ପୋଷ୍ଟ ଅଫିସର ଏହି ସୁପରହିଟ ସ୍କିମ କରୁଛି ଧନ ବର୍ଷା, ସଙ୍ଗେ ସଙ୍ଗେ ହେଉଛି ପଇସା ଡବଲ, ଜାଣନ୍ତୁ କେଉଁଥିରେ କେତେ ଫାଇଦା

ଯଦି ଆପଣ ମଧ୍ୟ ବିନିଯୋଗ କରିବାକୁ ପ୍ଳାନିଙ୍ଗ କରୁଛନ୍ତି ଏବଂ ଚାହୁଁଛନ୍ତି ଯେ ଆପଣଙ୍କ ଟଙ୍କା ସୁରକ୍ଷିତ ରହୁ, ତେବେ ଆପଣଙ୍କ ପାଇଁ ପୋଷ୍ଟ ଅଫିସ ବେଷ୍ଟ ଅଟେ | ସରକାର ସେପ୍ଟେମ୍ବର ମାସ ପାଇଁ କମ ସଞ୍ଚୟ ଯୋଜନାଗୁଡିକର ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହାନ୍ତି | ପୋଷ୍ଟ ଅଫିସର ସବୁଠାରୁ ଖାସ କଥା ଏହା ଯେ ଏଠାରେ ଆପଣଙ୍କ ଟଙ୍କା ବୁଡ଼ିବନାହିଁ | ତେବେ ଆସନ୍ତୁ ଜାଣିବା ପୋଷ୍ଟ ଅଫିସର ସବୁ ସଞ୍ଚୟ ଯୋଜନା ବିଷୟରେ, ଯେଉଁଥିରେ ଯଦି ଆପଣ ଟଙ୍କା ଲଗାଇବେ, ତେବେ ଶୀଘ୍ର ହିଁ ଆପଣଙ୍କ ଟଙ୍କା ଡବଲ ହୋଇଯିବ |

୧. ପୋଷ୍ଟ ଅଫିସ ଟାଇମ ଡିପୋଜିଟ :-

ପୋଷ୍ଟ ଅଫିସର ୧ ବର୍ଷରୁ ନେଇ ୩ ବର୍ଷ ପର୍ଯ୍ୟନ୍ତର ଟାଇମ ଡିପୋଜିଟରେ ୫.୫ ପରସେଣ୍ଟର ସୁଧ ମିଳିଥାଏ | ଯଦି ଆପଣ ଏଥିରେ ବିନିଯୋଗ କରନ୍ତି, ତେବେ ଆପଣଙ୍କ ଟଙ୍କା ପ୍ରାୟ ୧୩ ବର୍ଷରେ ଡବଲ ହୋଇଯିବ | ଏହିପରି ୫ ବର୍ଷର ଟାଇମ ଡିପୋଜିଟରେ ଆପଣଙ୍କୁ ୬.୭ ପରସେଣ୍ଟର ସୁଧ ମିଳିବ | ଏହି ସୁଧ ହାରରେ ଯଦି ଟଙ୍କା ବିନିଯୋଗ କରାଯାଏ, ତେବେ ଆପଣଙ୍କ ଟଙ୍କା ପ୍ରାୟ ୧୦.୭୫ ବର୍ଷରେ ଡବଲ ହେବ |

୨. ପୋଷ୍ଟ ଅଫିସ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ :-

ପୋଷ୍ଟ ଅଫିସ ସେଭିଙ୍ଗ ଆକାଉଣ୍ଟରେ ଯଦି ଆପଣ ନିଜର ଟଙ୍କା ରଖନ୍ତି, ତେବେ ଆପଣଙ୍କ ଟଙ୍କା ଡବଲ ହେବାରେ ଅଧିକ ସମୟ ଅପେକ୍ଷା କରିବାକୁ ପଡି ଯାଇପାରେ | କାରଣ ଏଥିରେ ୪.୦ ପରସେଣ୍ଟ ବାର୍ଷିକ ସୁଧ ହିଁ ମିଳିଥାଏ ଅର୍ଥାତ ଆପଣଙ୍କ ଟଙ୍କା ୧୮ ବର୍ଷରେ ଡବଲ ହେବ |

୩. ପୋଷ୍ଟ ଅଫିସ ରିକରିଙ୍ଗ ଡିପୋଜିଟ :-

ପୋଷ୍ଟ ଅଫିସ ରିକରିଙ୍ଗ ଡିପୋଜିଟରେ ଆପଣଙ୍କୁ ବର୍ତ୍ତମାନ ୫.୮ ପରସେଣ୍ଟ ସୁଧ ଦିଆଯାଉଛି, ଏପରି ପରିସ୍ଥିତିରେ ଏହି ସୁଧ ହାରରେ ଯଦି ଟଙ୍କା ବିନିଯୋଗ କରାଯାଏ, ତେବେ ଏହା ପ୍ରାୟ ୧୨.୪୧ ବର୍ଷରେ ଡବଲ ହୋଇଯିବ |

୪. ପୋଷ୍ଟ ଅଫିସ ମଂଥଲି ଇନକମ ସ୍କିମ :-

ପୋଷ୍ଟ ଅଫିସ ମଂଥଲି ଇନକମ ସ୍କିମରେ ଏହି ସମୟରେ ୬.୬ ପରସେଣ୍ଟର ସୁଧ ମିଳୁଛି, ଏହି ସୁଧ ହାରରେ ଯଦି ଆପଣ ଟଙ୍କା ବିନିଯୋଗ କରିବେ, ତେବେ ଏହା ପ୍ରାୟ ୧୦.୯୧ ବର୍ଷରେ ଡବଲ ହୋଇଯିବ |

୫. ପୋଷ୍ଟ ଅଫିସ ସିନିୟର ସିଟିଜେନ୍ସ ସେଭିଙ୍ଗସ ସ୍କିମ :-

ପୋଷ୍ଟ ଅଫିସ ସିନିୟର ସିଟିଜେନ୍ସ ସେଭିଙ୍ଗସ ସ୍କିମ ଏହି ସମୟରେ ୭.୪ ପରସେଣ୍ଟର ସୁଧ ଦେଉଛି | ଆପଣଙ୍କ ଟଙ୍କା ଏହି ସ୍କିମରେ ପ୍ରାୟ ୯.୭୩ ବର୍ଷରେ ଡବଲ ହେବ |

୬. ପୋଷ୍ଟ ଅଫିସ ପିପିଏଫ :-

ପୋଷ୍ଟ ଅଫିସର ୧୫ ବର୍ଷର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡରେ ଏହି ସମୟରେ ୭.୧ ପରସେଣ୍ଟର ସୁଧ ମିଳୁଛି | ଅର୍ଥାତ ଏହି ରେଟରେ ଆପଣଙ୍କ ଟଙ୍କା ଡବଲ ହେବାପାଇଁ ପ୍ରାୟ ୧୦.୧୪ ବର୍ଷା ସମୟ ଲାଗିବ |

୭. ପୋଷ୍ଟ ଅଫିସ ସୁକନ୍ୟା ସମୃଦ୍ଧି ଖାତା :-

ପୋଷ୍ଟ ଅଫିସ ସୁକନ୍ୟା ସମୃଦ୍ଧି ଖାତା ସ୍କିମରେ ଏହି ସମୟରେ ସବୁଠାରୁ ଅଧିକ ୭.୬ ପରସେଣ୍ଟର ସୁଧ ମିଳୁଛି | ଝିଅମାନଙ୍କ ପାଇଁ ଚଳାଯାଉଥିବା ଏହି ସ୍କିମରେ ଟଙ୍କା ଡବଲ ହେବାପାଇଁ ପ୍ରାୟ ୯.୪୭ ବର୍ଷର ସମୟ ଲାଗିବ |

୮. ପୋଷ୍ଟ ଅଫିସ ନେସନାଲ ସେଭିଙ୍ଗ ସାର୍ଟିଫିକେଟ :-

ପୋଷ୍ଟ ଅଫିସର ନେସନାଲ ସେଭିଙ୍ଗ ସାର୍ଟିଫିକେଟରେ ଏହି ସମୟରେ ୬.୮ ପରସେଣ୍ଟର ସୁଧ ଦିଆଯାଉଛି | ଏହା ଏକ ୫ବର୍ଷିୟ ସଞ୍ଚୟ ଯୋଜନା ଅଟେ, ଯେଉଁଥିରେ ବିନିଯୋଗ କରି ଇନକମ ଟ୍ୟାକ୍ସର ସଞ୍ଚୟ ମଧ୍ୟ କରାଯାଇପାରିବ | ଏହି ସୁଧ ହାର ଦ୍ୱାରା ଯଦି ଟଙ୍କା ବିନିଯୋଗ କରାଯାଏ, ତେବେ ଏହା ପ୍ରାୟ ୧୦.୫୯ ବର୍ଷରେ ଡବଲ ହେବ |

Leave a Reply

Your email address will not be published. Required fields are marked *