କରୋନା ଭ୍ୟାକ୍ସିନକୁ ନେଇ WHO ଦେଲା ବଡ ବୟାନ,ଜାଣନ୍ତୁ କଣ ପରାମର୍ଶ ଦେଉଛି WHO

ଦୁନିଆରେ କେତେକ ଗରିବ ଦେଶ କରୋନା ଭ୍ୟାକ୍ସିନର ସୀମିତ ଓ ଅପୂର୍ତ୍ତି କାରଣରୁ ନିଜ ଦେଶରେ ଭ୍ୟାକ୍ସିନ କାର୍ଯ୍ୟକ୍ରମକୁ ସଠିକ ଭାବରେ ଚଳାଇ ପାରୁନାହାଁନ୍ତି। କେତେକ ଦେଶ ଏହିପରି ରହିଛନ୍ତି ଯେଉଁଠାରେ ଟୀକାକରଣ ଆରମ୍ଭ ହେବାପରେ ମଧ୍ୟ ଶେଷ ହୋଇଗଲାଣି,ଯେବେକି କିଛି ଦେଶରେ ପ୍ରଥମ ଡୋଜ ଲାଗିବାପରେ ଲୋକମାନେ ଦ୍ଵିତୀୟ ଡୋଜ ଲଗାଇ ପାରୁନାହାନ୍ତି।

WHO ଟ୍ୱିଟ କରି ଦେଲେ ଉପଦେଶ:-

ଏହାଙ୍କ ସ୍ଥିତିକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଟ୍ୱିଟ କରି ଏହିପରି ଦେଶକୁ ଉପଦେଶ ଦେଇଛି, ଯେଉଁଠାରେ ଭ୍ୟାକ୍ସିନର ଅପୂର୍ତ୍ତି ସୀମିତ ରହିଛି। WHO ର କହିବା ହେଉଛି ଆଷ୍ଟ୍ରଜେନେକା ପ୍ରଥମ ଭ୍ୟାକ୍ସିନ ରୂପରେ ନେବାପରେ ଯଦି ଦ୍ଵିତୀୟ ଡୋଜ ନେବାରେ ଅସମର୍ଥ ହେଉଛନ୍ତି ତାହେଲେ ସେହି ଦେଶ ଗୁଡିକ m-Rna ଫାଇଜରକୁ ଦ୍ଵିତୀୟ ଡୋଜ ରୂପରେ ଗ୍ରହଣ କରିପାରିବେ।

ଭ୍ୟାକ୍ସିନ ମିକ୍ସ କରି ଲଗାଇବା ସୁରକ୍ଷିତ:-

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁତାବିକ, ଭ୍ୟାକ୍ସିନର ଦୁଇଟି ଡୋଜକୁ ମିକ୍ସ କରିବା, ମାନେ ଗୋଟିଏ ଡୋଜ ଆଷ୍ଟ୍ରଜେନେକା ଓ ଅନ୍ୟଟି m-Rna ଭ୍ୟାକ୍ସିନ ଉପରେ ଗବେଷଣା ଚାଲିଛି। ବୈଜ୍ଞାନିକ ମାନେ କହିଛନ୍ତି, ପ୍ରଥମ ଭ୍ୟାକ୍ସିନ ଆଷ୍ଟ୍ରଜେନେକା ଓ ଦ୍ଵିତୀୟ ଭ୍ୟାକ୍ସିନ ଫାଇଜର ଲଗାଇବା ସୁରକ୍ଷିତ ଅଟେ ଓ ଏହା ପ୍ରଭାବୀ ମଧ୍ୟ ଅଟେ। ଏଥିପାଇଁ ଯେଉଁ ଦେଶରେ ଭ୍ୟାକ୍ସିନର ଅଭାବ ରହିଛି ସେଭଳି ଦେଶରେ ଏହି ପ୍ରଣାଳୀ ଦ୍ୱାରା ଭ୍ୟାକ୍ସିନ ନିଆଯାଇପାରିବ।

51 ଦେଶର ଦାୟିତ୍ୱ WHO ଉପରେ ରହିଛି:-

ଏକ ଡାଟା ମୁତାବିକ, 214ଟି ଦେଶ ମଧ୍ୟରୁ 51 ଟି ଦେଶ ଯେଉଁଠାରେ ଟୀକାକରଣର ସମସ୍ତ ଦାୟିତ୍ୱ WHO ଉପରେ ରହିଛି। ଏହିସବୁ ଦେଶ ଗରିବ ଲିଷ୍ଟରେ ଆସୁଛନ୍ତି। ଏହି ଦେଶ ଗୁଡ଼ିକ ଟୀକାକରଣ ପାଇଁ କୌଣସି ଟୀକାକରଣ କମ୍ପାନୀ ସହିତ ଗଠ ବନ୍ଧନ କରିନାହାଁନ୍ତି। ଏହି ଦେଶ ଗୁଡ଼ିକୁ ଭ୍ୟାକ୍ସିନ WHO ତରଫରୁ ଜାରି କରାଯିବ। ଏହି ଦେଶରେ ଟୀକାକରଣର ସମସ୍ତ ଦାୟିତ୍ୱ WHO ଉଠାଇବ।

Leave a Reply

Your email address will not be published. Required fields are marked *