ଯଦି ଆପଣଙ୍କ ପାଖରେ ମଧ୍ୟ ଅଛି ଏୟାରଟେଲ ସିମ, ତେବେ ଆପଣଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ଫାଇଦା, ଜାଣନ୍ତୁ କିପରି ?

ଯଦି ଆପଣଙ୍କ ପାଖରେ ମଧ୍ୟ ଏୟାରଟେଲ ସିମ ଅଛି, ତେବେ ଆପଣଙ୍କ ପାଇଁ ଭଲ ଖବର ଅଛି | ବାସ୍ତବରେ, କମ୍ପାନୀ ଆପଣଙ୍କୁ ରିଚାର୍ଜ ପ୍ଲାନରେ ସିଧା ୪ ଲକ୍ଷ ଟଙ୍କାର ଫାଇଦା ଦେଉଛି | ଆପଣଙ୍କୁ କହିରଖୁଛୁ ଯେ ଏହି ଫାଇଦା ୨୭୯ ଟଙ୍କିଆ ରିଚାର୍ଜ ପ୍ଲାନରେ ମିଳୁଛି | ତେବେ ଜୀବନ ବୀମା କିମ୍ବା ସ୍ୱାସ୍ଥ୍ୟ ବୀମାର ଫାଇଦା ନେବାପାଇଁ ପ୍ରିମିୟମ ଦେବାକୁ ପଡିଥାଏ, କିନ୍ତୁ କିଛି କମ୍ପାନୀ କିମ୍ବା ସରକାରୀ ଯୋଜନା ଆପଣଙ୍କୁ ଜୀବନ କିମ୍ବା ସ୍ୱାସ୍ଥ୍ୟ ବୀମା ଫ୍ରିରେ ଉପଲବ୍ଧ କରାଇଥାଏ | ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ |

ଏୟାରଟେଲ ଦେଇଥାଏ ୪ ଲକ୍ଷ ଟଙ୍କାର ଟର୍ମ ଲାଇଫ ଇନ୍ସ୍ୟୁରାନ୍ସ :-

ଏୟାରଟେଲ ନିଜର ଦୁଇଟି ପ୍ରିପେଡ଼ ରିଚାର୍ଜ ସହିତ ଫ୍ରି ଟର୍ମ ଲାଇଫ ଇନ୍ସ୍ୟୁରାନ୍ସ ମଧ୍ୟ ଦେଇଥାଏ | ଏହି ପ୍ଲାନ ହେଉଛି ୨୭୯ ଟଙ୍କିଆ ଏବଂ ୧୭୯ ଟଙ୍କିଆ ରିଚାର୍ଜ | ୨୭୯ ଟଙ୍କିଆ ପ୍ଲାନ ସହିତ ଅନ୍ୟ ବେନେଫିଟ ସହିତ ୪ ଲକ୍ଷ ଟଙ୍କାର ଟର୍ମ ଲାଇଫ ଇନ୍ସ୍ୟୁରାନ୍ସ ମିଳୁଛି | ସେହିପରି ୧୭୯ ଟଙ୍କିଆ ପ୍ରିପେଡ଼ ରିଚାର୍ଜରେ ୨ ଲକ୍ଷ ଟଙ୍କାର ଲାଇଫ ଇନ୍ସ୍ୟୁରାନ୍ସ ଅଟେ |

ଜନଧନ ଆକାଉଣ୍ଟରେ ବୀମା :-

ଜନଧନ ଯୋଜନା ଅଧୀନରେ ଖୋଲା ଯାଇଥିବା ବ୍ୟାଙ୍କ ଖାତା ସହିତ ମିଳୁଥିବା ରୂପେ ଦେଵିଟ କାର୍ଡରେ ୩୦ ହଜାର ଟଙ୍କାର ଜୀବନବିମା ଏବଂ ଦୁଇ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା କଭର ରହିଥାଏ |

PNB ଦେଇଥାଏ ଫ୍ରି ଆକ୍ସିଡେଣ୍ଟାଲ ଇନ୍ସ୍ୟୁରାନ୍ସ :-

ପଞ୍ଜାବ ନେସନାଲ ବ୍ୟାଙ୍କ RuPay Platinum Debit Card ରେ ୨ ଲକ୍ଷ ଟଙ୍କାର ଫ୍ରି ଆକ୍ସିଡେଣ୍ଟାଲ ଇନ୍ସ୍ୟୁରାନ୍ସ ଦେଇଥାଏ | ଏହାସହିତ ଆପଣଙ୍କୁ ଅନେକ ଗୁଡିଏ ବିଶେଷ ଫାଇଦା ମିଳିବ |

EPFO ଦେଇଥାଏ ୭ ଲକ୍ଷ ଟଙ୍କାର ଇନ୍ସ୍ୟୁରାନ୍ସ କଭର :-

EPFO ମେମ୍ବରମାନଙ୍କୁ ଇନ୍ସ୍ୟୁରାନ୍ସ କଭରର ସୁବିଧା ଏମ୍ପ୍ଲଇ ଡିପୋଜିଟ ଲିଙ୍କଡ଼ ଇନ୍ସ୍ୟୁରାନ୍ସ ସ୍କିମ ଅଧୀନରେ ମିଳିଥାଏ | ସ୍କିମରେ ନୋମିନିକୁ ଅଧିକାଂଶ ୭ ଲକ୍ଷ ଟଙ୍କାର ଇନ୍ସ୍ୟୁରାନ୍ସ କଭର ଦିଆଯାଇଥାଏ |

LPG ରେ ୫୦ ଲକ୍ଷ ଟଙ୍କାର ବୀମା :-

LPG କନେକ୍ସନ ସହିତ ଗ୍ରାହକଙ୍କୁ ବ୍ୟକ୍ତିଗତ ଆକ୍ସିଡେଣ୍ଟ କଭର ମିଳିଥାଏ | ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ବୀମା LPG ସିଲିଣ୍ଡର ଦ୍ୱାରା ଗ୍ୟାସ ଲିକେଜ କିମ୍ବା ବ୍ଲାଷ୍ଟ କାରଣରୁ ଦୁର୍ଭାଗ୍ୟବଶତଃ ଦୁର୍ଘଟଣା ହେବାର ପରିସ୍ଥିତିରେ ଆର୍ଥିକ ସାହାଯ୍ୟ ଭାବରେ ଦେଇଥାଏ |

Leave a Reply

Your email address will not be published. Required fields are marked *