କାହାଣୀ ସେହି ମହାରାଣୀଙ୍କର, ଯିଏ ସୁନ୍ଦର ଦେଖାଯିବା ପାଇଁ କରୁଥିଲେ ବହୁତ ଖରାପ କାମ,ଜାଣନ୍ତୁ ତାଙ୍କ ବିଷୟରେ କିଛି

ଆମେ କଥା ହେଉଛନ୍ତି ହଙ୍ଗରୀର ବାସିନ୍ଦା ମହାରାଣୀ ଏଲିଜାବେଥ ବାଥରୀଙ୍କ ବିଷୟରେ | ଏଲିଜାବେଥ ବାଥରୀଙ୍କୁ ଇତିହାସର ସବୁଠାରୁ ଖତରନାକ ଏବଂ ନିର୍ଦ୍ଦୟ ମହିଳା ସିରିଏଲ କିଲର ବୋଲି କୁହାଯାଇଥାଏ | ୧୫୮୫ ରୁ ୧୬୧୦ ମସିହା ମଧ୍ୟରେ ବାଥରୀ ୬୦୦ ରୁ ଅଧିକ ଝିଅମାନଙ୍କୁ ହତ୍ୟା କରି ସେମାନଙ୍କ ରକ୍ତରେ ସ୍ନାନ କରିଥିଲେ | କୁହାଯାଏ ଯେ କେହି ଜଣେ ଏଲିଜାବେଥଙ୍କୁ ତାଙ୍କ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ କୁଆଁରୀ ଝିଅମାନଙ୍କ ରକ୍ତରେ ଗାଧୋଇବାକୁ ପରାମର୍ଶ ଦେଇଥିଲେ | ତାପରେ ଆଉ କଣ ହେବ, ଏଲିଜାବେଥଙ୍କୁ ଏହି ଉପାୟ ଏତେ ଭଲ ଲାଗିଲା ଯେ ସେ ଏଥିପାଇଁ କ୍ରୁରତାର ସବୁ ସୀମା ପାର କରିବାକୁ ଲାଗିଲେ |

କିଏ ଏହି ଏଲିଜାବେଥ ?

ଏଲିଜାବେଥ ବାଥରୀ ହଙ୍ଗରୀ ସାମ୍ରାଜ୍ୟର ଏକ ଧନୀ ପରିବାରର ଥିଲେ | ତେବେ ତାଙ୍କର ବିବାହ ‘ଫେରେନ୍ସ ନାଡେସଡି’ ନାମକ ଜଣେ ବ୍ୟକ୍ତିଙ୍କ ସହିତ ହୋଇଥିଲା, ଯିଏ ତୁର୍କମାନଙ୍କ ବିରୁଦ୍ଧରେ ଯୁଦ୍ଧରେ ହଙ୍ଗରୀର ଜାତୀୟ ହିରୋ ଥିଲେ | କୁହାଯାଏ ଯେ ଏଲିଜାବେଥ ନିଜ ସ୍ୱାମୀଙ୍କ ସାମ୍ନାରେ ମଧ୍ୟ ଝିଅମାନଙ୍କୁ ଶିକାର କରୁଥିଲେ | ସେ ସ୍ଲୋଭେନିଆର ଚାସଚିସରେ ଥିବା ନିଜ ମହଲରେ ରହୁଥିଲେ ଏବଂ ସେ ସେଠାରେ ସବୁ ଘଟଣା ଘଟାଇଥିଲେ |

କୁହାଯାଏ ଯେ ଏଲିଜାବେଥ ୧୫୮୫ରୁ ୧୬୧୦ ମସିହା ମଧ୍ୟରେ ପ୍ରାୟ ୬୫୦ ରୁ ଅଧିକ ଝିଅଙ୍କୁ କାଟି ସେମାନଙ୍କର ହ-ତ୍ୟା କରିଦେଇଥିଲେ ଏବଂ ହ-ତ୍ୟା କରିବାପରେ ସେ ସେମାନଙ୍କ ରକ୍ତକୁ ଗୋଟିଏ ଟଵରେ ଭରୁଥିଲେ, ତାପରେ ଘଣ୍ଟା ଘଣ୍ଟା ଧରି ଏଥିରେ ଗାଧୋଉଥିଲେ | ବିଶ୍ୱାସ କରାଯାଏ ଯେ ସେ କୁଆଁରୀ ଝିଅମାନଙ୍କ ରକ୍ତରେ ଗାଧୋଇବାକୁ ଭଲ ପାଉଥିଲେ |

ଏହି କାରଣରୁ ସେ ଝିଅମାନଙ୍କୁ ନିଜର ଶି-କା-ର କରୁଥିଲେ | ତାଙ୍କ ଶିକାରରେ ଅଧିକାଂଶ କୁଆଁରୀ ଝିଅମାନେ ହିଁ ଥିଲେ | ତାଙ୍କୁ ଲାଗୁଥିଲା ଯେ ସେମାନଙ୍କ ରକ୍ତରେ ଗାଧୋଇବା ଦ୍ୱାରା ତାଙ୍କର ଜଵାନୀ କିମ୍ବା ସୁନ୍ଦରତା ସବୁଦିନ ପାଇଁ ଏମିତି ରହିଥିବ | ନିଜକୁ ଯବାନ ରଖିବାର ନିଶା ତାଙ୍କୁ ଦୁନିଆର ଏକ ନମ୍ବର ସିରିୟଲ କିଲର କରିଦେଇଥିଲା |

କେବଳ ଏତିକି ନୁହେଁ, ସିରିୟଲ କିଲର ଏଲିଜାବେଥ ଝିଅମାନଙ୍କୁ ମା-ରି-ବାପ-ରେ ସେମାନଙ୍କ ସହିତ ଖରାପ ବ୍ୟବହାର ଏବଂ ନି-ର୍ଯ୍ୟା-ତନା ଦେବାକୁ ମଧ୍ୟ ପଛକୁ ହଟିନଥିଲେ | ପ୍ରଚଳିତ କାହାଣୀ ଅନୁଯାୟୀ, ସେ ମୃ-ତ ଝିଅମାନଙ୍କ ଶରୀରର ମାଂସକୁ ନିଜର ଦାନ୍ତଗୁଡ଼ିକ ଦ୍ୱାରା କାଟି ବାହାର କରୁଥିଲେ | ଏହା ମଧ୍ୟ କୁହାଯାଏ ଯେ ଏଲିଜାବେଥ ବାଥରୀଙ୍କ ଏହି ଭୟଙ୍କର କାମରେ ତାଙ୍କର ତିନିଜଣ ଚାକର ମଧ୍ୟ ସହଯୋଗ କରୁଥିଲେ |

ଏପରି କରୁଥିଲେ ଗରିବ ଝିଅମାନଙ୍କୁ ଶିକାର :-

କୁହାଯାଏ ଯେ ଝିଅମାନଙ୍କୁ ନିଜ କବଳରେ ଫସାଇବା ପାଇଁ ଏଲିଜାବେଥ ବହୁତ ବଡ଼ ଜାଲ ବୁଣିଥିଲେ | ଜଣେ ଧନୀ ଘରର ମହିଳା ହେବା କାରଣରୁ ସେ ଆଖପାଖ ଗାଁର ଗରିବ ଝିଅମାନଙ୍କୁ ନିଜ ମହଲରେ ଭଲ ଟଙ୍କାରେ କାମ କରିବାର ଲୋଭ ଦେଖାଇ ଡକାଉଥିଲେ | କିନ୍ତୁ ଝିଅମାନେ ତାଙ୍କ ମହଲକୁ ଆସିବାମାତ୍ରେ ସେ ସେମାନଙ୍କୁ ନିଜର ଶିକାର କରୁଥିଲେ | କେବଳ ଏତିକି ନୁହେଁ, କୁହାଯାଏ ଯେ ଯେତେବେଳେ ଅଞ୍ଚଳରେ ଝିଅମାନଙ୍କ ସଂଖ୍ୟା ବହୁତ କମ ହୋଇଗଲା, ସେତେବେଳେ ସେ ଧନୀ ପରିବାରର ଝିଅମାନଙ୍କୁ ନିଜର ଶିକାର କରିବା ଆରମ୍ଭ କରିଦେଲେ |

ହଙ୍ଗରୀ ରାଜା ଯେତେବେଳେ ଏସବୁ କଥା ଜାଣିଲେ, ସେତେବେଳେ ସେ ଏହି ମାମଲାର ଯାଞ୍ଚ କଲେ | ଏହି ମାମଲାକୁ ନେଇ ଯେତେବେଳେ ଯାଞ୍ଚ କର୍ମୀମାନେ ଏଲିଜାବେଥଙ୍କ ମହଲରେ ପହଞ୍ଚିଲେ, ସେତେବେଳେ ସେଠାର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ | ଯାଞ୍ଚ କର୍ମୀମାନେ ଏଲିଜାବେଥଙ୍କ ମହଲରୁ ଅନେକ କଙ୍କାଳ ଏବଂ ସୁନା-ରୂପାର ଅଳଙ୍କାର ଉଦ୍ଧାର କଲେ | ଏହାପରେ ୧୬୧୦ ମସିହାରେ ହଙ୍ଗରୀର ରାଜାଙ୍କ ଆଦେଶରେ ତାଙ୍କୁ ତିନିଜଣ ଚାକରଙ୍କ ସହିତ ଗିରଫ କରାଯାଇଥିଲା | ଏହିସବୁ ତଥ୍ୟର ଦୃଶ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ମହଲରେ ହିଁ କଏଦ କରି ଦିଆଯାଇଥିଲା | ପ୍ରାୟ ୪ ବର୍ଷ ପରେ ତାଙ୍କର ଏହି ମହଲରେ ମୃତ୍ୟୁ ହୋଇଯାଇଥିଲା |

Leave a Reply

Your email address will not be published. Required fields are marked *