ଏଠାରେ ବିବାହ କରିବା ପାଇଁ ଚୋ-ରା-ଇ-ବା-କୁ ପଡେ ଅନ୍ୟର ସ୍ତ୍ରୀକୁ,ଜାଣନ୍ତୁ ଏହି ଅଦ୍ଭୁତ ପରମ୍ପରା ବିଷୟରେ

ପଶ୍ଚିମ ଆଫ୍ରିକାରେ ରହୁଥିବା ବୋଦାବେ ଜନଜାତି ଏମିତି ଅଟନ୍ତି ଯେଉଁଠାରେ ବିବାହକୁ ନେଇ ବନାଯାଇଥିବା ନିୟମ ପରମ୍ପରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି|ଏଠାରେ ବିବାହ କରିବା ପୂର୍ବରୁ ପୁରୁଷକୁ ଅନ୍ୟ ବ୍ୟକ୍ତିର ପତ୍ନୀଙ୍କୁ ଚୋରାଇବାକୁ ପଡିଥାଏ|ଏଭଳି ବିବାହ କରିବା ଏହି ଜନଜାତିର ପରିଚୟ ଅଟେ|

ଡେଲି ମେଲର ରିପୋର୍ଟ ଅନୁସାରେ ଏଠାରେ ବିବାହ କରିବା ପାଇଁ ପ୍ରଥମେ ଘର ଲୋକଙ୍କ ଅନୁମତି ଆବଶ୍ୟକ|କିନ୍ତୁ କଥା ଯଦି ଦ୍ୱିତୀୟ ବିବାହ ପାଇଁ ଅଟେ ତେବେ ପ୍ରଥମେ ପୁରୁଷଙ୍କୁ ଅନ୍ୟର ପତ୍ନୀଙ୍କୁ ଚୋରି କରିବାକୁ ପଡ଼ିଥାଏ|ଏମିତିରେ ଯେଉଁ ଲୋକମାନେ ଅନ୍ୟର ପତ୍ନୀଙ୍କୁ ଚୋ-ରି କରିପାରନ୍ତି ନାହିଁ ସେମାନେ ଦ୍ୱିତୀୟ ବିବାହ କରିପାରନ୍ତି ନାହିଁ|

ଏଠାକାର ଲୋକ ଏହି ପରମ୍ପରାକୁ ଆଜିବି ଜାରି ରଖିଛନ୍ତି, ଏଥିପାଇଁ ସବୁବର୍ଷ ଗେରେବୋଲ ଫେଷ୍ଟିଭାଲର ଆୟୋଜନ କରାଯାଇଥାଏ|ଯେଉଁଥିରେ ଯୁବକମାନେ ସଜେଇ ହୋଇ ନିଜ ଚେହେରାରେ ରଙ୍ଗ ନେଇଥାନ୍ତି|ଏହାପରେ ସେମାନେ ନାଚ ଓ ଅନ୍ୟାନ୍ୟ କୈାଣସି ପ୍ରକାରେ ଅନ୍ୟର ସ୍ତ୍ରୀ କୁ ମନାଇଥାନ୍ତି|

ଯଦିଓ ସେହି ସମୟରେ ମଧ୍ୟ ଧ୍ୟାନ ରଖିବାକୁ ହୁଏ ଯେ ମହିଳାଙ୍କ ପତିକୁ ଏହି କଥା ଯେମିତି ଜଣାନପଡେ|ଏମିତିରେ ଯଦି କୈାଣସି ମହିଳା ଅନ୍ୟ ପୁରୁଷ ସହ ପଳେଇଯାଏ ତେଵେ ଦୁହିଁଙ୍କୁ ଖୋଜି ଲୋକେ ତାଙ୍କର ବିବାହ କରାଇ ଦିଅନ୍ତି|ଏହି ପରମ୍ପରା ସବୁଠାରୁ ଅଲଗା|

ଖାସ କଥା ଏହା ଯେ ଏହି ପର୍ବରେ ମହିଳା ଜଜ ହୋଇଥାନ୍ତି ଯେଉଁମାନେ ପୁରୁଷଙ୍କ ସୁନ୍ଦରତାକୁ ଟେଷ୍ଟ କରିଥାନ୍ତି|ଏମିତିରେ ଯେଉଁ ପୁରୁଷ ସବୁଠାରୁ ଆକର୍ଷକ ହୋଇଥାଏ ମହିଳା ଜଜ୍ ଚାହିଁଲେ ତା ସହ ବିବାହ କରିପାରିବେ ଯଦିଓ ମହିଳା ଜଜ ପୂର୍ବରୁ ବିବାହିତ ହୋଇଥାନ୍ତି|

Leave a Reply

Your email address will not be published. Required fields are marked *