ନାବିକ(ନାଉରିଆ)ବିନା ଦୁଇ ବର୍ଷ ପର୍ଯ୍ୟନ୍ତ ଏକୁଟିଆ ଚାଲିଥିଲା ଏହି ଘୋଷ୍ଟ ସିପ, ବର୍ତ୍ତମାନ କୂଳରେ ପହଞ୍ଚିବାରୁ ଜଣାପଡିଲା ସମସ୍ତ ରହସ୍ୟ

ସାମୁଦ୍ରିକ ଯାତ୍ରା ଯେତେ ରୋମାଞ୍ଚକର ହୋଇଥାଏ, ସେତେ ଅଧିକ ଏହା ଭୟଙ୍କର ମଧ୍ୟ ହୋଇଥାଏ | ଆଜ୍ଞା ହଁ, ଲହରୀ ସହିତ ବହିବାକୁ କିଏ ବା ନ ଚାହେଁ, କିନ୍ତୁ ବେଳେବେଳେ ଏହି ଲହରୀ ବହୁତ ବଡ଼ ବିପଦ ମଧ୍ୟ ସୃଷ୍ଟି କରିଥାଏ | ଉଲ୍ଲେଖଯୋଗ୍ୟ ଯେ ସାମୁଦ୍ରିକ ଜାହାଜଗୁଡିକୁ ଭଲ ଭାବେ ପ୍ରସ୍ତୁତ କରାଯାଏ, ଯେପରିକି ତାହା ଯାତ୍ରା ସମୟରେ ଧୋକା ଦେବନାହିଁ | ତଥାପି ଅନେକଥର ଅନେକ ସାବଧାନତା ପରେ ମଧ୍ୟ ସମୁଦ୍ର ମଝାମଝିରେ ଜାହାଜ ଖରାପ ହୋଇଯାଏ |

ଏପରି ପରିସ୍ଥିତିରେ ଯଦି କୁଳ ନିକଟତର ଥାଏ, ତେବେ ତାକୁ ଟଗ ବୋଟ ମାଧ୍ୟମରେ ଟାଣି ଅଣାଯାଇପାରିବ | କିନ୍ତୁ ଯେତେବେଳେ କୁଳ ହଜାର ହଜାର ମିଲ ଦୂରରେ ଥିବ, ସେତେବେଳେ ସେହି ଜାହାଜକୁ ବଞ୍ଚାଇବାର କୌଣସି ରାସ୍ତା ନଥାଏ | ଏମିତି କିଛି ହୋଇଥିଲା ଏକ ଘୋଷ୍ଟ ସିପ ସହିତ, ଯାହା ବର୍ତ୍ତମାନ ଆୟାରଲ୍ୟାଣ୍ଡ ପହଞ୍ଚି ଯାଇଛି |

ବାସ୍ତବରେ ପ୍ରାୟ ଦୁଇବର୍ଷ ପୂର୍ବେ ଏମବି ଅଲଟା ନାମକ ଜାହାଜର ଇଞ୍ଜିନ ଆଟଲାଣ୍ଟିକ ମହାସାଗରରେ ଖରାପ ହୋଇଯାଇଥିଲା | ଇଂଜିନିୟରମାନେ ତାକୁ ଠିକ କରିବାପାଇଁ ବହୁତ ଚେଷ୍ଟା କଲେ, କିନ୍ତୁ ସେମାନେ ସଫଳ ହୋଇନଥିଲେ | ତାପରଠାରୁ ତାର ସବୁ କର୍ମଚାରୀମାନଙ୍କୁ ରେସକ୍ୟୁ କରି ଫେରାଇ ଅଣାଗଲା ଏବଂ ଜାହାଜକୁ ସମୁଦ୍ର ମଝିରେ ଛାଡି ଦିଆଗଲା | କୁହାଯାଉଛି ଯେ ସେହି ଜାହାଜ ଦୁଇବର୍ଷ ପର୍ଯ୍ୟନ୍ତ ସମୁଦ୍ରରେ ବହିବାକୁ ଲାଗିଲା | କିଛି ଦିନ ପୂର୍ବରୁ ହିଁ ସେହି ଜାହାଜ ଆୟାରଲ୍ୟାଣ୍ଡର କୂଳରେ ପହଞ୍ଚିଲା ଏବଂ ପଥର ମଧ୍ୟରେ ଯାଇ ଅଟକି ଗଲା | ବିନା ନାବିକରେ ପହଁଚିଥିବା ଜାହାଜକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏହାସହିତ ତାର ନାମ ଘୋଷ୍ଟ ସିପ ବୋଲି ରଖିଦେଲେ |

କୁହାଯାଉଛି ଯେ ଆୟାରଲ୍ୟାଣ୍ଡ ଅନୁଯାୟୀ, ଖରାପ ହେବାପରେ ଏହି ଜାହାଜ ଡେନିସ ନାମକ ଝଡ ସହିତ ବାଡେଇ ହୋଇଥିଲା | ଯାହାପରେ ତାହା କର୍କର ବାଲିକଟନ କୂଳରେ ପହଞ୍ଚିଲା | ଯେଉଁଠାରେ ସେ ସମୁଦ୍ରର ପଥରଗୁଡିକ ସାହାଯ୍ୟରେ ଅଟକି ରହିଲା | ଜାହାଜର ଅଧା ଅଂଶ ଉପରେ ଏବଂ ଆଉ ଅଧା ଅଂଶ ପାଣି ଭିତରେ ରହିଛି | ଯେତେବେଳେ ଅଂଚଳରେ ଶାନ୍ତି ଥାଏ, ସେତେବେଳେ ଲହରୀ ଗୁଡିକ ଜୋରରେ ଆସି ଜାହାଜ ସହିତ ବାଡେଇ ହୁଏ, ଏପରି ପରିସ୍ଥିତିରେ ବହୁତ ଭୟଙ୍କର ଶବ୍ଦ ବାହାରେ |

ସେହିପରି ଜାହାଜଟି ବହୁତ ପୁରୁଣା ଅଟେ, ଯେଉଁ କାରଣରୁ ସେହି ଜାହାଜ ଉପରେ କେହି ବି ଦାବି କରୁନାହାନ୍ତି | ଏହାସହିତ ତାକୁ ବାହାର କରିବାପାଇଁ ପ୍ରାୟ ୮.୬ ମିଲିୟନ ପାଉଣ୍ଡ ଖର୍ଚ୍ଚ ଲାଗିବ, ତେଣୁ ସରକାର ମଧ୍ୟ ସେହି ଜାହାଜକୁ ବାହାର କରିବା କିମ୍ବା ଅନ୍ୟ କୌଣସି ମାମଲା ପାଇଁ ଛୁଇଁବାକୁ ମଧ୍ୟ ଚାହୁଁନାହାନ୍ତି | ଜାହାଜର ଅଧିକାଂଶ ଅଂଶ ନଷ୍ଟ ହୋଇଯାଇଛି ଏବଂ ଆଉ କିଛି ଦିନ ଯଦି ସେଠି ଏମିତି ଅବସ୍ଥାରେ ପଡିରହିବ, ତେବେ ତାହା ସମ୍ପୂର୍ଣ ନଷ୍ଟ ହୋଇଯିବ | ହୁଏତ ଏହି ଜାହାଜର ନାମ ଘୋଷ୍ଟ ସିପ ଅଟେ, କିନ୍ତୁ ଏହା ଭିତରକୁ ଯାଇ ଭିଡିଓ ତିଆରି କରିଥିବା ଲୋକମାନଙ୍କୁ ଏପରି କୌଣସି ଜିନିଷ ଦେଖିବାକୁ ମିଳିନାହିଁ |

Leave a Reply

Your email address will not be published. Required fields are marked *