ସାବଧାନ : ହ୍ଵାଟ୍ସଆପକୁ ହ୍ୟାକ କରି ବ୍ୟକ୍ତିଙ୍କଠାରୁ ନେଇଗଲେ ୯ ଲକ୍ଷ ଟଙ୍କା, ପୁରା ଘଟଣା ଜାଣିଲେ ଚକିତ ହୋଇଯିବେ ଆପଣ

ଆଜିର ଏହି ଅନଲାଇନ ଯୁଗରେ ସୋସିଆଲ ମିଡ଼ିଆର ବଢୁଥିବା ବ୍ୟବହାର ସାଇବର ଚୋରିକୁ ବହୁତ ବଢ଼ାଉଛି | ଦେଶରେ ଆଜିକାଲି ସାଇବର ଚୋରିର ମାମଲା ଶୁଣିବାକୁ ମିଳୁଛି | ଏପରି ଏକ ମାମଲା ଏହି ସପ୍ତାହରେ ମହାରାଷ୍ଟ୍ରରେ ରିପୋର୍ଟ କରାଯାଇଛି | ନିକଟରେ ଥାନାରେ ଜଣେ ଫ୍ରଡସଟର ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କଠାରୁ ହ୍ଵାଟ୍ସଆପ ମାଧ୍ୟମରେ ୮.୯୮ ଲକ୍ଷ ଟଙ୍କା ଚୋରି କରିଥିବାର ମାମଲା ପଞ୍ଜିକରଣ କରାଯାଇଛି | ଆସନ୍ତୁ ପୁରା ମାମଲା ବିଷୟରେ ଜାଣିବା |

ପ୍ରକୃତରେ କଣ ହୋଇଛି ?

ଥାଣେର ଜଣେ ୬୦ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ସାଉଦି ଆରବରେ ରହୁଥିବା ତାଙ୍କର ଜଣେ ବନ୍ଧୁ, ଭୁପେନ୍ଦ୍ର ମୋଦିଙ୍କର ଅଗଷ୍ଟ ୧ ତାରିଖରେ ହ୍ଵାଟ୍ସଆପରେ ମେସେଜ ଆସିଲା ଯେ ଗୋଟିଏ ମେଡିକାଲ ଏମର୍ଜେନ୍ସି କାରଣରୁ ତାଙ୍କୁ ୯୮,୦୦୦ ଟଙ୍କା ଦରକାର ଅଛି | ଅଗଷ୍ଟ ୨ ତାରିଖରେ ମେସେଜ ଦେଖିବାମାତ୍ରେ ହିଁ ବ୍ୟକ୍ତିଜଣକ ବନ୍ଧୁଙ୍କ ଆକାଉଣ୍ଟରେ ଏହି ରାଶି ପଠାଇଦେଲେ | ଯାହାର କିଛି ମିନିଟରେ ବ୍ୟକ୍ତିଙ୍କ ପାଖକୁ ନିଜ ବନ୍ଧୁଙ୍କଠାରୁ ପୁଣିଥରେ ମେସେଜ ଆସିଲା ଯେ ସେ ଭୁଲରେ ୯୮,୦୦୦ ଲେଖି ଦେଇଥିଲେ, ଯେତେବେଳେ କି ତାଙ୍କୁ ନିଜର ବନ୍ଧୁଙ୍କ ପୁଅର ଅପରେସନ ପାଇଁ ୬.୯୮ ଲକ୍ଷ ଦରକାର ଥିଲା | ବ୍ୟକ୍ତିଜଣକ ଆହୁରି ୬ ଲକ୍ଷ ଟଙ୍କା ପଠାଇଦେଲେ | ତାପରେ କିଛି ସମୟ ମଧ୍ୟରେ ବନ୍ଧୁଙ୍କ ଆକାଉଣ୍ଟରୁ ମେସେଜ ଆସିଲା ଯେ ବ୍ୟକ୍ତିଜଣକ ଭୁଲରେ ୧ ଲକ୍ଷ ଟଙ୍କା ସାଉଦି ରିଆଲ ପଠାଇ ଦେଇଛନ୍ତି ଏବଂ କୌଣସି ଟେକନିକ ସମସ୍ୟା କାରଣରୁ ଏହା ଗୋଟିଏ ଦିନ ପରେ ପହଞ୍ଚିବ | ଏହା ଶୁଣି ଥାଣେର ବାସିନ୍ଦା ଏହି ନାଗରିକ ନିଜର ଆକାଉଣ୍ଟରେ ବଞ୍ଚିଥିବା ୨ ଲକ୍ଷ ଟଙ୍କା ମଧ୍ୟ ଟ୍ରାନ୍ସଫର କରିଦେଲେ |

କାହାଣୀରେ ଟ୍ଵିଷ୍ଟ :-

ଏସବୁ ହେବାର କିଛି ସମୟ ପରେ ଏହି ବରିଷ୍ଠ ନାଗରିକଙ୍କ ଏକ ହ୍ଵାଟ୍ସଆପ ଗ୍ରୁପରେ ତାଙ୍କର ଏହି ବନ୍ଧୁ, ଭୁପେନ୍ଦ୍ର ମୋଦିଙ୍କ ସ୍ତ୍ରୀର ମେସେଜ ଆସିଲା ଯେ ଭୁପେନ୍ଦ୍ରଙ୍କ ହ୍ଵାଟ୍ସଆପ କେହି ଜଣେ ହ୍ୟାକ କରିନେଇଛି ଏବଂ ହ୍ୟାକର ଲୋକମାନଙ୍କୁ ମେସେଜ କରି ସେମାନଙ୍କଠାରୁ ଟଙ୍କା ମାଗୁଛି | ସେତେବେଳେ ଯାଇ ଥାଣେର ବାସିନ୍ଦା ଏହି ବ୍ୟକ୍ତି ଜାଣିପାରିଲେ ଯେ ତାଙ୍କ ସହିତ ବଡ଼ ଧୋକା ହୋଇଛି |

କଣ ଆକ୍ସନ ନିଆଯାଉଛି ?

ଧୋକା ମିଳିଛି ବୋଲି ଜାଣିବାପରେ ବ୍ୟକ୍ତିଜଣକ ଏହି ସାଇବର ଚୋରି ବିରୋଧରେ ନିଜ ଅଞ୍ଚଳର ନୌପାଡା ପୋଲିସ ଷ୍ଟେସନରେ ଏଫଆଇଆର ଲେଖାଇଲେ | ପୋଲିସ କେସକୁ ଯାଞ୍ଚ କରୁଛି ଏବଂ ଏହା ଆଶା କରାଯାଉଛି ଯେ ଚୋର ଶୀଘ୍ର ଧରା ପଡ଼ିଯିବ |

Leave a Reply

Your email address will not be published.