ଭାରତ ବନାମ ଇଂଲଣ୍ଡ : ରବୀନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ହାସଲ କଲେ ଏହି କାରନାମା,ଆଉ ଏକ ଖାସ ରେକର୍ଡ଼ ସେ ନିଜ ନାମରେ କରିଛନ୍ତି

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ବ୍ୟତୀତ ଆଉ କୌଣସି ବି ଖେଳାଳି ଭଲ ପ୍ରଦର୍ଶନ କରି ପାରିନଥିଲେ। କେଏଲ ରାହୁଲ 84 ରନର ପାଳି ଖେଳିଥିଲେ ଓ ଜାଡେଜା ମଧ୍ୟ ଅର୍ଧଶତକୀୟ ପାଳି ଖେଳିଥିଲେ। ନଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଜାଡେଜା ଭଲ ପ୍ରଦର୍ଶନ କରିଥିଲେ।

ଜାଡେଜା ନିଜ ନାମରେ କଲେ ଏହି ଖାଆସ ରେକର୍ଡ଼:-

ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଭଲ ପ୍ରଦର୍ଶନ କରି 86 ବଲରେ 8 ଚୌକା ଓ 1 ଛକା ସହାୟତାରେ 56 ରନର ପାଳି ଖେଳିଥିଲେ। ଏହାସହ ଜାଡେଜା ନିଜ ନାମରେ ଏକ ଖାଆସ ରେକର୍ଡ଼ କରିଦେଲେ। ଭାରତୀୟ ପାଳିର 60ତମ ଓଭରରେ ସାମ କରନ୍ ଙ୍କ ବଲରେ ଚୌକା ମାରି ଜାଡେଜା ଟେଷ୍ଟ କ୍ରିକେଟରେ 2000 ରନ ନିଜ ନାମରେ କରିଛନ୍ତି।

ଟେଷ୍ଟ ରେ 2000 ରନ ସହିତ 200 ଉଇକେଟ ନେବାରେ ଜାଡେଜା ପଞ୍ଚମ ଖେଳାଳି ହୋଇଯାଇଛନ୍ତି। ଏହାପୂର୍ବରୁ କପିଲ ଦେବ, ହରଭଜନ ସିଂହ, ଅନୀଲ କୁମ୍ବଲେ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ଖେଳାଳିଙ୍କ ନାମ ଏହି ଲିଷ୍ଟରେ ରହିଛି। ଜାଡେଜା ମାତ୍ର 53 ଟେଷ୍ଟରେ ଏହି ପ୍ରସିଦ୍ଧି ଲାଭ କରିଥିଲେ।ଏହାପୂର୍ବରୁ କପିଲ ଦେବ 50 ଟେଷ୍ଟ ଓ ଅଶ୍ୱିନ 51 ଟେଷ୍ଟରେ ଏହା ହାସଲ କରିଥିଲେ।

ଟିମ ଇଣ୍ଡିଆ ପ୍ରଥମ ପାଳିରେ 95 ରନରେ ଆଗୁଆ:-

ଟସ ଜିତି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ କିଛି ଖାଆସ କରି ପାରିନଥିଲା। ଭାରତୀୟ ଟିମର ବୋଲର ଜବରଦସ୍ତ ବୋଲିଂ କରି 64.4 ଓଭରରେ 183 ରନ କରି ଅଲ ଆଉଟ ହୋଇଯାଇଥିଲା। ଭାରତ ପାଇଁ ଯଶପ୍ରୀତ ବୁମରା ସର୍ବାଧିକ 4ଟି ଉଇକେଟ ନେଇଥିଲେ। ଶାମି ତିନୋଟି ଉଇକେଟ, ଶାର୍ଦୁଲ 2ଟି ଉଇକେଟ ଓ ସିରାଜ 1ଟି ଉଇକେଟ ନେଇଥିଲେ। ଦ୍ବିତୀୟ ଦିନର ଖେଳ ବର୍ଷା କାରଣରୁ ଅଟକି ଯାଇଥିଲା। ଏକ ଭଲ ପ୍ରାରମ୍ଭ ପରେ ଟିମ ଇଣ୍ଡିଆ ନିଜର ତିନୋଟି ଉଇକେଟ ଜଲଦି ହରାଇ ଦେଇଥିଲା। ଚେତେଶ୍ୱର ପୂଜାରା 4 ରନ କରି ଆଣ୍ଡରସନଙ୍କ ବଲରେ ଆଉଟ ହେବାପରେ ଅଧିନାୟକ ବିରାଟ କୋହଲି ମଧ୍ୟ ଆଉଟ ହୋଇଯାଇଥିଲେ। ରୋହିତ ଶର୍ମା ଲଞ୍ଚ ପୂର୍ବରୁ ଆଉଟ ହୋଇଯାଇଥିଲେ।

ସେହିପରି ପ୍ରଥମ ଟେଷ୍ଟର ତୃତୀୟ ଦିନର ଖେଳ ଆରମ୍ଭ ହେବାର କିଛି ସମୟ ପରେ ପୁଣି ବର୍ଷା ବାଧାପ୍ରାପ୍ତ ସାଜିଥିଲା। ଏହାପରେ ଭାରତୀୟ ଟିମ ନିଜର 5ମ ଉଇକେଟ ହରାଇ ଥିଲା। ଋଷଭ ପନ୍ତ 25 ରନ ବନାଇ ପାଭିଲିୟନ ଫେରିଥିବା ବେଳେ, ଏହାପରେ ରାହୁଲ ଓ ଜାଡେଜା ଉଭୟ ମିଳିତ ଭାବରେ ପାଳିକୁ ଆଗକୁ ନେଇଥିଲେ। ଭାରତୀୟ ଟିମ ନିଜର ପ୍ରଥମ ପାଳିରେ ଇଂଲଣ୍ଡର 183 ରନକୁ ପାର କରି ଲିଡ଼ ହାସଲ କଲେ। ଲଞ୍ଚ ପର୍ଯ୍ୟନ୍ତ ଟିମ ଇଣ୍ଡିଆ 191 ରନ କରିସାରିଥିଲା। କେଏଲ ରାହୁଲ ନିଜର ଶତକ ହାସଲ କରି ପାରିଲେନାହିଁ। ସେ 84 ରନ କରି ଆଉଟ ହୋଇଗଲେ। ଜବାବରେ ଭାରତ ପ୍ରଥମ ପାଳିରେ 278 ରନ କରି ଇଂଲଣ୍ଡକୁ 95 ରନର ଲିଡ଼ ଦେଇଥିଲା।

 

Leave a Reply

Your email address will not be published. Required fields are marked *