ଆସନ୍ତା ଅଗଷ୍ଟ ୧୪ ରୁ ୧୬ ମଧ୍ୟରେ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ

ରାଜ୍ୟରେ ଆସନ୍ତା ଅଗଷ୍ଟ ୧୪ ତାରିଖରୁ ୧୬ ତାରିଖ ମଧ୍ୟରେ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା। ଗତବର୍ଷ କୌଣସି ସମସ୍ୟା ନ ଥାଇ ମଧ୍ୟ ଅଗଷ୍ଟ ୨୧ ରେ ଯୁକ୍ତ ଦୁଇ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ, ଚଳିତ ବର୍ଷ ଏହାର ସପ୍ତାହକ ପୂର୍ବରୁ ଆରମ୍ଭ ହେବ ଆଡମିଶନ ବୋଲି କହିଛନ୍ତି, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

ଗଣଶିକ୍ଷା ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହିଥର ୫୫ ହଜାରରୁ ଅଧିକ ସିଟ ବୃଦ୍ଧି କରିବାପାଇଁ କଲେଜ ଗୁଡିକ ଆବେଦନ କରିଛନ୍ତି। ତେବେ ବିଜ୍ଞାନ ପାଇଁ ଲାବୋରେଟୋରି ର ସମସ୍ୟା ହୋଇପାରେ। ସେଥିପାଇଁ ଏହା ଉପରେ ଯାଞ୍ଚ କରାଯାଉଛି। ଗତକାଲି ଏହି ସମ୍ପର୍କରେ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସେଲ୍ଫ ଫାଇନାନ୍ସିଂ କଲେଜ ଉପରେ ଅଧିକ ଯାଞ୍ଚ କରାଯାଉଛି। ସେମାନେ ଲାବୋରେଟୋରି ଉପରେ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ କରାଯାଉଛି। ଆଉ ଆବେଦନ ପୂର୍ବରୁ କେତେ ସିଟ ବଢିଲା, ତାହା SAMS ୱେବସାଇଟରେ ସମସ୍ତ ତଥ୍ୟ ଉପଲବ୍ଧ କରିଦିଆଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *