ଅଚାନକ ଖାଲରେ ପଡ଼ିବାକୁ ଲାଗିଲା କାର, ଲୋକମାନେ ଡେଇଁ ବଞ୍ଚାଇଲେ ଜୀବନ, ଦେଖନ୍ତୁ ଭୟଙ୍କର ଭିଡିଓ

କିଛି ଆକ୍ସିଡେଣ୍ଟ ଭିଡିଓ ବହୁତ ଭୟଙ୍କର ହୋଇଥାଏ | ସେଗୁଡିକୁ ଦେଖି ଆଛା ଆଛା ଲୋକମାନଙ୍କର ମଧ୍ୟ ଲୋମଟାଙ୍କୁରି ଉଠେ | ମିଡ଼ିଆ ରିପୋର୍ଟସ ଅନୁଯାୟୀ, ଏହି ଦୁର୍ଘଟଣା ଚୀନର ଅଟେ ଏବଂ ଏହା ଲୋକମାନଙ୍କର ହୃଦୟ ହଲାଇ ଦେଲା | ଏହି ଭୟଙ୍କର ଭିଡିଓରେ ଗୋଟିଏ କାର ଘାଇରେ ପଡୁଥିବାର ଦେଖାଯାଉଛି | ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି |

ଅଚାନକ ଖସିବାକୁ ଲାଗିଲା କାର :-

ଡେଲିମେଲର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଚୀନରେ ଘଟିଛି | ଏକ ସ୍ଥାନୀୟ ପରିବାର ଝୀଂଜିୟାଙ୍ଗର ଦୁକୂ ହାଇୱେରେ ବୁଲିବାକୁ ବାହାରିଥିଲେ | ସେଠାରେ ଗୋଟିଏ ଟୁରିଷ୍ଟ ସ୍ପଟ ଅଛି, ଯେଉଁଠାରୁ ଘାଟିର ସୁନ୍ଦର ଦୃଶ୍ୟ ଦେଖାଯାଇପାରେ | ସେ ନିଜର କାର ପଥର ପାଖରେ ପାର୍କ କରିଥିଲେ | କିଛି ମୁହୂର୍ତ୍ତରେ କାର ନିଜେ ନିଜେ ଖସି ଗଡିବାକୁ ଲାଗିଲା ଏବଂ ଘାଇରେ ପଡିଗଲା | କୁହାଯାଉଛି ଯେ ଡ୍ରାଇଭର କିଛି କିଣିବାପାଇଁ କିମ୍ବା ପାଣି ପିଇବାପାଇଁ କାରରୁ ବାହାରକୁ ବାହାରିଥିଲା |

ଲୋକମାନେ ଡେଇଁ ପଡି ବଞ୍ଚାଇଲେ ଜୀବନ :-

ଆକ୍ସିଡେଣ୍ଟର ଏହି ଭାଇରଲ ଭିଡିଓରେ ଜଣେ ବ୍ୟକ୍ତି କାରର ବାହାରୁ ତାକୁ ପଡିବାରୁ ବଞ୍ଚାଇବାପାଇଁ ଚେଷ୍ଟା କରୁଥିବାର ଦେଖାଯାଉଛି | ବ୍ୟାକ ସିଟରେ ବସିଥିବା ବୃଦ୍ଧ ମହିଳା ଠିକ ସମୟରେ ଡେଇଁ ପଡି ନିଜର ଜୀବନ ବଞ୍ଚାଇ ଦେଲେ | କିନ୍ତୁ କାରର ଆଗ ସିଟରେ ବସିଥିବା ମହିଳା ଠିକ ଟାଇମରେ ନିଜର ସିଟ ବେଲ୍ଟ ଖୋଲିପାରି ନଥିଲେ, ଯେଉଁଥିପାଇଁ ସେ କାର ସହିତ ଘାଇରେ ପଡିଗଲେ | ମିଡ଼ିଆ ରିପୋର୍ଟ ଅନୁଯାୟୀ, ଘାଇରେ ପଡିଥିବା ମହିଳାଙ୍କୁ ଉଦ୍ଧାର କରି ରକ୍ଷା କରାଯାଇଛି | ତେବେ ତାଙ୍କୁ କିଛି ଆଘାତ ଲାଗିଛି |

ଏପରି କୁହାଯାଉଛି ଯେ କାରର ହ୍ୟାଣ୍ଡ ବ୍ରେକ ଠିକ ଭାବରେ ଲଗାଯାଇ ନଥିବ କିମ୍ବା ତାହା କାମ କରୁ ନଥିବ | ସେଥିପାଇଁ ଏପରି କାରଟି ନିଜେ ନିଜେ ଗଡିବାକୁ ଲାଗିଲା ଏବଂ ଏତେବଡ ଦୁର୍ଘଟଣା ଘଟିଲା |

Leave a Reply

Your email address will not be published. Required fields are marked *