ଦେଖନ୍ତୁ ଭିଡ଼ିଓ : ରାଣୀ ମହୁମାଛି ଅଣ୍ଡା ଦେବାର ଭିଡିଓ ହେଲା ଭାଇରାଲ,ଲୋକମାନେ କହିଲେ “ଏମିତି ଦୃଶ୍ୟ ପ୍ରଥମ ଥର ଦେଖିଲୁ”

ଯଦି ଆପଣଙ୍କୁ ମହୁ ପସନ୍ଦ ତେବେ ଆପଣ ନିଶ୍ଚିତ ମହୁମାଛି ବିଷୟରେ ଜାଣିବା ପାଇଁ ଆଗ୍ରହୀ ଥିବେ|କିନ୍ତୁ କ’ଣ ଆପଣ ମହୁମାଛିଙ୍କୁ ଅଣ୍ଡା ଦେବାର ଦେଖିଛନ୍ତି|ନାହିଁ ନାଁ,ଏବେ ସୋସିଆଲ ମିଡିଆରେ ମହୁମାଛି ଅଣ୍ଡା ଦେବାର ଭିଡିଓ ଖୁବ ଚର୍ଚ୍ଚାରେ ରହିଛି|ଇଣ୍ଟରନେଟ ଦୁନିଆରେ ଲୋକପ୍ରିୟ ହେଉଥିବା ଏହି ଭିଡିଓରେ ଦେଖାଯାଏ ଯେ ଗୋଟିଏ ମହୁମାଛି ଗୋଷ୍ଠୀରେ ରାଣୀ ମହୁମାଛି ଅଣ୍ଡା ଦେଉଛି ଓ ତା ଚାରିପାଖରେ ମହୁମାଛି ଘେରି ରହିଛନ୍ତି|

ଏହି ଭିଡିଓରେ ଏହା ହୃଦୟସ୍ପର୍ଶୀ ଲାଗୁଛି ଯେ ତାଙ୍କୁ ବଢିଆ ଢଙ୍ଗରେ ରଖାଯାଇଛି|”ଟେକ୍ସାସ ଉଇ ୱର୍କ”ର ଇନଷ୍ଟାଗ୍ରାମ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ଦେଖାଯାଇଛି ଯେ ପ୍ରକୃତରେ ଗୋଟିଏ ରାଣୀ ମହୁମାଛି କେମିତି ଅଣ୍ଡା ଦିଏ ଓ ପୁଣି ଏହି ଅଣ୍ଡାକୁ କେମିତି ଉପଯୋଗ କରାଯାଏ|ଏହି ଭିଡିଓରେ ଗୋଟିଏ ରାଣୀ ମହୁମାଛି ଅଣ୍ଡା ଦେଉଥିବା ଦେଖାଯାଇଛି|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by ERIKA THOMPSON | BEEKEEPER (@texasbeeworks)

ଏଥିରେ ମହୁମାଛି ପାଖରେ ରହିଥିବା କିଛି ଅନ୍ୟ ମହୁମାଛିଙ୍କୁ ଦେଖାଯାଇଛି|ପ୍ରକୃତରେ ଏହି ରାଣୀ ମହୁମାଛି ଅଟେ ଯିଏ ଅଣ୍ଡା ଦିଏ,ସେ ପ୍ରତିଦିନ ଅଣ୍ଡାର ସଂଖ୍ୟା ବଦଳେଇପାରେ|ଏହି ଭିଡିଓ ସହ ଏହା ମଧ୍ୟ କୁହାଯାଇଛି ଯେ ଯଦି ମହୁମାଛି ପାଖରେ ଗୋଟିଏ ରାଣୀ ମହୁମାଛିକୁ ଛାଡି ଦିଆଯାଏ ତେଵେ ତେବେ ଏହା ଆପେ ଆପେ ଏକ ଭଲ ପ୍ରୟୋଗ ରହିବ|ଭିଡିଓରେ କେବଳ ଗୋଟିଏ ନର ମହୁମାଛି ରହିଛି,ରାଣୀ ଉପରେ ବାଇ ଓ ବଡ ମହୁମାଛି ରହିଛି ଓ ଅନ୍ୟ ସବୁ ସହାୟକ ମହୁମାଛି ରହିଛନ୍ତି|

ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେଉଛି|କିଛି ଲୋକଙ୍କୁ ଏହି ଭିଡିଓରେ ଅଲଗା କିଛି ଦେଖିବାକୁ ମିଳିଲା|ଏହା ସହ ଲୋକମାନେ ଏହାକୁ ସେୟାର କରୁଛନ୍ତି ଓ ଦେଖୁଛନ୍ତି ରାଣୀ ମହୁମାଛି କ’ଣ ହୋଇଥାଏ ଓ କିପରି ଅଣ୍ଡା ଦେଇଥାଏ|ନିଶ୍ଚିତ ଏହା ଦେଖିବା ପରେ ଆପଣଙ୍କୁ ମଧ୍ୟ ମହୁମାଛି ବିଷୟରେ ବହୁତ କିଛି ଜାଣିବାକୁ ମିଳିଥିବ|

Leave a Reply

Your email address will not be published. Required fields are marked *