ଦେଖନ୍ତୁ ଭିଡ଼ିଓ : ଖେଳ ମଝିରେ ଦର୍ଶକଙ୍କ ଆଡକୁ ଦୌଡିଲା ଷଣ୍ଢ, ଖେଳିଗଲା ଲୋକମାନଙ୍କର ଭୟଙ୍କର ଚିତ୍କାର ଶବ୍ଦ,ଆଉ ତା ପରେ ..

ସାରା ଦୁନିଆରେ ଅନେକ ପ୍ରକାରର ଖେଳଗୁଡିକର ଆୟୋଜନ କରାଯାଇଥାଏ | ସୋସିଆଲ ମିଡିଆରେ ଅଜବ ପ୍ରକାରର ଖେଳର ଭିଡିଓ ଖୁବ ଭାଇରଲ ହୋଇଥାଏ | କୌଣସି ସ୍ଥାନରେ ଟମାଟୋ ଦ୍ୱାରା ହୋଲି ଖେଳାଯାଏ ତ ଆଉ କେଉଁଠି ଷଣ୍ଢମାନଙ୍କ ମଧ୍ୟରେ ଲଢେଇ କରାଯାଇଥାଏ | ନିକଟରେ ଆମେରିକାରେ ଆୟୋଜନ କରାଯାଇଥିବା ଏକ ଅଜବ ପ୍ରକାରର ଖେଳ ପ୍ରତିଯୋଗିତାର ଭୟଙ୍କର ଭିଡିଓ ଭାଇରଲ ହେଉଛି | ଏଥିରେ ପ୍ରତିଯୋଗୀ ଷଣ୍ଢ ସମସ୍ତଙ୍କୁ ଡରାଇ ଦେଲା |

ଜୋରରେ ଦୌଡିଲା ଭୟଙ୍କର ଷଣ୍ଢ :-

ୟୁଟ୍ୟୁବରେ ଗୋଟିଏ ଭିଡିଓ ଭାଇରଲ ହେଉଛି ଏବଂ ଏହି ଭିଡ଼ିଓଟି ଆମେରିକାର ଇଡ଼ାହୋର ଏକ ଷଣ୍ଢ ପ୍ରତିଯୋଗିତାରେ କରାଯାଇଥିଲା | ଷଣ୍ଢମାନଙ୍କର ଏହି ଖେଳ ଇଡ଼ାହୋ-ୟୁଟା ରାଜ୍ୟ ସୀମାରୁ ପ୍ରାୟ ୪୮ କିଲୋମିଟର ଉତ୍ତରରେ ପ୍ରିଷ୍ଟନରେ ଚାଲୁଥିଲା | ବୁଲ ରାଇଡିଙ୍ଗ କମ୍ପିଟିସନ ସମୟରେ ଗୋଟିଏ ଷଣ୍ଢ ଅଚାନକ ବିଗିଡ଼ିଗଲା, ଯେଉଁ କାରଣରୁ ପୁରା ଗ୍ରାଉଣ୍ଡରେ ଉତ୍ତେଜନା ଏବଂ ଭୟର ବାତାବରଣ ଖେଳିଗଲା |

ଷଣ୍ଢ ସୃଷ୍ଟି କଲା ଉତ୍ତେଜନା :-

ଏହି ପ୍ରତିଯୋଗିତାରେ ଉତ୍ତେଜନା ସୃଷ୍ଟି କରିଥିବା ଷଣ୍ଢ ନିଜ ଉପରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ତଳେ ପକାଇ ଦେଇଥିଲା | ଏହାପରେ ସେ ଜୋରରେ ଦୋଉଡିଯାଇ ଦର୍ଶକଙ୍କ ଆଡକୁ ଦୌଡିବାକୁ ଲାଗିଲା | ଷଣ୍ଢକୁ ଖୋଲା ଦେଖି ଦର୍ଶକଙ୍କ ଅବସ୍ଥା ଖରାପ ହୋଇଗଲା | ସମସ୍ତେ ଏପଟ-ସେପଟ ହୋଇ ଚିତ୍କାର କରିବାକୁ ଲାଗିଲେ | ତେବେ ଖୁସିର କଥା ଯେ ଏହି ଘଟଣାରେ କାହାକୁ ମଧ୍ୟ କୌଣସି କ୍ଷତି ପହଞ୍ଚିନାହିଁ |

ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଜୋରରେ ଭାଇରଲ ହେଉଛି | ସମସ୍ତେ ଷଣ୍ଢର ଏହି ଖେଳ ଏବଂ ତାର ଭୟଙ୍କର କାର୍ଯ୍ୟକଳାପକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି |

Leave a Reply

Your email address will not be published. Required fields are marked *