ନିରଜଙ୍କୁ କେବେ ବିବାହ କରିବେ ବୋଲି ପ୍ରଶ୍ନ କରିଲେ କପିଲ ଦେବ; ଏମିତି ଉତ୍ତର ଦେଲେ ସୁନା ପୁଅ

ଭାରତୀୟ ଆଥଲେଟ ନିରଜ ଚୋପ୍ରା ଟୋକିଓ ଅଲମ୍ପିକ୍ସରେ ଇତିହାସ ରଚିଛନ୍ତି । ସେ ଜାଭେଲିନ୍ ଥ୍ରୋରେ ଦେଶ ପାଇଁ ଗୌରବ ଆଣିଛନ୍ତି । ନିରଜ ଜାଭେଲିନ ଥ୍ରୋ ଫାଇନାଲ ଜିତିବା ସହିତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଭାରତ ପାଇଁ ପଦକ ଜିତିବା ପରେ ନିରଜଙ୍କୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟିଛି । ବିସିସିଆଇ ପାଖରୁ ଆରମ୍ଭ ହୋଇ ଅନେକ ରାଜ୍ୟରୁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏଥିସହିତ ଭାରତ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ନିରଜଙ୍କ ସହିତ କଥା ବାର୍ତ୍ତା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ସେ ନିରଜଙ୍କୁ ବିବାହ ବାବଦରେ ପ୍ରଶ୍ନ କରିଥିଲେ। ୨୩ ବର୍ଷୀୟ ନିରଜ ଏହି ପ୍ରଶ୍ନର ଉତ୍ତର ଶୁଣିଲା ପରେ ଟିକେ ଲାଜେଇ ଯାଇଥିଲେ। ଆଉ ସେ ସମ୍ପୂର୍ଣ୍ଣ ଭାବରେ ଖେଳ ଉପରେ ଫୋକସ କରୁଛନ୍ତି ବୋଲି କହିଥିଲେ।

ଏକ ଜାତୀୟ ଟିଭି ଚ୍ୟାନେଲ ଚାଲିଥିବା ସୋରେ କପିଲ ଦେବ ଆଙ୍କର ଭୂମିକାରେ ଅଭିନୟ କରୁଥିଲେ। ସେ ଟୋକିଓ ଅଲିମ୍ପିକ ଚାମ୍ପିଅନଙ୍କ ସହିତ ଇଣ୍ଟରଭ୍ୟୁ ନେଉଥିଲେ। ଆଉ ସେହି ସମୟରେ ସେ ନିରଜଙ୍କୁ ବିବାହ କେବେ କରିବେ ଏବଂ ବିବାହ ପାଇଁ ଚାପ ରହିଥିବା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ।

ଏହି ପ୍ରଶ୍ନ ପଚାରିବା ପରେ ନିରଜ ସାମାନ୍ୟ ଟିକେ ଲାଜେଇ ଯାଇଥିଲେ। ଆଉ କହିଥିଲେ ଯେ, ସେ ଏବେ କେବଳ ଖେଳ ଉପରେ ହିଁ ଫୋକସ କରୁଛନ୍ତି । ପରେ ଯାହା ହେବ ସମୟ କହିବ। କିନ୍ତୁ,ଏବେ ସେ ଖେଳ ଉପରେ ହିଁ ଅଧିକ ଧ୍ୟାନ ଦେଉଛନ୍ତି ବୋଲି କହିଥିଲେ।

ନିରଜ ଆହୁରି ମଧ୍ୟ କହିଥିଲେ ଯେ, ସେ ପିଲା ସମୟରେ ଅଧିକ ମୋଟା ଥିଲେ। ପରିବାର ସଦସ୍ୟ ତାଙ୍କୁ ଆଥଲେଟ ଟ୍ରେନିଂ ପାଇଁ ପଠାଇଥିଲେ। କିନ୍ତୁ, କେବେ ସେ ଚାମ୍ପିଅନ ହେବେ ବୋଲି ଆଶା କରିନଥିଲେ । ଆଉ ଏବେ ସେ ଦେଶ ପାଇଁ ଖେଳିବା ସହିତ ମେଡାଲ ମଧ୍ୟ ଜିତିଛନ୍ତି ବୋଲି ନିରଜ କହିଛନ୍ତି।

Leave a Reply

Your email address will not be published.