ମାଆ ନାମରେ କଳଙ୍କ : ବୟଫ୍ରେଣ୍ଡଙ୍କ ସହ ସମ୍ବନ୍ଧ ରଖିବାରେ ବାଧା ସୃଷ୍ଟି କରୁଥିଲା ୩ ବର୍ଷର ଝିଅ, ମାଆ କରିଦେଲେ ହ-ତ୍ୟା, ବର୍ତ୍ତମାନ ମିଳିଲା ଏହି ଦଣ୍ଡ

ମାଁଙ୍କୁ ପିଲାଙ୍କ ସବୁଠାରୁ ନିକଟତର ଓ ଦାୟିତ୍ଵବାନ ମାନାଯାଏ। କିନ୍ତୁ ବ୍ରିଟେନର ଜଣେ ମହିଳା ଏମିତି ଅଛନ୍ତି ଯିଏ ପ୍ରେମୀଙ୍କ ସହ ସମ୍ବନ୍ଧ ରଖିବା ପାଇଁ ନିଜର ତିନି ବର୍ଷର ଝିଅର ହ-ତ୍ୟା କରିଦେଇଛନ୍ତି। ବର୍ତ୍ତମାନ ଝିଅର ହ-ତ୍ୟା-ର ଆରୋପରେ ମାଁଙ୍କୁ ୧୫ ବର୍ଷ ଓ ତାଙ୍କର ପ୍ରେମୀଙ୍କୁ ୧୪ ବର୍ଷର ଜେ-ଲ-ଦ-ଣ୍ଡ ହୋଇଛି।

ବ୍ରିଟେନରେ ଗତବର୍ଷ ୯ ଅଗଷ୍ଟକୁ କାୟଲି-ଜାୟଦେ ପ୍ରିଷ୍ଟ ନାମକ ତିନି ବର୍ଷର ପିଲାର ଫ୍ଲାଟରେ ମୃ-ତ ମିଳିଥିଲେ। ତାଙ୍କର ଛାତି ଓ ପେଟରେ ଆଘାତ ଚିହ୍ନ ଥିଲା। ପିଲା ମା ୯୯୯ରେ କଲ କରି ପୋ-ଲି-ସ-କୁ ଏହି ବିଷୟରେ ସୂଚନା ଦେଇଥିଲେ।

ଯେତେବେଳେ ଅଧିକାରୀ ଏହି ମାମଲାର ଯାଞ୍ଚ କରିଲେ ସେତେବେଳେ ପିଲାର ମୃ-ତ୍ୟୁ ପଛରେ ମାଁଙ୍କର ହାତ ଥିଲା ବୋଲି ସାମ୍ନାକୁ ଆସିଥିଲା। କୋର୍ଟ ଏହି ମାମଲାରେ ପିଲାଙ୍କ ମାଁ ଓ ତାଙ୍କର ୨୨ ବର୍ଷୀୟ ପ୍ରେମୀ କ୍ୟାଲମ ରେଡଫର୍ନଙ୍କୁ ଦୋଷୀ କହିଲେ। ଡେଲି ମେଲ ରିପୋର୍ଟ ମୁତାବିକ ମହିଳା ନିଜର ଝିଅଙ୍କର ହ-ତ୍ୟା ଏଥିପାଇଁ କରିଥିଲେ କାରଣ ଯେତେବେଳେ ସେ ନିଜର ପ୍ରେମୀଙ୍କ ସହ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ ସେତେବେଳେ ପିଲା ବାଧା ସୃଷ୍ଟି କରୁଥିଲେ।

ପିଲାର ହ-ତ୍ୟା-ର ମାମଲାରେ ଦୋଷୀ ମିଳିବା ପରେ ମାଁଙ୍କୁ ୧୫ ବର୍ଷ ଓ ବାଲ୍ୟ କୃରତା ପାଇଁ ତିନିବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ। ତାଙ୍କର ଦୁଇଟି ଦଣ୍ଡ ଏକସାଥୀରେ ଚାଲିବ।

ଯୋଡିଙ୍କୁ ଦଣ୍ଡ ଶୁଣାଇ କହିଲେକି, ଜଷ୍ଟିସ ଫକ୍ସଟନ କ୍ୟୁସୀ କହିଲେକି,’୮ ଅଗଷ୍ଟର ସନ୍ଧ୍ୟାରେ ଆପଣ ରେଡଫର୍ମ ପ୍ରିଷ୍ଟର ଫ୍ଲାଟକୁ ଗଲେ। ଆପଣ ଦୁଇଜଣ ସେଠାକୁ ସମ୍ବନ୍ଧ କରିବାକୁ ଯାଇଥିଲେ କିନ୍ତୁ ଆପଣଙ୍କ ଝିଅ କାୟଲି ଉଠି ଖେଳିବାକୁ ଚାହୁଁଥିଲେ। ଆଗକୁ ଯାହା ହେଲା ତାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ।

ସେ କହିଲେ,’କାୟଲି ରାତିରେ ଏକରୁ ଅଧିକ ଥର ମାଡ ହେବା କାରଣରୁ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆପଣ ନିଜର ହୋସ ହରାଇବସିଲେ ଓ ଏହା ସତ ଅଟେକି ଏହି ଆକ୍ରମଣରେ ସଂଯୁକ୍ତ ଭାଗୀଦାର ଅଟନ୍ତି। ଆପଣ ଦୁଇଜଣ ଜାଣନ୍ତିକି ଆପଣ କାୟଲୀକୁ ପିଟି ଗମ୍ଭୀର ରୂପରେ ଆହତ କରିଦେଇଥିଲେ।’

କୋର୍ଟ ତରଫରୁ କୁହାଗଲାକି,’ଆପଣ ତାଙ୍କର କୌଣସି ସହାୟତା କରିଲେ ନାହିଁ, ଏକ କଲରେ ପିଲା କାୟଲୀର ଜୀବନ ରକ୍ଷା କରାଯାଇପାରିଥାନ୍ତା। ପଚରାଉଚୁରା ସମୟରେ ଆପଣ ଦୁଇଜଣ ବାରମ୍ବାର ବାରମ୍ବାର ମିଛ କହିଛନ୍ତି। ‘ଆକ୍ରମଣ ସମୟରେ ଲାଗିଥିବା ଆଘାତର ଗମ୍ଭୀରତାରେ ଏହା ସ୍ପଷ୍ଟକି ଆପଣଙ୍କ ଉଦ୍ଦେଶ୍ୟ ତାଙ୍କୁ କ୍ଷତି ପହଞ୍ଚାଇବାର ଥିଲା। ପିଲାଙ୍କୁ ଆଘାତ ଏକ କୃର ଆ-କ୍ର-ମ-ଣ କାରଣରୁ ଲାଗିଥିଲା ଯାହାପରେ ତାର ମୃତ୍ୟୁ ହୋଇଗଲା।’

ଜଣାଇଦେଉଛୁକି ମୃତକ ପିଲା କାୟଲୀ ଜାୟଦେ ପ୍ରିଷ୍ଟଙ୍କ ଅନ୍ତିମ କ୍ଷଣର ଖୁଲାସା ସିସିଟିଭି ଫୁଟେଜରେ ହୋଇଛି। ଅଦାଲତରେ ଦେଖାଯାଇଥିବା ଫୁଟେଜରେ କାୟଲୀ-ଜାୟଦେ ଓ ତାଙ୍କର ମାଁଙ୍କୁ, ସୋଲିହୁଲର କିଂସହର୍ଷ୍ଟ ହାଉସର ଫ୍ଲାଟରେ ଏକ ଲିଫ୍ଟର ଉପଯୋଗ କରୁଥିବାର ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *