ଭାରତ ବନାମ ଇଂଲଣ୍ଡ : ‘ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କିଏ ଖେଳିବ କୋହଲିଙ୍କ ବଦଳରେ’,କାରଣ କୋହଲି ବି ବାରମ୍ବାର ବିଫଳ ହେଉଛନ୍ତି ?

ଇଂଲଣ୍ଡ ବିରୁଦ୍ଧରେ ଭାରତୀୟ ଦଳ ୫ ମ୍ଯାଚ ବିଶିଷ୍ଟ ଟେଷ୍ଟ ଶିଇର୍ଜର ପ୍ରଥମ ମ୍ଯାଚ ଖେଳୁଅଛି। ପ୍ରଥମ ଟେଷ୍ଟର ପ୍ରଥମ ଦିନ ଭାରତୀୟ ଦଳ ଜବର ଦସ୍ତ ପ୍ରଦର୍ଶନ ଦେଖାଇଛି, ସେହିପରି ଦ୍ଵିତୀୟ ଦିନ ସମ୍ପୂର୍ଣ ଖେଳ ପଲଟିଗଲା। ପ୍ରଥମ ଇନିଙ୍ଗ୍ସରେ ଇଂଲଣ୍ଡର ଦଳ ୧୮୩ ରନରେ ଅଲଆଉଟ ହୋଇଯାଇଥିଲେ। ଯାହାପରେ ଲାଗୁଥିଲାକି ଅତିଥି ଦଳ ବହୁତ ଅଧିକ ରନ କରିଦେବ। କିନ୍ତୁ ଦ୍ଵିତୀୟ ଦିନ ଜେମ୍ସ ଏଣ୍ଡରସନ ମ୍ଯାଚକୁ ପଲଟି ଦେଲେ।

ରୋହିତ ଶର୍ମା ଆଉଟ ହୋଇଯିବା ପରେ ଏଣ୍ଡରସନ ଲଗାତାର ଦୁଇଟି ବଲରେ ଚେତେଶ୍ଵର ପୂଜାରା ଓ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପେଭିଲିୟନର ରାସ୍ତା ଦେଖାଇଲେ।

ପୁଣି ବିଫଳ ହେଲେ ବିରାଟ କୋହଲି:-

ଇଂଲଣ୍ଡର ଦୃତ ବୋଲର ଏଣ୍ଡରସନ ପୂଜାରାଙ୍କୁ ପେଭିଲିୟନର ରାସ୍ତା ଦେଖିଲେ। ଭାରତର ଅଧିନାୟକ ବିରାଟ କୋହଲି ବ୍ୟାଟିଂ ପାଇଁ ଆସିଲେ ଓ ତାଙ୍କ ପାଖରୁ ଏକ ଲମ୍ବା ଇନିଙ୍ଗ୍ସର ଆଶା କରାଯାଉଥିଲା କିନ୍ତୁ କୋହଲି ଗୋଟିଏ ମୂହୁର୍ତ୍ତରେ ଆଉଟ ହୋଇଗଲେ। ପ୍ରଥମ ବଲରେ କୋହଲି ଷ୍ଟମ୍ପ୍ସ ପଛରେ ଥିବା ଜସ ବଟଲରଙ୍କ ହାତକୁ କ୍ୟାଚ ଦେଇଦେଇଥିଲେ। ଏହା ସାତ ବର୍ଷ ଓ ୧୨ଟି ଟେଷ୍ଟରେ ପ୍ରଥମ ସୁଯୋଗ ଅଟେ ଯେତେବେଳେ ଜେମ୍ସ ଏଣ୍ଡରସନ ବିରାଟ କୋହଲିଙ୍କୁ ଟେଷ୍ଟ କ୍ରିକେଟରେ ଆଉଟ କରିଛନ୍ତି। ପ୍ରଥମ ସୁଯୋଗରେ ଯେତେବେଳେ ଜେମ୍ସ ଏଣ୍ଡରସନ ବିରାଟ କୋହଲିଙ୍କୁ ଟେଷ୍ଟ କ୍ରିକେଟରେ ଆଉଟ କରିଥିଲେ। ଏହା ପୂର୍ବରୁ ଭାରତୀୟ ଅଧିନାୟକଙ୍କୁ ଏଣ୍ଡରସନ ୨୦୧୪ରେ ଓଲ୍ଡ ଟ୍ରେଫର୍ଡ ଟେଷ୍ଟରେ ଆଉଟ କରିଥିଲେ।

୧.୫ ବର୍ଷରୁ ବିରାଟଙ୍କ ବ୍ୟାଟରୁ ଶତକ ହୋଇନାହିଁ:-

ବିରାଟ କୋହଲିଙ୍କ ପ୍ରଶଂସକଙ୍କୁ ଆଶା ଅଛିକି ଆଇସିସି ବିଶ୍ଵ ଟେଷ୍ଟ ଚମ୍ପିୟାନସିପର ଫାଇନାଲରେ ଶତକ ଲଗାଇ ଶତକର ସୁଖକୁ ଶେଷ କରିବେ କିନ୍ତୁ ଏମିତି ହେଲା ନାହିଁ। ସେହିପରି ବର୍ତ୍ତମାନ ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଇନିଙ୍ଗ୍ସରେ କୋହଲି ବିଫଳ ହୋଇଗଲେ। ସେ ନିଜର ଶେଷ ଶତକ ନଭେମ୍ବର ୨୦୧୯ରେ କରିଥିଲେ। ବିରାଟ ସେହି ସମୟରେ ବାଂଲାଦେଶ ବିରୁଦ୍ଧରେ ଦିବା-ରାତ୍ରି ଟେଷ୍ଟରେ ୧୩୬ ରନର ଇନିଙ୍ଗ୍ସ ଖେଳିଥିଲେ।

ସୋସିଆଲ ମିଡିଆରେ ଉଡିଲା ବିରାଟଙ୍କର ମଜାକ:-

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଲଗାତାର ପ୍ଲପ ହେବା କାରଣରୁ ତାଙ୍କ ଉପରେ ପ୍ରଶ୍ନ କରାଯାଉଛି। ବିନା ଖାତା ଖୋଲି ଆଉଟ ହେବା ପରେ ସୋସିଆଲ ମିଡିଆରେ ସେ ବହୁତ ଖରାପ ଭାବରେ ଟ୍ରୋଲ ହେଉଛନ୍ତି।

Leave a Reply

Your email address will not be published. Required fields are marked *