ହେ ଭଗବାନ ରକ୍ଷା କର : ମାଆ ବ୍ରିଜ ଉପରକୁ କାର ଚଢ଼ାଉଥିବାର ଦେଖି ଜୋରରେ କାନ୍ଦିବାକୁ ଲାଗିଲା ପୁଅ,ଦେଖନ୍ତୁ ଭିଡିଓରେ କିପରି ଭଗବାନଙ୍କଠାରେ ଜୀବନ ବଞ୍ଚାଇବା ପାଇଁ କରୁଛି ପ୍ରାର୍ଥନା

ସୋସିଆଲ ମିଡିଆରେ ଆଜିକାଲି ବିଭିନ୍ନ ପ୍ରକାରର ଭିଡିଓ ଭାଇରଲ ହୋଇଥାଏ | କିଛି ଭିଡିଓ ଇମୋସନାଲ ହୋଇଥାଏ, ଯାହାକୁ ଦେଖି ଆଖିରେ ଲୁହ ଆସିଯାଏ | ସେହିପରି ଆହୁରି ଏମିତି କିଛି ଭିଡିଓ ଦେଖିବାକୁ ମିଳିଯାଏ, ଯାହାକୁ ଦେଖି ଆମ ହସ ଅଟକି ନଥାଏ ଏବଂ ବହୁତ ହସ ଲାଗେ | ଏପରି ଏକ ଭାଇରଲ ହେଉଥିବା ଏହି ଭିଡିଓକୁ ଦେଖି ଆପଣ ହସି ହସି ଗଡ଼ିଯିବେ | ଆଜ୍ଞା ହଁ, ଏହି ଭିଡିଓ ଦେଖି ଆପଣ ବିଶ୍ୱାସ କରିବେ ଯେ ଅନେକଥର ଛୋଟ ପିଲାମାନେ ନିଜ ମାକୁ ମଧ୍ୟ ବିଶ୍ୱାସ କରନ୍ତି ନାହିଁ |

ଏହି ଭିଡିଓରେ ଗୋଟିଏ ପିଲା କାର ଚଳାଉଥିବା ନିଜ ମାକୁ ଠିକ ଭାବରେ ଗାଡି ଡ୍ରାଇଭ କରିବାକୁ ନିବେଦନ କରି ଭଗବାନଙ୍କୁ ସ୍ମରଣ କରୁଥିବାର ଦେଖାଯାଉଛି | ଏହି ଭାଇରଲ ଭିଡିଓରେ କାର ଭିତରେ ଗୋଟିଏ ପିଲା ନିଜ ମା ସହିତ ବସିଛି | ଠିକ ସେତିକିବେଳେ ମା କାରକୁ ଏକ ବ୍ରିଜ ଉପରକୁ ଚଢ଼ାଇବାକୁ ଲାଗନ୍ତି | କିନ୍ତୁ ଏହା ଦେଖିବାମାତ୍ରେ ପିଲାଟି କାନ୍ଦିବାକୁ ଲାଗେ ଏବଂ ମାକୁ ଚିତ୍କାର କରି କରି ଗାଡି ସେ ରାସ୍ତା ଦେଇ ନ ନେବାକୁ ନିବେଦନ କରିବାକୁ ଲାଗେ | ତେବେ ମା ବ୍ରିଜ ଉପରେ କାରକୁ ଚଢ଼ାଇବାପାଇଁ ଆଗକୁ ବଢ଼ିବାମାତ୍ରେ ପିଲାଟି ଜୋରରେ କାନ୍ଦିବାକୁ ଲାଗେ | କାନ୍ଦି କାନ୍ଦି ସେ କହେ, ‘ ମା ଏହି ବ୍ରିଜରେ କାର ଯାଇପାରିବ ନାହିଁ, ଏହା ପାଦଚଲା ରାସ୍ତାର ପୋଲ ଅଟେ | ପ୍ଲିଜ ରହିଯାଅ’ |

ଦେଖନ୍ତୁ ଭିଡିଓ :-

ତେବେ ପିଲାଟିର କଥା ନ ଶୁଣି ମା କାରକୁ ବ୍ରିଜ ଉପରେ ଚଢାଇ ଦିଅନ୍ତି ଏବଂ ତାକୁ ଚୁପ ରହିବାପାଇଁ କୁହନ୍ତି | କିନ୍ତୁ ପିଲାଟି ସେହି ଗୋଟିଏ କଥା କହି ଚାଲିଥାଏ ଯେ ଏହି ବ୍ରିଜରେ କାର ଯାଇପାରିବ ନାହିଁ | ଏହି ସମୟ ମଧ୍ୟରେ ସେ ଭଗବାନଙ୍କୁ ମଧ୍ୟ ସ୍ମରଣ କରିବାକୁ ଲାଗେ ଏବଂ ସେମାନଙ୍କୁ ରକ୍ଷା କରନ୍ତୁ ବୋଲି ପ୍ରାର୍ଥନା କରେ | ଏହାମଧ୍ୟରେ କାରରେ ବସିଥିବା ପିଲାର ମା ଏବଂ ଅନ୍ୟ ଲୋକମାନେ ତା କଥା ଶୁଣି ହସିବାକୁ ଲାଗନ୍ତି | ସେମାନେ ତାକୁ ଶାନ୍ତ ରହିବାକୁ କୁହନ୍ତି, କିନ୍ତୁ ପିଲାଟିର କାନ୍ଦିବା ବନ୍ଦ ହୁଏନାହିଁ | ଶେଷରେ ଯେତେବେଳେ କାର ଆରାମରେ ବ୍ରିଜରୁ ପାର ହୋଇଯାଏ, ସେତେବେଳେ ଯାଇ ପିଲାଟି ଶାନ୍ତ ହୁଏ |

ଏହି ଭିଡିଓକୁ Romantic -Diary ନାମକ ଫେସବୁକ ପେଜରେ ସେୟାର କରାଯାଇଛି | ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି | ତେବେ ଏହି ଭିଡିଓ କେଉଁ ସ୍ଥାନର ଅଟେ, ଏହି ବିଷୟରେ କୌଣସି ସୂଚନା ନାହିଁ | ଏହି ଭିଡିଓରେ କାହାର ମୁହଁ ମଧ୍ୟ ଦେଖାଯାଉ ନାହିଁ | କେବଳ ସମସ୍ତଙ୍କର ସ୍ୱର ଶୁଭାଯାଉଛି | ଲୋକମାନେ କେବଳ ଏହି ଭିଡିଓକୁ ପରସ୍ପର ସହିତ ସେୟାର କରୁନାହାନ୍ତି ବରଂ ଏହି ଭିଡିଓରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ଦେଉଛନ୍ତି | କିଛି ୟୁଜର୍ସ କହିଛନ୍ତି ଯେ ବୋଧହୁଏ ପିଲାଟିର ନିଜ ମାର ଡ୍ରାଇଭିଙ୍ଗ ଉପରେ ଭରସା ନଥିଲା |

Leave a Reply

Your email address will not be published. Required fields are marked *