ଫ୍ଲାଇଟ ଭିତରେ ସାପ, ଉଡିଲା ସମସ୍ତଙ୍କର ହୋସ,ଦେଖନ୍ତୁ ଭିଡ଼ିଓ

ଟିକେ ଭାବନ୍ତୁ ଯେ ଆପଣ କେବେ ଫ୍ଲାଇଟ ଧରିବାକୁ ଯାଇଛନ୍ତି ଏବଂ ସାମ୍ନାକୁ ସାପ ଆସିଯାଏ, ତେବେ ଆପଣଙ୍କ ଅବସ୍ଥା କଣ ହେବ ? ତେବେ କହିବାକୁ ଗଲେ ଏୟାରପୋର୍ଟରେ ଯଦି ସାପ ବୁଲୁଥିବାର ଦେଖାଯାଏ ତେବେ ସମସ୍ତଙ୍କୁ ଡର ଲାଗିବ ହିଁ ଲାଗିବ | ଏମିତି କିଛି ହୋଇଛି କୋଲକାତାରେ, ଯେଉଁଠାରେ ରନୱେରେ ବୁଲୁଥିବା ସାପର ଭିଡିଓ କ୍ୟାପଚର ହୋଇଛି | ଯାହାକି ସୋସିଆଲ ମିଡିଆରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଡର ବିସ୍ତାର କରୁଛି | ଯିଏ ବି ଫ୍ଲାଇଟ ଭିତରେ ସାପ ବିଷୟରେ ଶୁଣୁଛି, ସେ ଡରିଯାଉଛି |

ଫ୍ଲାଇଟ ଭିତରେ ସାପ ବିଷୟରେ ଶୁଣି ହିଁ ଡର ଲାଗୁଛି | କିନ୍ତୁ ଏପରି ଘଟଣା କୋଲକାତାରେ ହୋଇଛି | ଯେଉଁଠାରେ ଇଣ୍ଡିଗୋ ଏୟାରଲାଇନ୍ସର ଫ୍ଲାଇଟ କୋଲକାତାରୁ ମୁମ୍ବାଇ ଯାଉଥିଲା, ଠିକ ସେତିକିବେଳେ ସେଥିରୁ ଗୋଟିଏ ସାପ ବାହାରି ଆସିଲା | ଯେତେବେଳେ ଷ୍ଟାଫ ଦେଖିଲେ ଯେ ଫ୍ଲାଇଟ ଭିତରେ ସାପ ଅଛି, ସେତେବେଳେ ସେମାନଙ୍କର ହୋସ ଉଡ଼ିଗଲା | ବାସ୍ତବରେ ଏହି ଫ୍ଲାଇଟ କୋଲକାତାରୁ ମୁମ୍ବାଇ ଯିବାର ଥିଲା | କିନ୍ତୁ ଯାତ୍ରୀମାନଙ୍କ ଜିନିଷ ରଖିବାପାଇଁ କର୍ମଚାରୀ କାର୍ଗୋ ପର୍ଯ୍ୟନ୍ତ ପହଞ୍ଚିଲେ, ସେତେବେଳେ ସେମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯେ ସେଠାରେ ଗୋଟିଏ ଲମ୍ବା ମୋଟା ସାପ ବସିଥିଲା | ଏହି ସାପ ବହୁତ ସ୍ପିଡ଼ରେ ଏପଟ-ସେପଟ ହୋଇ ଫ୍ଲାଇଟରେ ପଶିଗଲା |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ଭିଡିଓରେ ଆପଣ ଦେଖିପାରିବେ ଯେ ସାପ କିପରି ରାସ୍ତାରେ ଚାଲୁଛି ଏବଂ ସେ ପ୍ଲେନକୁ ଯିବାକୁ ଚେଷ୍ଟା କରୁଛି | ଏହି କଥାର ସୂଚନା ଏୟାରପୋର୍ଟ ଅଥରିଟିକୁ ଦିଆଗଲା, ଯେଉଁମାନେ ବନ ବିଭାଗକୁ ଏହି ବିଷୟରେ କହିଲେ | ବନ ବିଭାଗର ଟିମ ସାପକୁ ରେସକ୍ୟୁ କରି ନିଜ ସହିତ ନେଇଗଲେ | ଯାହାପରେ ଯାତ୍ରୀମାନଙ୍କୁ ମୁମ୍ବାଇ ପଠାଇବାପାଇଁ ଅଲଗା ପ୍ଲେନର ବ୍ୟବସ୍ଥା କରାଗଲା | ସାପର ଏହି ଭିଡିଓ ଦେଖି ଲୋକମାନେ ଡରି ଯାଇଛନ୍ତି | ସୋସିଆଲ ମିଡିଆରେ ୟୁଜର୍ସ ଏହି ଭିଡିଓ କ୍ଲିପକୁ ସେୟାର କରୁଛନ୍ତି | ଲୋକମାନେ କେବଳ ଏହି ଭିଡିଓକୁ ଦେଖି ଡରି ନାହାନ୍ତି ବରଂ ଏହି ଭିଡିଓରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ଦେଉଛନ୍ତି |

Leave a Reply

Your email address will not be published. Required fields are marked *