କେନ୍ଦ୍ର ସରକାରଙ୍କର ଏହି ଯୋଜନା ଝିଅମାନଙ୍କୁ କରିଦେବ ମାଲାମାଲ, ପାଠପଢା ଏବଂ ବିବାହ ପାଇଁ ହେବନାହିଁ ଆଉ ଟଙ୍କାର ଅଭାବ, ଜାଣନ୍ତୁ ଏହା ଉପରେ ସମ୍ପୂର୍ଣ ସୂଚନା

କେନ୍ଦ୍ର ସରକାର ବେଟି ବଚାଅ ବେଟି ପଢାଅ ଅଧୀନରେ ଏପରି ଯୋଜନା ଲଞ୍ଚ କରିଛନ୍ତି, ଯାହା ସହିତ ଅନେକ ଲୋକ ଯୋଡି ହୋଇଛନ୍ତି | Sukanya Samriddhi Yojna (SSY ) କେନ୍ଦ୍ର ସରକାରଙ୍କର ଏକ ଛୋଟ ସଞ୍ଚୟ ଯୋଜନା ଅଟେ | ଏହି ଯୋଜନାକୁ ଝିଅମାନଙ୍କୁ ଦୃଷ୍ଟିରେ ରଖି ଲଞ୍ଚ କରାଯାଇଛି | ଛୋଟ ସଞ୍ଚୟ ସ୍କିମରେ ସୁକନ୍ୟା ସବୁଠାରୁ ଭଲ ସୁଧ ଦେଉଥିବା ସ୍କିମ ଅଟେ | SSY ବାସ୍ତବରେ ସେହି ପରିବାର ଗୁଡିକୁ ଧ୍ୟାନରେ ରଖି ଆରମ୍ଭ କରାଯାଇଛି, ଯେଉଁମାନେ ଛୋଟ ଛୋଟ ସଞ୍ଚୟ ମାଧ୍ୟମରେ ଝିଅର ବିବାହ କିମ୍ବା ଉଚ୍ଚ ଶିକ୍ଷା ପାଇଁ ଟଙ୍କା ଜମା କରିବା ଏବଂ ତାର ଭଲ ରିବର୍ଡ ଚାହୁଁଥାନ୍ତି |

ସୁକନ୍ୟା ଧନ ଯୋଜନାରେ ବର୍ତ୍ତମାନ ସୁଧ ହାର ୭.୬ ପ୍ରତିଶତ ରହିଛି | ଏହି ଯୋଜନାରେ ଝିଅର ଜନ୍ମଠାରୁ ନେଇ ୧୦ ବର୍ଷ ବୟସ ପୁରା ହେବା ପୂର୍ବରୁ ସୁକନ୍ୟା ସମୃଦ୍ଧି ଖାତା ଖୋଲିପାରିବେ | ଏହି ଖାତାରେ ଏକ ଆର୍ଥିକ ବର୍ଷ ଅର୍ଥାତ ବର୍ଷସାରା ଅତି କମରେ ୨୫୦ ଟଙ୍କା ଏବଂ ଅଧିକରୁ ଅଧିକ ଦେଢ଼ ଲକ୍ଷ ଟଙ୍କା ଜମା କରିପାରିବେ | ଏହା ଝିଅର ୧୪ ବର୍ଷ ବୟସ ପୁରା ହେବା ପର୍ଯ୍ୟନ୍ତ ଜମା କରିବାକୁ ପଡେ | ଏହି ଟଙ୍କା ଝିଅର ୨୧ ବର୍ଷ ହେବାପରେ ପରିପକ୍ଵ ହୋଇଯାଏ | ଯଦି ଆପଣ ଚାହିଁବେ ତେବେ ଝିଅର ବିବାହରେ ଏହି ଟଙ୍କା ଖର୍ଚ୍ଚ କରିବେ ଏବଂ ବିବାହ ୨୭ କିମ୍ବା ୨୮ ବର୍ଷରେ କରିବାର ଅଛି, ତେବେ ଏହି ଟଙ୍କାକୁ ନ ଆଣିବାଦ୍ୱାରା ତା ଉପରେ ସ୍ଥିର ସୁଧ ହିସାବରେ ଇଂଟରେଷ୍ଟ ରେଟ ମିଳିଚାଲିବ |

ଜାଣନ୍ତୁ କିପରି ମିଳିବ ୧୫ ଲକ୍ଷ ଟଙ୍କାରୁ ଅଧିକ :- 

ଯଦି ଆପଣ ସବୁଦିନ ୧୦୦ ଟଙ୍କା ସଞ୍ଚୟ କରନ୍ତି, ତେବେ ମାସକୁ ୩୦୦୦ ହଜାର ଟଙ୍କା ଏବଂ ବର୍ଷକୁ ୩୬୦୦୦ ଟଙ୍କା ଜମା କରନ୍ତି | ତେବେ ୧୪ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ମୋଟ ୫ ଲକ୍ଷ ୪୦ ହଜାର ଜମା କରିବାକୁ ପଡିଥାଏ | ଆପଣ ୨୧ ବର୍ଷ ପରେ ଯେତେବେଳେ ଝିଅର ବିବାହ ନାମରେ କିମ୍ବା ପାଠପଢା ନାମରେ ଟଙ୍କା ଉଠାଇବେ, ସେତେବେଳେ ଆପଣଙ୍କୁ ୧୫ ଲକ୍ଷ ଟଙ୍କାର ପାଖାପାଖି ରିଟର୍ନ ମିଳିଥାଏ | ତେବେ ଏହିପରି ଯଦି ଆପଣ ଆହୁରି ୪-୫ ବର୍ଷ ପର୍ଯ୍ୟନ୍ତ ଟଙ୍କାକୁ ଖାତାରେ ଛାଡ଼ିଦେବେ, ତେବେ ୭.୬ ପ୍ରତିଶତ ସୁଧ ହାରରେ ଟଙ୍କା ଆହୁରି ଅଧିକ ହୋଇ ମିଳିବ |

Leave a Reply

Your email address will not be published. Required fields are marked *