ପୋଲିସ କର୍ମୀଙ୍କ ଜବରଦସ୍ତ ଡ୍ୟାନ୍ସ : ଜିତିଲେ ସମସ୍ତଙ୍କ ହୃଦୟ,ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ ପୋଲିସ ସବୁବେଳେ କିଛି ନ କିଛି କାରଣରୁ ଚର୍ଚ୍ଚାରେ ରହିଥାନ୍ତି | ବେଳେବେଳେ ନିଜର ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ତ ଆଉ କେତେବେଳେ ନିଜର ବାହାଦୂର ଏବଂ ସାହାସିକତା କାରଣରୁ ଚର୍ଚ୍ଚାରେ ରୁହନ୍ତି | କିନ୍ତୁ ଆଜିକାଲି ମୁମ୍ବାଇର ପୋଲିସ କର୍ମଚାରୀ ନିଜର ଜବରଦସ୍ତ ଡ୍ୟାନ୍ସ କାରଣରୁ ଇଣ୍ଟରନେଟରେ ହେଡଲାଇନ ପାଲଟିଛନ୍ତି | ମୁମ୍ବାଇ ପୋଲିସର ୩୮ ବର୍ଷୀୟ ପୋଲିସ କର୍ମଚାରୀଙ୍କର ବହୁତ ସୁନ୍ଦର ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବହୁତ ଦ୍ରୁତ ଗତିରେ ଭାଇରଲ ହେଉଛି ଏବଂ ଖବର ଲେଖାଯିବା ବେଳକୁ ଏହାକୁ ହଜାର ହଜାର ଲାଇକ ମଧ୍ୟ ମିଳିସାରିଛି |

ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରଲ ହେଉଛି, ସେଥିରେ ଅମୋଲ କାମ୍ବଲେଙ୍କୁ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖାଯାଉଛି | ତାଙ୍କର ଡ୍ୟାନ୍ସ ଦେଖି ଏପରି ଲାଗୁଛି ଯେପରି ସେ କୌଣସି ପ୍ରଫେସନାଲ ଡ୍ୟାନ୍ସର ଅଟନ୍ତି | କାମ୍ବଲେଙ୍କ ମୁଭଗୁଡିକ କୌଣସି ହିରୋ ପରି ଲାଗୁଛି | ଏଥିପାଇଁ ଲୋକମାନଙ୍କୁ ତାଙ୍କ ଡ୍ୟାନ୍ସ ଭିଡିଓ ବହୁତ ଭଲ ଲାଗୁଛି | ଏହି ଭିଡିଓ ପୋଲିସ କନେଷ୍ଟବଳ ଅମୋଲ ଜୁଲାଇ ୩୦ ତାରିଖରେ ଇନ୍ସଟାଗ୍ରାମରେ ସେୟାର କରିଥିଲେ | ଏଥିରେ ସେ ‘ଅପ୍ପୁ ରାଜା’ ଫିଲ୍ମର ‘ଆୟା ହେ ରାଜା …’ ଗୀତରେ ଜଣେ ଯୁବକଙ୍କ ସହିତ ଡ୍ୟାନ୍ସ କରୁଛନ୍ତି | ଏହି ଭିଡିଓରେ ଅମୋଲ ବର୍ଦ୍ଦି ପିନ୍ଧିଥିବାର ଦେଖାଯାଉଛନ୍ତି ଏବଂ ଅନ୍ୟ ଯୁବକ ସାଧା ପୋଷାକରେ ଦେଖାଯାଉଛନ୍ତି |

ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Chinmay Khedekar || TWE 🇮🇳 (@thewardrobeengineer)

ମୁମ୍ବାଇ ପୋଲିସରେ ନିୟୋଜିତ ଅମୋଲ ଯଶବନ୍ତ କାମ୍ବଲେ ନୟଗାମ୍ବ ପୋଲିସ ହେଡ଼ କ୍ଵାଟରରେ ରୁହନ୍ତି | ସେ ନିଜର ଡ୍ୟୁଟି ପୁରା କରିବାପରେ ଡ୍ୟାନ୍ସ କରନ୍ତି ଏବଂ ଛୁଟିଦିନରେ ମଧ୍ୟ ନିଜର ଏହି ପ୍ରିୟ କାମକୁ ପୁରା କରନ୍ତି | କାମ୍ବଲେ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରନ୍ତି, ଯାହା ମଧ୍ୟରୁ ଗୋଟିଏ ଭିଡିଓ ବର୍ତ୍ତମାନ ଭାଇରଲ ହେଉଛି | ବର୍ତ୍ତମାନ ଅମୋଲ ମୁମ୍ବାଇର ମାହିମରେ ରହୁଛଟାଣି | ସେ ୨୦୦୪ ମସିହାରେ ମୁମ୍ବାଇ ପୋଲିସରେ ଭର୍ତ୍ତି ହୋଇଥିଲେ | ତାଙ୍କର ଏହି ଭାଇରଲ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଦେଖି ସାରିଲେଣି | ଏହାସହିତ ଭିଡିଓକୁ ହଜାର ହଜାର ଲାଇକ ମଧ୍ୟ ମିଳିଛି | ଏହି ଭିଡିଓକୁ ଦେଖିବାପରେ ଲୋକମାନେ ଖୁସି ହୋଇ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ କରୁଛନ୍ତି |

Leave a Reply

Your email address will not be published. Required fields are marked *