ଠେଲାରେ କିଣାବିକା କରୁଥିବାର ଦେଖାଗଲେ ସୋନୁ ସୁଦ, ୧୨୦ ଟଙ୍କାର ଚପଲକୁ ୫୦ ଟଙ୍କାରେ ଦାମ ଫିକ୍ସ କଲେ

ବଲିଉଡ ଆକ୍ଟର ସୋନୁ ସୁଦ ଲକଡାଉନରେ ଗରିବମାନଙ୍କର ଦେବଦୁତ ହୋଇ ଉଭା ହୋଇଥିଲେ | ଆକ୍ଟରଙ୍କୁ ସବୁଆଡେ ବାଃ ବାଃ ବୋଲି କହି ଲୋକମାନେ ପ୍ରଶଂସା କରନ୍ତି | ଏହାମଧ୍ୟରେ ସୋନୁ ନିଜର ଫ୍ୟାନ୍ସଙ୍କର ମନୋରଞ୍ଜନ କରିବାକୁ ମଧ୍ୟ ଭୁଲନ୍ତି ନାହିଁ | ନିକଟରେ ସୋନୁ ସୁଦ ଚପଲ ବିକ୍ରି କରୁଥିବାର ଦେଖାଗଲେ | ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି |

ସୋନୁ ସୁଦଙ୍କ ଭିଡିଓ :-

କରୋନା ମହାମାରୀ ସମୟରେ ସୋନୁ ସୁଦ ଅଭାବୀମାନଙ୍କୁ ଏତେ ଅଧିକ ସାହାଯ୍ୟ କରିଛନ୍ତି ଯେ ସେହି ଲୋକମାନେ ତାଙ୍କୁ ଦେବଦୁତ ବୋଲି ମଧ୍ୟ କହିଛନ୍ତି | ସୋନୁ ସୁଦ, ଯିଏ କି ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି, ପୁଣିଥରେ ସେ ଶ୍ରୀନଗରରୁ ଏକ ଫୁଟପାଥରେ ଚପଲ ବିକ୍ରି କରୁଥିବା ଦୋକାନୀ ସହିତ ନିଜର ଏକ ଭିଡିଓ ସେୟାର କରିଛନ୍ତି, ଯାହା ତାଙ୍କ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ହେଉଛି |

ଚପଲ ବିକ୍ରି କରୁଛନ୍ତି ସୋନୁ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Sonu Sood (@sonu_sood)

ସୋନୁ ସୁଦ, ଯିଏକି ଆଜିକାଲି ଜାମ୍ମୁ ଆଣ୍ଡ କାଶ୍ମୀର ପ୍ରଶାସନର ସଂଶୋଧିତ ଫିଲ୍ମ ନୀତିକୁ ନେଇ ଶ୍ରୀନଗରରେ ଅଛନ୍ତି, ସେ ଏଠିକାର ବଟମାଳୁ ବଜାରରୁ ଗୋଟିଏ ଭିଡିଓ ସେୟାର କରିଛନ୍ତି | ଏଠାରେ ସେ ଶାମିମ ଖାନ ନାମକ ଜଣେ ଚପଲ ବିକ୍ରି କରୁଥିବା ଦୋକାନୀ ସହିତ କଥା ହେଲେ | ଏଥିରେ ଶାମିମ ଖାନ ତାଙ୍କୁ କୁହନ୍ତି ଯେ ପିଲାମାନଙ୍କର ଚପଲର ଦାମ ୫୦ ଟଙ୍କା ଏବଂ ବଡ଼ମାନଙ୍କର ଚପଲର ଦାମ ୧୨୦ ଟଙ୍କା ଅଟେ | ସୋନୁ ସୁଦ ୧୨୦ ଟଙ୍କାର ଚପଲ ୫୦ ଟଙ୍କାରେ ଦେବାକୁ କୁହନ୍ତି, ତେଣୁ ଶାମିମ ଖାନ ତାଙ୍କୁ ମନା କରନ୍ତି ଏବଂ କୁହନ୍ତି ଯେ ୫୦ ଟଙ୍କିଆ ଚପଲ ଅନ୍ୟ ଚପଲ ଅଛି | ସୋନୁ ସୁଦ ଡ଼ିସକାଉଣ୍ଟ ଦେବାର କଥା କହିବାରୁ ଦୋକାନୀ ରାଜି ହୋଇଯାଏ | ଏହାପରେ ସୋନୁ ସୁଦ କୁହନ୍ତି ଯେ ଯଦି ଆପଣ ମଧ୍ୟ ଶାମିମ ଭାଇଙ୍କ ଦୋକାନରେ ଆସି ମୋ ନାଁ କହିବେ, ତେବେ ଆପଣ ଚପଲ କିଣିଲେ ଆପଣଙ୍କୁ ୨୦ ପରସେଣ୍ଟ ଡ଼ିସକାଉଣ୍ଟ ଦେବେ |

ସୋନୁଙ୍କ କାମ :-

ସୋନୁ ସୁଦଙ୍କ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଭ୍ୟୁ ମିଳି ସାରିଲାଣି | ଫ୍ୟାନ୍ସ ଏହି ଭିଡିଓରେ ହାର୍ଟ ଇମୋଜୀ କରି ବହୁତ ଭଲପାଇବା ଦେଉଛନ୍ତି | ଏହାସହିତ ସେମାନେ ସୋନୁ ସୁଦଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି | ଜଣେ ଫ୍ୟାନ ଲେଖିଛନ୍ତି ଯେ ତୁମେ ଗ୍ରେଟ ଅଟ ସାହେବ | ସେହିପରି ଅନେକ ଫ୍ୟାନ୍ସ ତାଙ୍କ କାମକୁ ବହୁତ ବଢିଆ ବୋଲି କହିଛନ୍ତି |

Leave a Reply

Your email address will not be published.