ଝିଅ ହୋଇ ଗାର୍ଲଫ୍ରେଣ୍ଡ ପାଇଁ ପରୀକ୍ଷା ଦେବାକୁ ପହଞ୍ଚିଗଲା ବୟଫ୍ରେଣ୍ଡ, ଧରା ପଡ଼ିଯିବା ପରେ ମିଳିଲା ଏମିତି ଦଣ୍ଡ ଯେ ଦୁହିଁଙ୍କର ଉଡିଲା ହୋସ

କୁହାଯାଏ ଯେ ମଣିଷ ପ୍ରେମରେ ପଡି ଜହ୍ନ ତାରା ମଧ୍ୟ ତୋଳି ଆଣିପାରିବ | କିନ୍ତୁ ଜଣେ ବୟଫ୍ରେଣ୍ଡ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇ ନିଜ ଗାର୍ଲଫ୍ରେଣ୍ଡ ପାଇଁ ଏମିତି କିଛି କରିଦେଲା ଯେ ବର୍ତ୍ତମାନ ଦୁହିଁଙ୍କୁ ହିଁ ଏହାର ଦଣ୍ଡ ଭୋଗିବାକୁ ପଡୁଛି | ଆଫ୍ରିକାର ଜଣେ ଯୁବକଙ୍କୁ ପୋ-ଲି-ସ ଗି-ର-ଫ କରିନେଇଛି | କାରଣ ସେ ଝିଅର ବେଶପୋଷାକ ଧରି ନିଜ ଗାର୍ଲଫ୍ରେଣ୍ଡର ପରୀକ୍ଷା ଦେବାକୁ ଯାଉଥିଲା |

ଏହି ପୁରା ମାମଲା ହେଉଛି ଏକ ଦେଶ ସେନେଗଲର | ସେନେଗଲର ଗେଷ୍ଟନ ବର୍ଜର ଡି ସେଣ୍ଟ ଲୁଇ ୟୁନିଭରସିଟିରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେତେବେଳେ ଜଣେ ଯୁବକଙ୍କୁ ପରୀକ୍ଷା ଦେବାବେଳେ ଗିରଫ କରାଯାଇଥିଲା | ତାଙ୍କୁ ଏଥିପାଇଁ ଗିରଫ କରାଗଲା, କାରଣ ସେ ଜଣେ ଝିଅ ବେଶ ହୋଇ ପରୀକ୍ଷା ଦେଉଥିଲା | ବାସ୍ତବରେ, ୨୨ ବର୍ଷୀୟ ଖାଦିମ ହାଇ ସ୍କୁଲ ଗ୍ରାଜୁଏସନ ପରୀକ୍ଷାରେ ନିଜର ୧୯ ବର୍ଷିୟା ଗର୍ଲଫ୍ରେଣ୍ଡ ଗାଙ୍ଗୁ ଡିଓମଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ | ଝିଅ ବଦଳରେ ସେ ନିଜେ ଖାଦିମ ପରୀକ୍ଷା ଦେବାକୁ ଯାଇଥିଲେ | ଏପରି କରିବାପାଇଁ ସେ ନିଜକୁ ଜଣେ ଝିଅ ଭଳି ଦେଖାଯିବା ପାଇଁ ପ୍ରସ୍ତୁତ କଲେ | ସେ ସେଠିକାର ପାରମ୍ପାରିକ ସ୍କାର୍ଫ ପିନ୍ଧିଲେ, କାନରେ କାନଫୁଲ ପିନ୍ଧିଥିଲେ, ଝିଅମାନଙ୍କ ଡ୍ରେସ ପିନ୍ଧିଥିଲେ, ମେକ ଅପ କରିଥିଲେ ଏବଂ ପ୍ରକୃତ ଝିଅ ଦେଖାଯିବାପାଇଁ ସେ ଝିଅମାନଙ୍କ ବ୍ରା ମଧ୍ୟ ପିନ୍ଧିଥିଲେ ଏବଂ ପରୀକ୍ଷା ହଲରେ ଶିକ୍ଷକମାନଙ୍କୁ ବୋକା ବନେଇ ପ୍ରବେଶ କରିଥିଲେ | ସେ ଏପରି ୩ ଦିନ ପର୍ଯ୍ୟନ୍ତ କଲେ |

ଯେତେବେଳେ ଏପରି ଲାଗୁଥିଲା ଯେ ଦୁହିଁଙ୍କ ପ୍ଲାନ ସଫଳ ହେଉଛି, ଠିକ ସେତିକିବେଳେ ସୁପର ଭାଇଜରଙ୍କୁ ଖାଦିମଙ୍କଠାରେ କିଛି ଅଜବ ଲାଗିଲା | ତାପରେ ଯେତେବେଳେ ତାଙ୍କୁ ଯାଞ୍ଚ କରାଗଲା, ସେତେବେଳେ ତାଙ୍କର ପ୍ରକୃତ ପରିଚୟ ସାମ୍ନାକୁ ଆସିଲା | ଜୁଲାଇ ୩୧ ତାରିଖରେ ପରୀକ୍ଷା ହେଉଥିବା ସେଣ୍ଟରକୁ ପୋଲିସ ଡକାଗଲା ଏବଂ ଖାଦିମଙ୍କ ବିରୋଧରେ ଫ୍ରଡ କେସ ପଞ୍ଜିକରଣ କରାଗଲା | ଖାଦିମ ଦ୍ୱାରା ପୋଲିସ ତାଙ୍କ ଗାର୍ଲଫ୍ରେଣ୍ଡ ଗାଙ୍ଗୁ ପର୍ଯ୍ୟନ୍ତ ପହଞ୍ଚିଲା, ଯିଏ କି ଏକ ହୋଟେଲର ରୁମରେ ତାଙ୍କୁ ଅପେକ୍ଷା କରିଥିଲା | ତେବେ ଖାଦିମ ସବୁ ଦୋଷ ନିଜ ମୁଣ୍ଡକୁ ନେଇଗଲା | ଖାଦିମ ପୋଲିସକୁ କହିଲେ ଯେ ଏହା ମୁଁ ନିଜର ପ୍ରେମ ପାଇଁ କରିଛି, କାରଣ ମୋ ଗାର୍ଲଫ୍ରେଣ୍ଡକୁ ଇଂଲିଶ ସବ୍ଜେକ୍ଟ ଆସୁନଥିଲା ଏବଂ ବହୁତ ଅସୁବିଧା ହେଉଥିଲା | କିନ୍ତୁ ପୋଲିସ ତାଙ୍କ କଥା ଶୁଣିଲା ନାହିଁ | ଦୁହିଁଙ୍କ ବିରୋଧରେ ଫ୍ରଡ କେସ ହୋଇସାରିଛି | ବର୍ତ୍ତମାନ ଦୁହିଁଙ୍କୁ କଠୋରରୁ କଠୋର ଦଣ୍ଡ ମିଳିପାରେ | ରିପୋର୍ଟ ଅନୁଯାୟୀ, ଯଦି ସେମାନଙ୍କୁ ଦଣ୍ଡ ମିଳେ, ତେବେ ସେମାନେ ଦେଶରେ କୌଣସି ପ୍ରକାରର ପରୀକ୍ଷା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଦେଇପାରିବେ ନାହିଁ କିମ୍ବା ସେମାନେ କୌଣସି ପ୍ରକାରର ଡିପ୍ଲୋମା ଡିଗ୍ରୀ ନେଇପାରିବେ ନାହିଁ | ଏହାବ୍ୟତୀତ ସେମାନଙ୍କୁ ଜୋରିମାନା ଭାବରେ ଟଙ୍କା ମଧ୍ୟ ଦେବାକୁ ପଡିପାରେ ଏବଂ ସବୁଠାରୁ ଦୁଃଖର କଥା ଏହା ଯେ ସେମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମଧ୍ୟ ଶୁଣାଯାଇପାରେ |

Leave a Reply

Your email address will not be published. Required fields are marked *