ଅଶ୍ୱିନଙ୍କ ପାଇଁ ଖରାପ ଖବର : ପ୍ଲେଇଂ ଇଲେଭେନରେ ତାଙ୍କର ସ୍ଥାନକୁ ନେଇ ବିରାଟ କୋହଲି ଦେଲେ ଏମିତି ବଡ଼ ବୟାନ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଚାଲିଥିବା ସମୟରେ ଅଶ୍ୱିନଙ୍କୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସୁଛି। ବିରାଟ କୋହଲି ସଫା ସଫା କହିଦେଲେ କି, ଏହି ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରେ ସେ ଯେକୌଣସି ପ୍ଲେଇଂ ଇଲେଭେନ ସହିତ ଓହ୍ଲାଇବେ ଯାହାକି ଅଶ୍ୱିନଙ୍କ ପାଇଁ ଖରାପ ଖବର।

କୋହଲି ଏହି ଟିମ କମ୍ବିନେସନକୁ ସଠିକ କହିଥିଲେ:-

ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ହେବାପରେ ବିରାଟ କୋହଲି ଆଗାମୀ ଟେଷ୍ଟ ପାଇଁ ଦଳରେ ଚାରିଜଣ ଦ୍ରୁତ ବୋଲର ଓ ଜଣେ ସ୍ପିନରଙ୍କୁ ଖେଳାଇବାର କଥା କହିଥିଲେ। କୋହଲି ଏହି ଟିମ କମ୍ବିନେସନକୁ ଉଚିତ କହିଥିଲେ।

ଜାଡେଜା ଓ ଅଶ୍ୱିନଙ୍କ ମଧ୍ୟରୁ ଜଣଙ୍କୁ ମିଳିବ ମୌକା:-

ବିରାଟଙ୍କ ନୂଆ ଯୋଜନା ଅନୁସାରେ ଆଗାମୀ ଚାରୋଟି ଟେଷ୍ଟ ମ୍ୟାଚ ପାଇଁ ଜାଡେଜା କିମ୍ବା ଅଶ୍ୱିନଙ୍କ ମଧ୍ୟରୁ ଜଣଙ୍କୁ ଏହି ଟିମରେ ଖେଳିବାକୁ ହେବ। ପ୍ରଥମ ଟେଷ୍ଟ ମ୍ୟାଚରେ ଅଶ୍ୱିନଙ୍କ ସ୍ଥାନରେ ଜାଡେଜାଙ୍କୁ ନିଆଯାଇଥିଲା ଓ ଜାଡେଜା ଏହି ମ୍ୟାଚରେ ଶାନଦାର ଅର୍ଧଶତକ ମାରିବା ସହ ଫିଲ୍ଡିଂ ମଧ୍ୟ ଭଲ କରିଥିଲେ।

ଅଶ୍ୱିନଙ୍କୁ ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରେ ବାହାରେ ବସିବାକୁ ପଡ଼ିପାରେ:-

ଇଂଲଣ୍ଡ ବିପକ୍ଷରେ ଏହି ସମ୍ପୂର୍ଣ୍ଣ ସିରିଜରେ ଆର ଅଶ୍ୱିନଙ୍କୁ ବାହାରେ ବସିବାକୁ ପଡ଼ିପାରେ। ରବୀନ୍ଦ୍ର ଜାଡେଜା ବ୍ୟାଟିଂ ଓ ଫିଲ୍ଡିଂରେ ଅଶ୍ୱିନଙ୍କ ଠାରୁ ଭଲ କ୍ରିକେଟର ଅଟନ୍ତି। ଏହାସହ ସେ ଶାନଦାର ବୋଲିଂ ମଧ୍ୟ କରିଥାନ୍ତି। ଏମିତିରେ ଅଶ୍ୱିନଙ୍କୁ ମୌକା ମିଳିବା କାଠିକର ପାଠ ଅଟେ। ଜାଡେଜା ପ୍ରଥମ ଟେଷ୍ଟରେ 56 ରନର ଶାନଦାର ପାଳି ଖେଳିଥିଲେ।

ଭାରତୀୟ ଦଳ: ରୋହିତ ଶର୍ମା, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଋଷଭ ପନ୍ତ, ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା।

Leave a Reply

Your email address will not be published. Required fields are marked *