ଏୟାରଟେଲ ୟୁଜର ସାବଧାନ : ଯଦି ଆପଣଙ୍କ ନମ୍ବରକୁ ମଧ୍ୟ ଏହି ମେସେଜ ଆସୁଛି,ତା ହେଲେ ବନ୍ଦ କରନ୍ତୁ ଏହି କାମ

ଯଦି ଆପଣ ଜଣେ ଏୟାରଟେଲ କଷ୍ଟମର ଅଟନ୍ତି, ତେବେ ଆପଣଙ୍କୁ କମ୍ପାନୀରୁ ଗୋଟିଏ ମେସେଜ ମିଳିପାରେ ଏବଂ ଯେଉଁଥିରେ ଆପଣଙ୍କୁ ସୂଚନା ଦିଆଯାଇଥିବ ଯେ ଆପଣଙ୍କର ସେବା ବନ୍ଦ କରି ଦିଆଯାଇଛି | ମେସେଜ ବ୍ୟବହାରକାରୀଙ୍କୁ ସେବାଗୁଡିକ ଜାରି ରଖିବାପାଇଁ ନିଜ ମୋବାଇଲ ନମ୍ବରକୁ ରିଚାର୍ଜ କରିବାକୁ କହିଥାଏ | ଯଦି ଆପଣଙ୍କୁ ମଧ୍ୟ ଏହି ମେସେଜ ମିଳିଛି, ତେବେ ଚିନ୍ତିତ ହୁଅନ୍ତୁ ନାହିଁ | କାରଣ ଟେକନିକ ସମସ୍ୟା ନିଜ ଗ୍ରାହକଙ୍କୁ ଏପରି ମେସେଜ ପଠାଇବା ପାଇଁ ବାଧ୍ୟ କରିଛି | ଅନେକ ୟୁଜର୍ସ ଟ୍ୱିଟରରେ ଏହି ପ୍ରସଙ୍ଗରେ ସୂଚନା ଦେଇଛନ୍ତି |

ୟୁଜରମାନଙ୍କୁ ମିଳୁଛି ଏହି ମେସେଜ :-

ୟୁଜର୍ସ କହିଛନ୍ତି ଯେ ସେମାନଙ୍କୁ ଏୟାରଟେଲ ତରଫରୁ ଗୋଟିଏ ମେସେଜ ମିଳିଛି, ଯେଉଁଥିରେ ଲେଖାଅଛି, ‘ଆପଣଙ୍କର ଚାଲୁଥିବା ସେବାଗୁଡିକୁ ବନ୍ଦ କରି ଦିଆଯାଇଛି | ଜାରି ରଖିବାପାଇଁ airtel.in ପ୍ରିପେଡ଼/ପ୍ରିପେଡ଼ ରିଚାର୍ଜ ଉପରେ କ୍ଲିକ କରନ୍ତୁ କିମ୍ବା ୧୨୧ କୁ ଡାଏଲ କରନ୍ତୁ |’ ବର୍ତ୍ତମାନ ଯଦି ଆପଣଙ୍କର ପ୍ରିପେଡ଼ ପ୍ୟାକ ଶେଷ ହୋଇଯାଇଛି, ତେବେ ଆପଣଙ୍କୁ ନିଜ ନମ୍ବର ରିଚାର୍ଜ କରିବା ଉଚିତ | କିନ୍ତୁ ଯଦି ଆପଣ ନିକଟରେ ନିଜର ନମ୍ବର ରିଚାର୍ଜ କରିଛନ୍ତି ଏବଂ ତଥାପି ସେହି ମେସେଜ ଆସିଛି, ତେବେ ଆପଣ ସେହି ମେସେଜକୁ ଅଣଦେଖା କରନ୍ତୁ |

ଟ୍ୱିଟରରେ ବ୍ୟକ୍ତି ଉଠାଇଲେ ଏହି ପ୍ରସଙ୍ଗ :-

ଜଣେ ଟ୍ୱିଟର ୟୁଜର ମେସେଜର ସ୍କ୍ରିନସଟ ସେୟାର କରି ଲେଖିଛନ୍ତି, ‘ ଡିୟର @Airtel_Presence @airtelindia, ମତେ ନିଜର ସବୁ ନମ୍ବରଗୁଡିକରେ ତଳେ ଦିଆଯାଇଥିବା ମେସେଜ ମିଳିଛି | କଣ ଏହା କୌଣସି ସିଷ୍ଟମ ଏରର କାରଣରୁ ଆସିଛି ? ମୋର ସବୁ ନମ୍ବର ଗୁଡିକରେ ବୈଧ ସକ୍ରିୟ ଯୋଜନା ରହିଛି | ଦୟାକରି ପରାମର୍ଶ ଦିଅନ୍ତୁ |

ଏୟାରଟେଲ ଦେଲା ଏପରି ଜବାବ :-

ତାଙ୍କ ଟ୍ୱିଟ ଉପରେ ଏୟାରଟେଲ ଜବାବ ଦେଇ କହିଛି ଯେ, ” ଆମ ତରଫରୁ ଏକ ଟେକନିକ ତ୍ରୁଟି କାରଣରୁ ଆପଣଙ୍କୁ ସେବାଗୁଡିକୁ ନିଷ୍କ୍ରିୟ କରିବା ସମ୍ପର୍କରେ ଏକ ଭୁଲ ଏସଏମଏସ ମିଳିପାରେ | ଦୟାକରି ଏହାକୁ ଅଣଦେଖା କରନ୍ତୁ | ଏହି ସବୁ ଅସୁବିଧା ହୋଇଥିବାରୁ ଆମେ ଅତ୍ୟନ୍ତ ଦୁଃଖିତ |”

Leave a Reply

Your email address will not be published. Required fields are marked *