍ୱାସ ଫୁଲିବା,ଚିଡଚିଡାପଣ,କନଫ୍ୟୁଜନ ହେବା,ଭୁଲିବା ଆଦି ଲକ୍ଷଣ ମିଳୁଛି|ଏହି ଲକ୍ଷଣକୁ ନେଇ ସରକାର ଶୀଘ୍ର ଗାଇଡଲାଇନ ଜାରି କରିବେ|ଏଥିପାଇଁ କମିଟି ବନିଥିଲା ଯେଉଁଥିରେ ସ୍ଥିରିକୃତ ହୋଇଛି ଯେ କେଉଁଥିରେ କରୋନା ପରେ ମଧ୍ୟ ଚିକିତ୍ସା ଆବଶ୍ୟକ ଓ କେଉଁଥିରେ ନାହିଁ|

ଡକ୍ଟର ରାଜେନ୍ଦ୍ର ଧନିଜା କହିଛନ୍ତି ଯେ ଦେଶରେ କରୋନା ସ୍ଥିତି ଏଵେ କମିଛି କିନ୍ତୁ ଭାଇରସ ଯାଇନାହିଁ|ବିପଦ ପୂର୍ବରୁ ଯେପରି ଥିଲା ଏଵେଵି ରହିଛି|କିଛି ଦେଶରେ ଏଵେ ବଢୁଛି|ଏଥିପାଇଁ ଟିକା ଲଗାଇ ସତର୍କ ରହିବା ଅତ୍ୟନ୍ତ ଆବଶ୍ୟକ|

ଡକ୍ଟର ରାଜେନ୍ଦ୍ର ଧନିଜା କହିଛନ୍ତି ଯେ ଜଣେ ସାଧାରଣ ନାଗରିକ ହିସାବରେ ଆମର କର୍ତ୍ତବ୍ୟ ଓ ଦାୟିତ୍ଵ ଯେ କରୋନାର ନିୟମ ପାଳନ କରିବା|ଏହା ଆମର ନିୟନ୍ତ୍ରଣ ହେବ ଫଳରେ ଆମେ ଜିତିପାରିବା|ଯେପର୍ଯ୍ୟନ୍ତ ତୃତୀୟ ଲହରରେ ଡେଲ୍ଟା ପ୍ଲସ କଥା ତେବେ ଏହାର ସଂକ୍ରମଣ କ୍ଷମତା ଅଧିକ|ଏହାର କିଛି କେସ ମଧ୍ୟ ଆସିଛି, କିନ୍ତୁ ଯାହାବି ହେଉ ଯଦି ଆମେ କୋଭିଡ ନିୟମ ପାଳନ କରିବା ତେଵେ ସୁରକ୍ଷିତ ରହିପାରିବା|

Leave a Reply

Your email address will not be published. Required fields are marked *