ମାଆଙ୍କୁ ଭୂତ ମାଡି ବସିଛି କହି ପୁଅଠାରୁ ତାନ୍ତ୍ରିକ ଠକିନେଲେ ୫ ଲକ୍ଷ ଟଙ୍କା,ଜାଣନ୍ତୁ ପୁରା ଘଟଣା

ରାଜସ୍ଥାନର ଝୁନଝୁନ ଜିଲ୍ଲାର ସୁରଜଗଡ ଅଞ୍ଚଳର ୱର୍ଡ ୨୩ ନିବାସୀ ସନ୍ଦୀପ କୁମାର ଜାଟ ପୋଲିସରେ ରିପୋର୍ଟ ଦାଖଲ କରି କହିଛନ୍ତି ଯେ ତାଙ୍କ ମାଁ ସୁମନ ଦେବୀଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା|ଚିକିତ୍ସା ପାଇଁ ବହୁ ଜାଗା ଦେଖାଇଲେ କିନ୍ତୁ ସେ ଠିକ ହୋଇନଥିଲେ|ଏହା ମଧ୍ୟରେ କାହାର କହିବାନୁଯାୟୀ ସେ ତାନ୍ତ୍ରିକ ସମ୍ପର୍କରେ ଆସିଥିଲେ|ତାନ୍ତ୍ରିକ କହିଲା ଯେ ତାଙ୍କ ମାଁ ଙ୍କ ଶରୀରରେ ଭୂତ ବାସ କରିଛି|

ଠକ ତାନ୍ତ୍ରିକ କହିଲା ଯେ ସେ ତନ୍ତ୍ର ବିଧି ମାଧ୍ୟମରେ ଏହି ଆତ୍ମାକୁ ବାହାର କରିଦେବ ଫଳରେ ତାଙ୍କ ମା ଠିକ ହୋଇଯିବେ|ଏଥିପାଇଁ ଘର ଶୁଦ୍ଧି ହେବାକୁ ପଡିବ ଓ କିଛି ତନ୍ତ୍ର ପ୍ରକ୍ରିୟା ପୂରା କରିବାକୁ ହେବ|ସନ୍ଦୀପ ଠକ ତାନ୍ତ୍ରିକ କଥାରେ ଫସିଗଲା ଓ ହଁ କହିଲା|

୯ ଫେବୃଆରୀ ୨୦୨୧ ଦିନ ତାନ୍ତ୍ରିକ ଉତ୍ତର ପ୍ରଦେଶ ମଥୁରାର ଇଲିଆସ,ପାବଟିର ସହାଵୁଦ୍ଦୀନ ଓ ରାଜସ୍ଥାନର ଅଲୱରରେ ରହୁଥିବା ସରପଞ୍ଚ ସହ ଅନ୍ୟ ଦୁଇଜଣ ଲୋକ ସନ୍ଦୀପ ଘରେ ପହଞ୍ଚିଲେ|ସେଠାରେ ସେମାନେ ତନ୍ତ୍ର ମନ୍ତ୍ର ପ୍ରକ୍ରିୟା ଆରମ୍ଭ କରିଥିଲେ|

ସନ୍ଦୀପ ପୋଲିସକୁ କହିଛନ୍ତି ଯେ ୯ ଫେବୃଆରୀ ୨୦୨୧ ଦିନ ଆସିଥିବା ସଦସ୍ୟ ମାନେ ମା ସହ ଅନ୍ୟ ତିନି ଜଣ ସଦସ୍ୟଙ୍କୁ ହବନ ନାମରେ ଅଲଗା ଅଲଗା ଜାଗାରେ ବସେଇ ଦେଇଥିଲେ|ସମସ୍ତଙ୍କୁ ମାଳା ଲଗାଇ ଧ୍ୟାନ କରିବାକୁ କହିଲେ|ସମସ୍ତଙ୍କୁ କହିଲେ ଯେପର୍ଯ୍ୟନ୍ତ ଭୂତ ନ ଆସିଛି ସେପର୍ଯ୍ୟନ୍ତ କେହି ଆଖି ଖୋଲିବେ ନାହିଁ|ଯଦି ଧ୍ୟାନ ମାଳାରୁ ହଟିଗଲା ଓ ଆଖି ଖୋଲିଦେଲେ ତେବେ ଭୂତ ଯିବ ନାହିଁ|

ଏତିକି କେବଳ ନୁହେଁ,ଡରେଇବା ପାଇଁ ଆଖି ଖୋଲିଲେ ମହିଳା ସୁମନକୁ ଅଧିକ ବେମାର ହେବାର ଧମକ ଦେଇଥିଲେ|ତାନ୍ତ୍ରିକ ପରିବାର ସଦସ୍ୟଙ୍କୁ ଡରାଇକରି ରଖିଥିଲେ|ଏହି ସମୟରେ ତାନ୍ତ୍ରିକ ପରିବାର ଲୋକଙ୍କ ସାହାଯ୍ୟରେ ଘରେ ରଖାଯାଇଥିବା ପାଞ୍ଚ ଲକ୍ଷ ଟଙ୍କା ଅଗ୍ନି କୁଣ୍ଡ ପାଖରେ ରଖେଇଥିଲା|ଅଗ୍ନିକୁଣ୍ଡରେ ଏମିତି କିଛି ଢାଳିଲା ଯାହା ଫଳରେ ସମସ୍ତେ ବେହୋସ୍ ହୋଇଗଲେ ଓ ଏହି ସୁଯୋଗରେ ତାନ୍ତ୍ରିକ ଓ ତାଙ୍କ ସାଥୀ ୫ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ

Leave a Reply

Your email address will not be published. Required fields are marked *