ଭାରତୀୟ ରେଳ ବିଭାଗରେ ଖାଲିପଡ଼ିଛି ୧୬୦୦ ରୁ ଅଧିକ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ରେଳ ବିଭାଗରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ରେଳ ବିଭାଗର ଅଫିସିଆଲ ୱେବସାଇଟରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ରେଳ ଅପରେଣ୍ଟିସରରେ ଖାଲି ରହିଛି ୧୬୦୦ ରୁ ଅଧିକ ପଦବୀ। ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ରେଳ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ଅପରେଣ୍ଟିସ ପଦବୀ ପାଇଁ ଆବେଦନ କରିପାରିବେ। ଭାରତୀୟ ରେଳ
ବିଭାଗ ନିଜର ନୋଟିଫିକେସନରେ ଜଣାଇଛି ଯେ, ମନୋନୀତ ହେବା ଆବେଦକଙ୍କୁ ଉତ୍ତର ମଧ୍ୟ ରେଲୱେର ବିଭିନ୍ନ ଡିଭିଜନ,କାର୍ଯ୍ୟଶାଳାରେ ପ୍ରଶିକ୍ଷିତ କରାଯିବ। ଆସନ୍ତୁ ଏହି ପଦବୀ ସମ୍ପର୍କରେ ସମସ୍ତ ସୂଚନା ଜାଣିବା।

ପଦବୀ ବିବରଣୀ

ମୋଟ ପଦବୀ ସଂଖ୍ୟା – ୧୬୬୪

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ କରିବାର ଆରମ୍ଭ ତାରିଖ –ଅଗଷ୍ଟ ୦୨, ୨୦୨୧

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ – ସେପ୍ଟେମ୍ବର ୦୧, ୨୦୨୧

ଆବେଦନ ଶୁଳ୍କ

ଆବେଦନ କରିବା ପାଇଁ ସାମାନ୍ୟ,ଓବିସି ଏବଂ ଇଡବ୍ଲ୍ୟୁଏସ ବର୍ଗର ପ୍ରାର୍ଥୀ ଆବେଦନ କରିବା ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ସେହିପରି ଭାବରେ ଏସସି-ଏସଟି ଏବଂ ମହିଳା ବର୍ଗଙ୍କ ପାଇଁ ଆବେଦନ ପାଇଁ କୌଣସି ଶୁଳ୍କ ନାହିଁ।

ଅନ୍ୟାନ୍ୟ ବିବରଣୀ

ବୟସ ସୀମା – ୧ ସେପ୍ଟେମ୍ବର, ୨୦୨୧ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀଙ୍କର ନ୍ୟୁନତମ ବୟସ ୧୫ ବର୍ଷ ଏବଂ ଅଧିକତମ ବୟସ ୨୪ ବର୍ଷ ହୋଇଥିବା ଦରକାର। ଯଦିଓ ବର୍ଗ ଅନୁଯାୟୀ ବୟସ ସୀମାରେ କିଛିଟା ଢ଼ିଲା କରାଯିବ।

ଶିକ୍ଷାଗତ ଯୋଗ୍ୟତା –

ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ମିନିମମ ୫୦ ପ୍ରତିଶତ ଅଙ୍କରେ ସହିତ ଦଶମ ଓ ଯୁକ୍ତ ଦୁଇରେ ମ୍ୟାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଦରକାର। ନୋଟିଫିକେସନରେ ଅନୁଯାୟୀ, ଆଇଟିଆଇ ପାସ ସହିତ ଅଷ୍ଟମ ପାସ କରିଥିବା ପିଲା ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଦରମା – ୧୮,୦୦୦ ଟଙ୍କାରୁ ୫୬,୯୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଅଧିକ ସୂଚନା ପାଇଁ ଆପଣଙ୍କୁ ରେଳ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ସମସ୍ତ ତଥ୍ୟ ପାଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *