ସୁନା ଦର : ଏହି ସପ୍ତାହରେ ବହୁତ ହ୍ରାସ ହୋଇଛି ସୁନା ଦର,ଜାଣନ୍ତୁ ଗତ ୩ ଦିନରେ କେତେ କମିଛି ?

MCX ରେ ସୁନା ଗୁରୁବାର ଦିନ ୩୦୦ ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ସହିତ ବନ୍ଦ ହୋଇଛି। ସମ୍ପୂର୍ଣ୍ଣ ଗୁରୁବାର ଦିନ ସୁନା କାରବାର ଚାଲୁ ରହିଥିଲା। କିନ୍ତୁ ଶେଷ ଘଣ୍ଟା ଆଡ଼କୁ ଅଚାନକ ଏଥିରେ ବିକ୍ରି ଚାଲି ଆସିଲା। ସୁନା ଇଣ୍ଟରା ସମୟରେ 47503 ଛୁଇଁଲା। ଆଜି ମଧ୍ୟ ସୁନା ଆରମ୍ଭରୁ ଶସ୍ତା ରହିଛି ଓ ଗୋଟିଏ ପଟରେ କାରବାର ଚାଲୁ ରହିଛି। ଏହାର ଦର 47500 ପାଖାପାଖି ଆସି ରହିଗଲା। ଏହି ମୋଟ ସପ୍ତାହ କଥା କହିବାକୁ ଗଲେ ସୁନା ମୋଟ 600 ଟଙ୍କା ଶସ୍ତା ହୋଇଯାଇଛି।

ଏହି ସପ୍ତାହରେ ସୁନା ଦର:-

ସୋମବାର ଦିନ 48086/10ଗ୍ରାମ, ମଙ୍ଗଳବାର 47864/10ଗ୍ରାମ, ବୁଧବାର 47892/10ଗ୍ରାମ, ଗୁରୁବାର 47603/10ଗ୍ରାମ, ଶୁକ୍ରବାର 47570/10ଗ୍ରାମ।

ବିଗତ ସପ୍ତାହରେ ସୁନା ଦର:-

ସୋମବାର ଦିନ 47461/10ଗ୍ରାମ, ମଙ୍ଗଳବାର 47573/10ଗ୍ରାମ, ବୁଧବାର 47577/10ଗ୍ରାମ, ଗୁରୁବାର 48281/10ଗ୍ରାମ, ଶୁକ୍ରବାର 48001/10ଗ୍ରାମ।

ସୁନା ଉଚ୍ଚତମ ସ୍ତରରୁ ପାଖାପାଖି 8700 ଟଙ୍କା ଶସ୍ତା:-

ବିଗତ ବର୍ଷ କରୋନା ସଙ୍କଟ କାରଣରୁ ଲୋକମାନେ ସୁନାରେ ବହୁତ ନିବେଶ କରିଥିଲେ। ଅଗଷ୍ଟ 2020 ମସିହାରେ MCX ରେ ସୁନା ଦର 56191 ଟଙ୍କା ଉଚ୍ଚତମରେ ପହଞ୍ଚି ଯାଇଥିଲା। ଏବେ ସୁନା ଅକ୍ଟୋବରରେ MCX ରେ 47500ଟଙ୍କା ପ୍ରତି 10 ଗ୍ରାମ ଲେବେଲରେ ମହଜୁଦ ରହିଛି। ଏହାର ଅର୍ଥ ଏବେବି 8700 ଟଙ୍କା ଶସ୍ତା ଭାବରେ ଚାଲିଛି।

MCX silver: ଚାନ୍ଦି ମଧ୍ୟ 600 ଟଙ୍କା ହ୍ରାସ ହୋଇଯାଇଛି। ଏହା କାରଣରୁ ଚାନ୍ଦି 67,000 ରୁ କମ ରେ ବନ୍ଦ ହୋଇଛି। ଆଜି ମଧ୍ୟ ଚାନ୍ଦି 67,000 ତଳେ ହିଁ ଟ୍ରେଡ଼ କରୁଛି। ଏହି ସପ୍ତାହ କଥା କହିବାକୁ ଗଲେ ଚାନ୍ଦି ମୋଟ 1000 ଟଙ୍କା ଶସ୍ତା ହୋଇଯାଇଛି।

ଏହି ସପ୍ତାହରେ ଚାନ୍ଦି ଦର:-

ସୋମବାର ଦିନ 67889/କିଲୋ, ମଙ୍ଗଳବାର 67914/କିଲୋ, ବୁଧବାର 67500/କିଲୋ, ଗୁରୁବାର 66998/କିଲୋ, ଶୁକ୍ରବାର 66900/କିଲୋ।

ବିଗତ ସପ୍ତାହରେ ଚାନ୍ଦି ଦର:-

ସୋମବାର ଦିନ 67121/କିଲୋ, ମଙ୍ଗଳବାର 66056/କିଲୋ, ବୁଧବାର 66390/କିଲୋ, ଗୁରୁବାର 68200/କିଲୋ, ଶୁକ୍ରବାର 67847/କିଲୋ।

ଚାନ୍ଦି ନିଜର ଉଚ୍ଚତମ ସ୍ତରରୁ 13000 ଟଙ୍କା ଶସ୍ତା:-

ଚାନ୍ଦି ର ଏବେପର୍ଯ୍ୟନ୍ତ ଉଚ୍ଚତମ ସ୍ତର 79980 ପ୍ରତିକିଲୋ ଅଟେ। ଏହି ଦର ଅନୁମାନରେ ଚାନ୍ଦି ଏବେ ନିଜର ଉଚ୍ଚତମ ଦରରୁ 12,500 ଟଙ୍କା ଶସ୍ତା ହୋଇ 66900 ଟଙ୍କା ପ୍ରତିକିଲୋ ରହିଛି।

ସରାଫା ବଜାରରେ ସୁନା ଓ ଚାନ୍ଦିର2 ଦର:-

ସରାଫା ବଜାରରେ ସୁନା ଆଜି ଶସ୍ତା1 ହୋଇଛି। ସୁନା କାଲି 48006 ଟଙ୍କା ମୁକାବିଲାରେ ଆଜି 47761 ଟଙ୍କା ପ୍ରତି 10 ଗ୍ରାମ ହିସାବରେ ଖୋଲିଛି। ଚାନ୍ଦି ଆଜି ମଧ୍ୟ ଶସ୍ତା ହୋଇଯାଇଛି। ଚାନ୍ଦି ଆଜି 67572 ପ୍ରତିକିଲୋ ହିସାବରେ ବିକ୍ରି ହେଉଛି। ଯେବେକି ଗୁରୁବାର ଦିନ ଏହାର 67596 ରହିଛି।

Leave a Reply

Your email address will not be published. Required fields are marked *