ବନ୍ୟାରେ ଫସି ରହିଥିବା ଲୋକଙ୍କୁ ବଞ୍ଚାଇବାପାଇଁ ଯାଇଥିବା ଗୃହମନ୍ତ୍ରୀ ନିଜେ ଫସିଗଲେ ବନ୍ୟାରେ, ହେଲିକେପ୍ଟର ଦ୍ୱାରା କରାଗଲା ରେସକ୍ୟୁ, ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡ. ନରୋତ୍ତମ ମିଶ୍ର ନିଜ ଜୀବନକୁ ଖାତିର ନକରି ବନ୍ୟାରେ ଫସି ରହିଥିବା ୯ ଜଣ ଲୋକଙ୍କୁ ବଞ୍ଚାଇବାପାଇଁ ଚେଷ୍ଟା କଲେ | ତେବେ ଏହି ସମୟ ମଧ୍ୟରେ ସେ ନିଜେ ବିପଦରେ ଫସିଗଲେ | ଏଭଳି ପରିସ୍ଥିତିରେ ରେସକ୍ୟୁ ଅପରେସନ ସାହାଯ୍ୟରେ ତାଙ୍କୁ ରକ୍ଷା କରାଯାଇପାରିଲା | ସୂଚନାନୁସାରେ, ଦତିଆ ଜିଲ୍ଲାର ଏକ ଗାଁରେ ବନ୍ୟା ଆସିଥିଲା | ବନ୍ୟାରେ କିଛି ଲୋକ ଫସି ଯାଇଥିଲେ | ସେହିପରି ଏହି କଥା ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ଜାଣିବାପରେ ସେ ଏହି ଲୋକମାନଙ୍କୁ ବଞ୍ଚାଇବାପାଇଁ ବାହାରି ପଡ଼ିଥିଲେ |

ଡକ୍ଟର ନରୋତ୍ତମ ମିଶ୍ର NDRF ର ଟିମ ସହିତ ଡଙ୍ଗାରେ ବସି କୋଟରା ଗ୍ରାମରେ ପହଞ୍ଚିଲେ | ସେ ନିଜ ସହିତ ଖାଦ୍ୟ ଏବଂ ଔଷଧ ମଧ୍ୟ ଆଣିଥିଲେ | ଯେପରିକି ଲୋକମାନଙ୍କୁ ଏହି ଜିନିଷ ଦେଇପାରିବେ | ଖାଦ୍ୟ ଏବଂ ଔଷଧ ବାଣ୍ଟିବାର ପ୍ରକ୍ରିୟା ଅଧୀନରେ ଏହି କୋଟରା ଗ୍ରାମର ପଞ୍ଚାୟତ ଭବନରେ ପହଁଚିଲେ | ଏହି ସ୍ଥାନରେ ଚାରିଜଣ ମହିଳା ଏବଂ ପାଞ୍ଚଜଣ ପୁରୁଷ ଫସି ରହିଥିଲେ |

ପଞ୍ଚାୟତ ଭବନରେ ପହଂଚିବାରେ ତ ଡକ୍ଟର ନରୋତ୍ତମ ମିଶ୍ରଙ୍କୁ କୌଣସି ପ୍ରକାରର ଅସୁବିଧା ହେଲାନାହିଁ | ତେବେ ଯେତେବେଳେ ସେ ଫେରୁଥିଲେ ସେତେବେଳେ ସେ ନିଜେ ବନ୍ୟାରେ ଫସିଗଲେ | ବାସ୍ତବରେ ଏହି ସ୍ଥାନରେ ଏମାନେ ଡଙ୍ଗା ମାଧ୍ୟମରେ ପହଞ୍ଚିଥିଲେ | ଏଠାରେ ପହଞ୍ଚିବା ପରେ ସେ ଲୋକମାନଙ୍କୁ ଖାଦ୍ୟ ଏବଂ ଔଷଧ ବାଣ୍ଟିଲେ ଏବଂ ଲୋକମାନଙ୍କୁ ସେଠାରୁ ବାହାର କରିବାପାଇଁ ଚେଷ୍ଟା କଲେ | କିନ୍ତୁ ଦେଖୁ ଦେଖୁ ଏଠାରେ ପାଣି ବହୁତ ଜମିଗଲା ଏବଂ ଏପରି ପରିସ୍ଥିତିରେ ଡଙ୍ଗା ଏଠାରୁ ଫେରିବା ଅସମ୍ଭବ ହୋଇଗଲା |

ଡକ୍ଟର ନରୋତ୍ତମ ମିଶ୍ର ଅନ୍ୟ ୯ ଜଣ ଲୋକଙ୍କ ସହିତ ଏଠାରେ ଅନେକ ସମୟ ପର୍ଯ୍ୟନ୍ତ ଫସି ରହିଲେ | ସେହିପରି ଏହି କଥାର ସୂଚନା ଭାରତୀୟ ବାୟୁସେନାକୁ ଦିଆଗଲା | ଯାହାପରେ ଭାରତୀୟ ବାୟୁସେନା ଡକ୍ଟର ନରୋତ୍ତମ ମିଶ୍ରଙ୍କୁ ବଞ୍ଚାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଗଲେ | ଡକ୍ଟର ନରୋତ୍ତମ ମିଶ୍ର ଏବଂ ଫସି ରହିଥିବା ଅନ୍ୟ ଲୋକଙ୍କୁ ଏୟାର ଲିଫ୍ଟ କରି ବାହାର କରାଗଲା |

ପ୍ରଥମେ ଗ୍ରାମବାସୀଙ୍କୁ ହେଲିକେପ୍ଟର ଦ୍ୱାରା ପଠାଇଲେ :-

ଡକ୍ଟର ନରୋତ୍ତମ ମିଶ୍ରଙ୍କୁ ବଞ୍ଚାଇବା ପାଇଁ ଯେତେବେଳେ ହେଲିକେପ୍ଟର ଘଟଣାସ୍ଥଳରେ ପହଞ୍ଚିଲା, ସେତେବେଳେ ଡକ୍ଟର ନରୋତ୍ତମ ମିଶ୍ର ପ୍ରଥମେ ଗାଁରେ ଫସି ରହିଥିବା ଲୋକଙ୍କୁ ବଞ୍ଚାଇବାକୁ କହିଲେ | ଯାହାପରେ ପଞ୍ଚାୟତ ଭବନରେ ଫସି ରହିଥିବା ୯ ଜଣ ଲୋକଙ୍କୁ ହେଲିକେପ୍ଟର ମାଧ୍ୟମରେ ଏୟାର ଲିଫ୍ଟ କରାଗଲା | ତାପରେ ନରୋତ୍ତମ ମିଶ୍ରଙ୍କୁ ରକ୍ଷା କରାଗଲା | ଜୀବନ ବିପଦରେ ଥାଇ ମଧ୍ୟ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ପ୍ରଥମେ ଗ୍ରାମବାସୀଙ୍କୁ ହେଲିକେପ୍ଟରରେ ପଠାଇଲେ ଏବଂ ନିଜେ ଶେଷରେ ଆସିଲେ | ସେହିପରି ଫସି ରହିଥିବା ଲୋକମାନେ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଲେ ଏବଂ କୃତଜ୍ଞତା ଜଣାଇଲେ |

Leave a Reply

Your email address will not be published.