ଦୁନିଆରେ ରହିଛନ୍ତି କିଛି ଅଜବ ପ୍ରକାରର ଲୋକ,କାହାର ନାକ ତ କାହାର ଉଚ୍ଚତାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଭାରତର ନାଗପୁରରେ ରହୁଥିବା ଜ୍ୟୋତି ଅମଗେ ଦୁନିଆର ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ମହିଳା ଅଟନ୍ତି। ତାଙ୍କର ଉଚ୍ଚତା ପାଖାପାଖି 63 ସେଣ୍ଟିମିଟର ମାନେ 2.07 ଫୁଟ ଓ ଓଜନ ମାତ୍ର 5 କିଲୋଗ୍ରାମ ଅଟେ।

ଦୁନିଆର ସବୁଠାରୁ ଲମ୍ବା ସୁଲତାନ କୋସେନ:-

ସୁଲତାନ କୋସେନ ଦୁନିଆର ସବୁଠାରୁ ଲମ୍ବା ପୁରୁଷ ଅଟନ୍ତି ଯାହାର ଉଚ୍ଚତା 8 ଫୁଟ 2.82 ଇଞ୍ଚ ଅଟେ। ତାଙ୍କର ହାତ ଓ ପାଦ ମଧ୍ୟ ବହୁତ ଲମ୍ବା ଅଟେ। ତାଙ୍କ ସହିତ ନଜର ମିଶାଇବା ପାଇଁ ଲୋକମାନେ ଅନ୍ୟର କାନ୍ଧ ବ୍ୟବହାର କରିଥାନ୍ତି।

ଦୁନିଆର ସବୁଠାରୁ ଲମ୍ବା ନାକ:-

mehmet ozyurek ନାମକ ଏହି ବ୍ୟକ୍ତିର ନାକର ଲମ୍ବା ପାଖାପାଖି 8.8 ସେଣ୍ଟିମିଟର ଅଟେ। ତାଙ୍କ ପାଖରେ ଦୁନିଆର ସବୁଠାରୁ ଲମ୍ବା ନାକ ରହିଥିବାର ରେକର୍ଡ଼ ରହିଛି।

ଦୁନିଆର ସବୁଠାରୁ ଲମ୍ବା ବାଳ ଥିବା ମହିଳା:-

xie quiping ନାମକ ଏହି ମହିଳାଙ୍କ ବାଳ ଦୁନିଆରେ ସବୁଠାରୁ ଲମ୍ବା ଅଟେ। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ ଯେ, ତାଙ୍କର ବାଳର ଲମ୍ବା 18 ଫୁଟ ଅଟେ ଓ ସେ 1973 ମସିହାରୁ ନିଜ ଚୁଟି କାଟି ନାହାଁନ୍ତି। ତାଙ୍କର ନାମ ଗିନିଜ ବୁକ ଅଫ ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଇଛି।

ବିଭିନ୍ନ ଦିଗକୁ ବୁଲିଯାଉଛି ଗୋଡ଼:-

14 ବର୍ଷର ମାକ୍ସୱେଲ ଡେ ନିଜର ଗୋଡ଼କୁ କୌଣସି ଦିଗକୁ ମୋଡ଼ିବାରେ ସକ୍ଷମ ହୋଇପାରୁଛି। ମାକ୍ସୱେଲ ନିଜର ଡାହାଣ ଗୋଡ଼କୁ 157 ଡିଗ୍ରୀ ବୁଲାଇ ପାରୁଛି ଓ ବାମ ଗୋଡ଼କୁ 143 ଡିଗ୍ରୀ ବୁଲାଇ ପାରୁଛନ୍ତି।

Leave a Reply

Your email address will not be published. Required fields are marked *