ପୁଣି ଚର୍ଚ୍ଚାରେ ସହଦେବ : ଇଣ୍ଡିଆନ ଆଇଡ଼ଲ ସେଟରେ ‘ବଚପନ କା ପ୍ୟାର’ ଗୀତ ଗାଇଲେ ସହଦେଵ,ଦେଖନ୍ତୁ ଭିଡ଼ିଓ

ଆଜିର ସମୟରେ ସୋସିଆଲ ମିଡ଼ିଆ ଏମିତି ଏକ ପ୍ଲାଟଫର୍ମ ପାଲଟିଯାଇଛି, ଯାହା ମାଧ୍ୟମରେ ଯେକୌଣସି ସାଧାରଣ ମଣିଷ ରାତାରାତି ସୁପରଷ୍ଟାର ହୋଇଯାଉଛି | ‘ବଚପନ କା ପ୍ୟାର’ ଗୀତଟି ତ ଆପଣ ନିଶ୍ଚିତ ଶୁଣିଥିବେ | ଏହି ଗୀତକୁ ଆଜିକାଲି ସମସ୍ତଙ୍କ ମଧ୍ୟରେ ଭାଇରଲ ହେଉଛି | ଆଜ୍ଞା ହଁ, ଛତିଶଗଡ଼ର ଗୋଟିଏ ଛୋଟ ପିଲା ସହଦେଵ ଦିରଦୋ ସୋସିଆଲ ମିଡିଆରେ ବର୍ତ୍ତମାନ ଟ୍ରେଣ୍ଡ କରୁଛନ୍ତି | ସହଦେଵଙ୍କର ପପୁଲାର ଏତେ ବଢିଯାଇଛି ଯେ ତାଙ୍କୁ ପ୍ରସିଦ୍ଧ ଶୋ ‘ଇଣ୍ଡିଆନ ଆଇଡ଼ଲର ୧୨’ର ସେଟକୁ ମଧ୍ୟ ଡକାଗଲା | ଶୋର ଆଙ୍କର ଆଦିତ୍ୟ ନାରାୟଣ ଇଣ୍ଡିଆନ ଆଇଡ଼ଲର ସେଟରୁ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଜଜ ଏବଂ ବାକି ପ୍ରତିଯୋଗୀମାନେ ସହଦେଵଙ୍କ ସହିତ ‘ବଚପନ କା ପ୍ୟାର’ ଗୀତରେ ଝୁମୁଥିବାର ଦେଖାଯାଉଛନ୍ତି |

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Aditya Narayan (@adityanarayanofficial)

ଏହି ଭିଡିଓ ସହିତ ଆଦିତ୍ୟ କ୍ୟାପ୍ସନ ଦେଇଛନ୍ତି ଯେ, ” ବଚପନ କା ପ୍ୟାର କ୍ୟୁଟି ସହଦେଵ ଏବଂ ଇଣ୍ଡିଆନ ଆଇଡ଼ଲର ଟିମ ସହିତ … ” ଏହି ଭିଡିଓରେ ସୋନୁ କକ୍କର, ମହମ୍ମଦ ଦାନିଶ, ଅନୁ ମଲିକ, ଅରୁନିତା କାଞ୍ଜିଲାଲ, ଶନମୁଖ ପ୍ରିୟା, ନିହାର ତାଉରୋ ଏବଂ ସିଆଲି କାମଲେ ଦେଖାଯାଉଛନ୍ତି | କୁହାଯାଉଛି ଯେ ସହଦେଵ ଇଣ୍ଡିଆନ ଆଇଡ଼ଲ ୧୨ ର ପ୍ରତିଯୋଗୀ ପବନଦୀପ ରାଜନଙ୍କ ସହିତ ମଧ୍ୟ ଗୀତ ଗାଇବାକୁ ଯାଉଛନ୍ତି |

ଉଲ୍ଲେଖଯୋଗ୍ୟ ଯେ ପବନଦୀପଙ୍କ ସ୍ୱରକୁ ସାରା ଦେଶ ଭଲପାଉଛନ୍ତି, ଏପରି ପରିସ୍ଥିତିରେ ବର୍ତ୍ତମାନ ତାଙ୍କ ସହିତ ସହଦେଵ ଗୀତ ଗାଇବା ବହୁତ ବଡ଼ କଥା ଅଟେ | ଏହି ଖବର ମଧ୍ୟ ରହିଛି ଯେ ସହଦେଵ ଖୁବ ଶୀଘ୍ର ପ୍ରସିଦ୍ଧ ଶୋ ‘ଡ୍ୟାନ୍ସ ଦିବାନେ ୩’ ରେ ମଧ୍ୟ ଦେଖାଯିବେ | ସେ ଏହି ଶୋର ସୁଟିଂ ମଧ୍ୟ ପୁରା କରିଛନ୍ତି | ଏହି ଶୋକୁ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ଧର୍ମେଶ ଏବଂ ତୁଷାର କାଳିୟା ଜଜ କରୁଛନ୍ତି |

କୁହାଯାଉଛି ଯେ ସହଦେଵ ଛତିଶଗଡ଼ର ସୁକମା ଜିଲ୍ଲାର ଛିଂଡ଼ଗଡ଼ର ବାସିନ୍ଦା ଅଟନ୍ତି | ସେ ନିଜ ସ୍ୱରରେ ‘ବଚପନ କା ପ୍ୟାର’ ଗୀତ ଗାଇଛନ୍ତି | ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଉଛି | ସର୍ବପ୍ରଥମେ ବଲିଉଡର ପ୍ରସିଦ୍ଧ ଗାୟକ ଏବଂ ରାପର ବାଦଶାହ ସହଦେଵଙ୍କୁ ଡ଼କାଇଥିଲେ | ଏହା ମଧ୍ୟ କୁହାଯାଉଛି ଯେ ବାଦଶାହ ଶୀଘ୍ର ସହଦେଵଙ୍କ ସହିତ ଗୀତ ଗାଇବାକୁ ଯାଉଛନ୍ତି | ଏହାପୂର୍ବରୁ ସହଦେଵ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ଦେଖା କରିଛନ୍ତି | ଖାସ କଥା ଏହା ଯେ ସହଦେଵଙ୍କ ଏହି ଗୀତରେ କେବଳ ସାଧାରଣ ଲୋକେ ନୁହେଁ ବରଂ ବଲିଉଡର ସୁପରଷ୍ଟାର ମଧ୍ୟ ଭିଡିଓ କରୁଥିବାର ଦେଖାଯାଇଛି | ସବୁ ସେଲିବ୍ରେଟି ଏହି ଗୀତକୁ ଗାଉଥିବାର ଦେଖାଯାଉଛି | ସେହିପରି ଇନ୍ସଟାଗ୍ରାମରେ ମଧ୍ୟ ଏହି ଗୀତର ରିଲସ କରାଯାଉଛି |

Leave a Reply

Your email address will not be published. Required fields are marked *