ବାସ କ୍ଷୀରରେ ଗୋଟିଏ ଖଣ୍ଡ ଗୁଡ଼ ପକାଇ ଖାଆନ୍ତୁ,ଆଉ ତା ପରେ ଦେଖନ୍ତୁ କମାଲ……

ଆପଣଙ୍କ ଫିଟନେସ ଆପଣଙ୍କ ନୀତିଦିନର ଖାଦ୍ୟ ପାନୀୟ ଉପରେ ବହୁତ ମାତ୍ରାରେ ନିର୍ଭର କରିଥାଏ। ସୁସ୍ଥ ରହିବା ପାଇଁ କିଛି ଲୋକ ସକାଳୁ ଉଠି ପାଣି ପିଇଥାନ୍ତି ତ କିଛି ଅଁଳା ଜୁସ ପିଇଥାନ୍ତି। ଆପଣ କଣ ଜାଣନ୍ତି? ସକାଳୁ ଉଠି ଗରମ କ୍ଷୀର ସହିତ ଗୁଡ଼ ସେବନ କରିବା ଦ୍ୱାରା ଏହା ଆମର ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ।

ପ୍ରାକୃତିକ ଭାବରେ ରକ୍ତ ସଫା ହୋଇଥାଏ:-

କ୍ଷୀର ରେ ଭିଟାମିନ ଏ, ବି, ଡ଼ି, କ୍ୟାଲିସିୟମ, ପ୍ରୋଟିନ ଓ ଲାକଟିକ ଏସିଡ଼ ମିଳିଥାଏ। ସେହିପରି ଗୁଡ଼ ରେ ମଧ୍ୟ ଏହିପରି ଗୁଣ ଦେଖିବାକୁ ମିଳିଥାଏ। ଯାହାକି ଆପଣଙ୍କ ଶରୀରରେ ଉପସ୍ଥିତ ଥିବା ଅଶୁଦ୍ଧ ପଦାର୍ଥକୁ ବାହାର କରିଥାଏ। ଏଥିପାଇଁ ପ୍ରତିଦିନ ଗରମ କ୍ଷୀର ସହିତ ଗୁଡ଼ ସେବନ କଲେ ଆପଣଙ୍କ ଶରୀରରୁ ଅଶୁଦ୍ଧ ପଦାର୍ଥ ବାହାରି ଯାଇଥାଏ।

ମୋଟା ଅଂଶ କମାଇଥାଏ:-

ଯଦି ଆପଣ କ୍ଷୀର ସହିତ ଚିନି ଖାଉଥାନ୍ତି ତାହେଲେ ଚିନି ଜାଗାରେ ଆପଣ ଗୁଡ଼ ବ୍ୟବହାର କରନ୍ତୁ ଏହା ଆପଣଙ୍କ ଶରୀରରେ ମୋଟା ଅଂଶକୁ ବଢ଼ାଇ ନଥାଏ ଓ କୋଲେଷ୍ଟ୍ରଲକୁ ସଠିକ ଭାବରେ ରଖିଥାଏ।

ପାଚନ କ୍ରିୟାକୁ ମଧ୍ୟ ସଠିକ ରଖିଥାଏ:-

ଯଦି ଆପଣଙ୍କୁ ପାଚନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତାହେଲେ ଗରମ କ୍ଷୀର ସହିତ ଗୁଡ଼ ସେବନ କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଥାଏ।

ଗଣ୍ଠିରେ ଯନ୍ତ୍ରଣା:-

ଗଣ୍ଠିରେ ଯନ୍ତ୍ରଣା ହେଉଥିଲେ ପ୍ରତିଦିନ ଆପଣ ଗୁଡ଼ ସହିତ ଅଦା ମିଶାଇ ଖାଆନ୍ତୁ ଏହା ଦ୍ୱାରା ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ ଓ ଆରାମ ମିଳିଥାଏ।

ଚର୍ମ ଓ ବାଳ ପାଇଁ ମଧ୍ୟ :-

କ୍ଷୀର ଓ ଗୁଡ଼ ମିଶାଇ ସେବନ କରିବା ଦ୍ୱାରା ଆପଣଙ୍କ ତ୍ୱଚା ମୁଲାୟମ ରହିବା ସହ ଚର୍ମରେ କୌଣସି ରୋଗ ହୋଇନଥାଏ ଓ ଆପଣଙ୍କ ବାଳ ମଧ୍ୟ ଶକ୍ତ ରହିଥାଏ।

ପିରିୟଡ଼ ଯନ୍ତ୍ରଣାରୁ ଆରାମ:-

ଶରୀର ରେ ଯନ୍ତ୍ରଣା ହେଉଥିଲେ ଗରମ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଥାଏ। ସେହିପରି ପିରିୟଡ଼ ସମୟରେ ଯଦି ଆପଣ ଗରମ କ୍ଷୀର ସହିତ ଗୁଡ଼ ମିଶାଇ ସେବନ କରୁଛନ୍ତି ତାହେଲେ ଆପଣଙ୍କୁ ଏହି ଯନ୍ତ୍ରଣା ରୁ ଆରାମ ମିଳିଥାଏ। ପିରିୟଡ଼ ଆରମ୍ଭ ହେବାର ଏକ ସପ୍ତାହ ପୂର୍ବରୁ ଏକ ଚାମଚ ଗୁଡ଼ ନିଶ୍ଚୟ ସେବନ କରନ୍ତୁ। ଏଥିରେ ଆପଣ ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ।

Leave a Reply

Your email address will not be published. Required fields are marked *