ସାବଧାନ : ପୁରୁଣା ନୋଟ୍ ଓ ଖୁଚୁରାକୁ କିଣାବିକା କରୁଥିବା ଲୋକଙ୍କୁ ନେଇ ଆରବିଆଇ ଦେଲା ଚେତାବନୀ,ଜାଣି ରଖନ୍ତୁ ପୁରା ଖବର

କରୋନା ଭାଇରସ ସଂକ୍ରମଣ ମହାମାରୀ ମଧ୍ୟରେ ଏବେ ପୁରୁଣା ନୋଟ ଓ ଖୁଚୁରାର କିଣାବିକା ବହୁତ ଚର୍ଚ୍ଚାରେ ରହିଛି|ବହୁ ମିଡିଆ ରିପୋର୍ଟ ଅନୁସାରେ ଏହା ଦାବି କରାଯାଏ ଯେ ଗୋଟିଏ ଖୁଚୁରା ବଦଳରେ ମିଳୁଛି ଲକ୍ଷ ଲକ୍ଷ ଟଙ୍କା|କିଛି ଏମିତି ୱେବସାଇଟର ନାମ ରହିଛି ଯେଉଁଥିରେ ଆପଣଙ୍କୁ ନୋଟରୁ ଲକ୍ଷ ଲକ୍ଷ ଟଙ୍କା ମିଳିବ|

ଯଦି ଆପଣ ମଧ୍ୟ ଏହି କଥାରେ ଆସିଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ|ଲୋକମାନେ ଏହି ଧୋକାଧୋଡିର ଶିକାର ହୋଇଥାନ୍ତି,ଯାହାକୁ ନେଇ ଆରବିଆଇ ବଡ ଚେତାବନୀ ଜାରି କରିଛନ୍ତି|

ଆରବିଆଇ ଚେତାବନୀ ଜାରି କରି କହିଛନ୍ତି ଯେ ଧୋକାଧୋଡି କରୁଥିବା କିଛି ତତ୍ୱ ଅନଲାଇନ,ଅଫଲାଇନ ପ୍ଲାଟଫର୍ମରେ ପୁରୁଣା ବ୍ୟାଙ୍କ ନୋଟ ଓ ଖୁଚୁରା ବିକ୍ରି ପାଇଁ ରିଜର୍ଭ ବ୍ୟାଙ୍କର ନାମ ଓ ଲୋଗୋ ବ୍ୟବହାର କରୁଛନ୍ତି|

ରିଜର୍ଭ ବ୍ୟାଙ୍କ ଏହି ଧୋକାଧୋଡି ମାମଲାକୁ ନେଇ ଏକ ଟୁଇଟ କରିଛି|ଆରବିଆଇ ଟୁଇଟ କରି କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏହି କଥା ସାମନାକୁ ଆସିଛି ଯେ କିଛି ତତ୍ୱ ଖରାପ ଉପାୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନାମ ଓ ଲୋଗୋ ବ୍ୟବହାର କରୁଛନ୍ତି ଓ ବହୁତ ଅନଲାଇନ ଓ ଅଫଲାଇନ ପ୍ଲାଟଫର୍ମ ଜରିଆରେ ପୁରୁଣା ବ୍ୟାଙ୍କ ନୋଟ ଓ ଖୁଚୁରା ବିକିବା ପାଇଁ ଲୋକଙ୍କଠାରୁ ଶୁଳ୍କ/କମିସନ ବା ଟ୍ୟାକ୍ସ ମାଗୁଛନ୍ତି|

ଆରବିଆଇ ସଫାସଫା କହିଛନ୍ତି ଯେ ସେ କୈାଣସି ମାମଲାରେ ହସ୍ତକ୍ଷେପ କରେନାହିଁ ଓ ଏଭଳି ମାମଲା ପାଇଁ କମିଶନ ବା ଫିସ ନିଏ ନାହିଁ|ସେ ମଧ୍ୟ କାହାକୁ ନେବାପାଇଁ କହେନାହିଁ|

ଆଗକୁ ରିଜର୍ଭ ବ୍ୟାଙ୍କ କହିଛନ୍ତି ଯେ ଏହିଭଳି ଶୁଳ୍କ ବା କମିଶନ ନେବା ପାଇଁ କୈାଣସି ସଂସ୍ଥା/କର୍ମ/ବ୍ୟକ୍ତି ଆଦିକୁ ଅଧିକୃତ କରିନାହିଁ|ଭାରତୀୟ ରିଜର୍ଭ ବ୍ୟାଙ୍କ ଜନତାଙ୍କୁ ସତର୍କ ରହିବାକୁ ସୂଚିତ କରିଥାଏ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ନାମ ଉପଯୋଗ କରୁଥିବା ଏଭଳି ଫର୍ଜି/ଧୋକାଧୋଡି ପ୍ରସ୍ତାବ ମାଧ୍ୟମରେ ଟଙ୍କା ଉଠେଇବା ଠକର ଶିକାର ହୁଅନ୍ତୁ ନାହିଁ|ପ୍ରକୃତରେ ଏମିତି ଅନଲାଇନ ଓ ଅଫଲାଇନ ପ୍ଲାଟଫର୍ମରେ ରିଜର୍ଭ ବ୍ୟାଙ୍କର ଲୋଗୋ ଓ ତାର ନାଁ ବ୍ୟବହାର କରି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି ପାଇଁ ଚେଷ୍ଟା କରାଯାଏ|

Leave a Reply

Your email address will not be published. Required fields are marked *