ଦେଖନ୍ତୁ ଭିଡ଼ିଓ : ଦୃତ ଗତିରେ ଧକ୍କା ପାଇଲା ପରେ ଛିଟିକି ହୋଇ ପଡିଲେ ଝିଅ ଜଣକ, ସିସିଟିଭି କ୍ୟାମରାରେ ରେକର୍ଡ ହେଲା ଘଟଣା

ଅନେକ ଥର ସାମାନ୍ୟ ଅବହେଳା କାରଣରୁ ଭୀଷଣ ଦୁର୍ଘଟଣା ହୋଇଯାଏ। ବାଇକ କିମ୍ବା ସ୍କୁଟି ଚଲାଉଥିବା ସମୟରେ ସବୁବେଳେ ହେଲମେଟ ପିନ୍ଧିବା ଓ କାର ଚଲାଉଥିବା ସମୟରେ ସିଲ୍ଟ ବ୍ୟାଲ୍ଟ ବାନ୍ଧିବା ପାଇଁ ପରାମର୍ଶ ଦିଆଯାଏ। ଏମିତି କରିବା ଦ୍ଵାରା ଦୁର୍ଘଟଣାରେ ହେବାକୁ ଥିବା କ୍ଷତି ବହୁ ମାତ୍ରାରେ କମ ହୋଇଯାଏ। ସୋସିଆଲ ମିଡିଆରେ ଏକ ଝିଅ ସହିତ ହୋଇଥିବା ଭୟାନକ ଦୁର୍ଘଟଣାର ଭିଡିଓ ଭାଇରାଲ ହେଉଅଛି।

କାରର ଧକ୍କାରେ ଝିଅ ଛିଟିକିଗଲେ:-

ସୋସିଆଲ ମିଡିଆରେ ଦୁର୍ଘଟଣାର ଭିଡିଓ ଭାଇରାଲ ହୁଏ। ଏମାନଙ୍କୁ ପରାମର୍ଶ ଦିଆଯାଏକି ନିଜର ରକ୍ଷା ନିଶ୍ଚୟ କରନ୍ତୁ। ନିକଟ ଅତୀତରେ ଉତ୍ତରପ୍ରଦେଶର ପୋଲିସରେ ନିୟୋଜିତ ସଚିନ କୌଶିକ ଏକ ଝିଅ ସହ ହୋଇଥିବା ଦୁର୍ଘଟଣାର ଭିଡିଓକୁ ଟୁଇଟରରେ ସେୟାର କରିଛନ୍ତି। ଏହି ଭିଡିଓକୁ ପ୍ରଥମେ ହାଇଦ୍ରାବାଦ ପୋଲିସ ସେୟାର କରିଥିଲେ। ଏଥିରେ ସଡକରେ ଏକ କାର ଓ ପଛରେ ଏକ ସ୍କୁଟିରେ ଏକ ଝିଅ ଆସୁଥିବାର ନଜର ଆସୁଛନ୍ତି। ସେତେବେଳେ କାରର ଅଚାନକ ମୋଡିବା କାରଣରୁ ପଛରେ ଆସୁଥିବା ସ୍କୁଟିରେ ଆସୁଥିବା ଝିଅ କାରଟିକୁ ଧକ୍କା ମାରି ଛିଟିକି ପଡିଲେ।

ହ୍ୟାଲମେଟ ଯୋଗୁଁ ମୁଣ୍ଡ ରକ୍ଷା ପାଇଗଲା:- 

ଏହି ଧକ୍କା ବହୁତ ଜୋରଦାର ଥିଲା। ଏଥିରେ କୌଣସି ସନ୍ଦେହ ନାହିଁ ଝିଅର ଜୀବନ କେବଳ ହ୍ୟାଲମେଟ ଯୋଗୁଁ ବଞ୍ଚିଗଲା। ଯଦି ସେ ମୁଣ୍ଡରେ ହ୍ୟାଲମେଟ ପିନ୍ଧିନଥାନ୍ତେ ତେବେ ମୁଣ୍ଡରେ ଗମ୍ଭୀର ଆଘାତ ପହଞ୍ଚିଥାନ୍ତା। ସଚିନ କୌଶିକ ଭିଡିଓର କ୍ୟାପସନରେ ଲେଖିଥିଲେକି ମାତ୍ର ୯୦୦ ଟଙ୍କାରେ କିଛି ମିଳୁ ନା ମିଳୁ, ‘ଜୀବନ’ ନିଶ୍ଚୟ ମିଳିଯାଏ।

Leave a Reply

Your email address will not be published. Required fields are marked *