କ୍ୟାବ ଡ୍ରାଇଭରଙ୍କ ପୂର୍ବରୁ ଆହୁରି ଅନେକ ଯୁବକଙ୍କୁ ବାଡେଇ ସାରିଛନ୍ତି ଏହି ଯୁବତୀ,ବର୍ତ୍ତମାନ ନିଜ ମୁହଁରେ ମାନିଲେ ସବୁ ସତ

ଲକ୍ନୌ ରେ କ୍ୟାବ ଡ୍ରାଇଭରଙ୍କୁ ପିଟିଥିବା ପ୍ରିୟଦର୍ଶିନୀ ଯାଦବଙ୍କ ସହିତ ଆଜି ପୋଲିସ ପଚରା ଉଚରା କରିଥିଲା। ପଚରା ଉଚରା ସମୟରେ ପ୍ରିୟଦର୍ଶିନୀ କହିଥିଲେ, ଯେବେବି ତାଙ୍କ ପାଖକୁ କିଏ ଆସିଥାଏ ସେ ତାଙ୍କୁ ଚାପୁଡ଼ା କିମ୍ବା ଧକା ମାରିଥାନ୍ତି।

ଆଜତକ ସହ କଥାବାର୍ତ୍ତା ସମୟରେ ସେ କହିଥିଲେ ଜଣେ ବାଇକ ବାଲାକୁ ସେ ବହୁତ ପିଟିଥିଲେ ଓ ସେ କ୍ୟାବ ଡ୍ରାଇଭରଙ୍କୁ ବହୁତ କଣ୍ଟ୍ରୋଲ ସହ ପିଟିଥିଲେ। ପ୍ରିୟଦର୍ଶିନୀ କହିଥିଲେ ସେଠାକୁ ଅଚାନକ ବହୁତ ଲୋକ ଆସିଥିଲେ ସେଥିପାଇଁ ମୁଁ କେବଳ 22ଟି ଚାପୁଡ଼ା ମାରି ପାରିଥିଲି ନଚେତ 25ଟି ଚାପୁଡ଼ା ମାରିଥାନ୍ତି।

ପ୍ରିୟଦର୍ଶିନୀ କହିଥିଲେ,ପୋଲିସ ମୋତେ ପଚରା ଉଚରା କରିବା ପାଇଁ ଡକାଇଲେ ତ ମୁଁ ସହାୟତା କଲି ନଚେତ ଯଦି ଗିରଫ ହୋଇଥାନ୍ତି ଲାଇଭ ଟିଭି ରେ ବସିନଥାଆନ୍ତି। ଟ୍ରୋଲ ଉପରେ ପ୍ରିୟଦର୍ଶିନୀ କହିଲେ ଯଦି ଏହାସବୁ ଜାରି ରହେ ତାହେଲେ ମୁଁ ସାଇବର ର ସହାୟତା ନେବି।

ଟ୍ରୋଲକୁ ନେଇ କ୍ରୋଧିତ ରହିଛନ୍ତି ପ୍ରିୟଦର୍ଶିନୀ:-

ପ୍ରିୟଦର୍ଶିନୀ କହିଥିଲେ, ମୁଁ ପଳାଇଯିବା ଲୋକ ମାନଙ୍କ ମଧ୍ୟରେ ନୁହେଁ ଓ ମୁଁ ନିଜକୁ କେବେ ସୋସିଆଲ ମିଡ଼ିଆରେ ଏହିପରି ଦେଖିବି ବୋଲି ଭାବିନଥିଲି। ଯେକେହିବି memes ବନାଉଛନ୍ତି ତାଙ୍କ ସହିତ ମଧ୍ୟ ଏହିପରି ହୋଇପାରେ ସେଥିପାଇଁ ନିବେଦନ କରୁଛି ଏହି memes ବନାଇବା ବନ୍ଦ କରନ୍ତୁ।

କେତେ ଲୋକଙ୍କୁ ମାଡ଼ ମାରି ସାରିଛନ୍ତି ପ୍ରିୟଦର୍ଶିନୀ:-

ପ୍ରିୟଦର୍ଶିନୀ ଯାଦବ କୁହନ୍ତି, ମୁଁ ଜଣେ ବାଇକ ବାଲାଙ୍କୁ ଏହିପରି ପିଟିଥିଲି।ସେ ମଦ ପିଇ ଆସିଥିଲା ଓ ମୋତେ ଛୁଇଁବାକୁ ଚେଷ୍ଟା କରିଥିଲା ସେଥିପାଇଁ ମୁଁ ତାକୁ ଚାପୁଡ଼ା ଓ।ଧକା ମାରିଥିଲି। କ୍ୟାବ ବାଲାକୁ ତ ମୁଁ ବହୁତ ନିୟନ୍ତ୍ରଣ ସହିତ ପିଟିଛି। ଆର୍ମି ବାଲା ସେଠାକୁ ଆସିବାପରେ ମାମଲା ଶାନ୍ତ ପଡ଼ିଥିଲା।

ଆର୍ମି ବାଲା ମୋତେ ଅଟକାଇଥିଲେ:-

ପ୍ରିୟଦର୍ଶିନୀ ଯାଦବ କହିଥିଲେ, ଆର୍ମି ବାଲା ମୋତେ ଅଟକାଇଥିଲେ। ଭଲ କଲେ ନହେଲେ ଆହୁରି କିଛି ହୋଇଥାନ୍ତା। କ୍ୟାବ ଡ୍ରାଇଭର ମଧ୍ୟ ମୋତେ ପରବର୍ତ୍ତୀ ସମୟରେ ମାରିଥିଲେ।

ପ୍ରିୟଦର୍ଶିନୀ କହିଥିଲେ ସେ ବାଇକ ବାଲାକୁ ମଧ୍ୟ ତିନୋଟି ଚାପୁଡ଼ା ମାରିଥିଲେ। ବାଇକର ବାଲା ମାମଲା ମଧ୍ୟ ଅୱଧ ଚୌରାହ ଠାରେ ହୋଇଥିଲା। ମୋତେ ଅମୀର ଲୋକମାନେ ସେତେବେଳେ ବଞ୍ଚାଇଥିଲେ। ମୁଁ 10 ବର୍ଷ ହେବ ୱାର୍କ ଆଉଟ କରୁଛି ଯଦି ଚାହିଁଥାନ୍ତି ମୁଥି ମଧ୍ୟ ମାରି ପାରିଥାନ୍ତି।

Leave a Reply

Your email address will not be published. Required fields are marked *