ଭାରତ ବନାମ ଇଂଲଣ୍ଡ: ‘ଶୂନ’ ରେ ଆଉଟ ହେବା ମାମଲାରେ ଗାଙ୍ଗୁଲି ଓ ଧୋନୀଙ୍କୁ ପଛରେ ପକାଇଲେ କୋହଲି,ନିଜ ନାମରେ କଲେ ଏହି ଲଜ୍ୟାଜନକ ରେକର୍ଡ଼

ଭାରତୀୟ ଅଧିନାୟକ ବିରାଟ କୋହଲି ବହୁତ ସମୟ ହେବ ଖରାପ ଫର୍ମରେ ଚାଲୁଛନ୍ତି। ଏହି ଟେଷ୍ଟ ସିରିଜ ପୂର୍ବରୁ କୋହଲିଙ୍କ ଉପରେ ସମସ୍ତଙ୍କ ଭରସା ଥିଲା କିନ୍ତୁ ତାଙ୍କର ବ୍ୟାଟ ଶାନ୍ତ ରହିଲା। ଦ୍ବିତୀୟ ଦିନରେ ବିରାଟ କୋହଲି ଆଣ୍ଡରସନଙ୍କ ପ୍ରଥମ ବଲରେ ପାଭିଲିୟନ ଫେରିଥିଲେ। ଏହାପରେ କୋହଲିଙ୍କ ନାମରେ ଏହି ଲଜ୍ୟାଜନକ ରେକର୍ଡ଼ ହାସଲ ହୋଇଥିଲା।

ବିରାଟଙ୍କ ଫ୍ଲପ ପ୍ରଦର୍ଶନ:-

ଇଂଲଣ୍ଡ ଦ୍ରୁତ ବୋଲର ଆଣ୍ଡରସନ ପୂଜାରାଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ। କୋହଲି ଯେତେବେଳେ ପଡ଼ିଆକୁ ଓହ୍ଲାଇଥିଲେ ସେତେବେଳେ ଫ୍ୟାନ୍ସଙ୍କୁ ଲମ୍ବା ପାଳିର ଆଶା ରହିଥିଲା କିନ୍ତୁ କୋହଲି ଆଖି ପିଛୁଳାକେ ଆଉଟ ହୋଇଯାଇଥିଲେ। ପ୍ରଥମ ବଲରେ କୋହଲି ଷ୍ଟମ୍ପସ ପଛରେ ବଟଲରଙ୍କ ହାତରେ କ୍ୟାଚ ହୋଇଯାଇଥିଲେ।

ବିରାଟଙ୍କ ନାମରେ ଏହି ଲଜ୍ୟାଜନକ ରେକର୍ଡ଼:-

ପ୍ରଥମ ପାଳିରେ ବିନା ଖାତା ଖୋଲି ଆଉଟ ହେବାପରେ କୋହଲି ନିଜ ନାମରେ ଏହି ଲଜ୍ୟାଜନକ ରେକର୍ଡ଼ ଦର୍ଜ କରିଦେଲେ। ସେ ମହେନ୍ଦ୍ର ସିଂହ ଧୋନୀ, କପିଲ ଦେବ ଓ ସୌରଭ ଗାଙ୍ଗୁଲିଙ୍କ ଭଳି ପ୍ରସିଦ୍ଧ ଖେଳାଳିଙ୍କୁ ପଛରେ ପକାଇଦେଲେ। ଆପଣଙ୍କୁ ଜଣାଇଦେଉଛୁ କି, କୋହଲି ଟେଷ୍ଟରେ 9 ଥର ଶୂନରେ ଆଉଟ ହୋଇଯାଇଛନ୍ତି। ଯାହାକି କୌଣସି କ୍ରିକେଟର ମାନଙ୍କ ପାଇଁ ସବୁଠାରୁ ଅଧିକ ଅଟେ। ଏହା ଭାରତୀୟ ଅଧିନାୟକ ଭାବରେ ସବୁଠାରୁ ଅଧିକ ଅଟେ।

ଦେଢ଼ ବର୍ଷ ହେବ କୋହଲିଙ୍କ ବ୍ୟାଟରୁ ଆସିନାହିଁ କୌଣସି ଶତକ:-

ବିରାଟ କୋହଲିଙ୍କ ଫ୍ୟାନ୍ସଙ୍କ ଆଶା ଥିଲା କି, ସେ ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟାନସିପରେ ଶତକ ହାସଲ କରିବେ। ଏବେ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ଫ୍ଲପ ହୋଇଗଲେ। ସେ ନିଜର ଶେଷ ଶତକ ନଭେମ୍ବର 2019ରେ ମାରିଥିଲେ।ବିରାଟ ସେହି ସମୟରେ ବାଂଲାଦେଶ ବିପକ୍ଷରେ 136 ରନର ନଟଆଉଟ ପାଳି ଖେଳିଥିଲେ।

Leave a Reply

Your email address will not be published. Required fields are marked *