ସାବଧାନ : ଚାର୍ଜିଙ୍ଗରେ ଲଗାଯାଇଥିବା Bluetooth Headphoneରେ ଅଚାନକ ହେଲା ଧମାକା !୨୮ ବର୍ଷୀୟ ଯୁବକଙ୍କର ଚାଲିଗଲା ଜୀବନ,ଜାଣନ୍ତୁ ପୁରା ମାମଲା

ଜୟପୁର: ରାଜସ୍ଥାନର ଜୟପୁର ଜିଲ୍ଲାରେ ଚାର୍ଜ କରୁଥିବା ସମୟରେ ବ୍ଲୁଟୁଥ ହେଡଫୋନରେ ଧମାକା ହେବା ଫଳରେ ଜଣେ ଯୁବକଙ୍କ ମୃ-ତ୍ୟୁ ମାମଲା ସାମନାକୁ ଆସିଛି|ପୋଲିସ ଶନିବାର ଦିନ କହିଛନ୍ତି ଯେ ଘଟଣାର ଶିକାର ୨୮ ବର୍ଷୀୟ ଯୁବକ ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତି କରୁଥିଲେ|ଏହି ଘଟଣା ଚମୁ କସ୍ବେର ଉଦୟପୁରିଆ ଗାଁରେ ହୋଇଥିଲା|ରାକେଶ କୁମାର ନାଗର ଘରେ ବ୍ଲୁଟୁଥ ହେଡଫୋନ ଲଗେଇ ବସିଥିଲା ଓ ତା ସହ ଚାର୍ଜ ହେବା ପାଇଁ ପ୍ଲଗ ସହ ଲାଗିଥିଲା|ଗୋବିନ୍ଦଗଡ ପୋ-ଲି-ସ ଅନୁସାରେ ଅଚାନକ ଅଚାନକ ହେଡଫୋନରେ ଧମାକା ହେଲା ଓ ଯୁବକ ଅଚେତ ହୋଇଗଲା|ତାକୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା ଓ ଉପଚାର ସମୟରେ ମୃ-ତ୍ୟୁ ଘଟିଥିଲା|

ସିଦ୍ଧି ବିନାୟକ ହସ୍ପିଟାଲର ଡାକ୍ତର ଏଲ ଏନ ରୁଣ୍ଡେଲା କହିଛନ୍ତି ଯେ ଯୁବକକୁ ଅଚେତ ଅବସ୍ଥାରେ ଅଣାଯାଇଥିଲା|ହସ୍ପିଟାଲରେ ଉପଚାର ସମୟରେ ତାର ମୃତ୍ୟୁ ହୋଇଥିଲା|ଡାକ୍ତରଙ୍କ ଅନୁସାରେ ଯୁବକଙ୍କ ମୃ-ତ୍ୟୁ ସମ୍ଭବତଃ ହୃଦୟ ଗତି ରୋକିବା ଫଳରେ ହୋଇଥିଲା|ପୋ-ଲି-ସ ଅନୁଯାୟୀ ରାକେଶର ବିବାହ ଏବର୍ଷ ଫେବୃଆରୀରେ ହୋଇଥିଲା|

କିଛି ଏମିତି ଘଟଣା ୱନ ପ୍ଲସ ନୋର୍ଡ-୨ ସ୍ମାର୍ଟଫୋନ ବେଟେରୀ ସହ ହୋଇଛି|କିଛି ଦିନ ପୂର୍ବେ ନୁଆ ୱନ ପ୍ଲସ ନୋର୍ଡ-୨ କିଣିଥିବା ଜଣେ ମହିଳା ଦାବି କରିଛନ୍ତି ଯେ ବାଇକ ଚଲାଇବା ସମୟରେ ତାଙ୍କ ଫୋନ ସ୍ଲିଙ୍ଗ ବ୍ୟାଗ ଭିତରେ ଫାଟିଗଲା|ୱନପ୍ଲସ ଏହି ଘଟଣାକୁ ସ୍ୱୀକାର କରିନେଲା ଓ ଖୋଜୁଛି ଯେ ବ୍ୟାଟେରୀ ଫାଟିଲା କାହିଁକି?

ଏହି ଆ-ରୋ-ପ ବେଙ୍ଗାଳୁରୁର ଏକ ଟୁଇଟ ରୁପେ ଆସିଥିଲା|ଅଙ୍କୁର ମୁତାବକ ଯେତେବେଳେ ତାଙ୍କ ପତ୍ନୀ ବାଇକରେ ଯାଉଥିଲେ ୫ ଦିନ ପୁରୁଣା ୱନ ପ୍ଲସ ନୋର୍ଡ ୨ ଅଚାନକ ବିସ୍ଫୋଟ ହୋଇଥିଲା|

ବିସ୍ଫୋଟ ହେବା ମାତ୍ରେ ଜୋରରେ ୱନ ପ୍ଲସ ନୋର୍ଡ -୨ରୁ ଧୁଆଁ ବାହାରିଲା ଯାହା ସେହି ସମୟରେ ମହିଳାଙ୍କ ସ୍ଲିଙ୍ଗ ବ୍ୟାଗରେ ରଖାଯାଇଥିଲା|ସ୍ମାର୍ଟଫୋନରେ ବିସ୍ଫୋଟ ହେବା କୈାଣସି ନୁଆ କଥା ନୁହେଁ ଓ ବହୁ ଲୋକଙ୍କୁ ସାମସଙ୍ଗର ଏମିତି ସଫଳତା ମନେପଡୁଥିବ ଯେଉଁଥିରେ ବିଭିନ୍ନ ଗ୍ୟାଲାକ୍ସି ନୋଟ୍-୭ ୟୁଜର ସ୍ମାର୍ଟଫୋନ ସହ ଜଡ଼ିତ କେତେକ ବିସ୍ଫୋଟ ଘଟଣା ଦେଖିଥିଲେ|

Leave a Reply

Your email address will not be published. Required fields are marked *