ଆପଣ ଏମିତି ସାପ କେବେ ଦେଖିଛନ୍ତି କି : ଇନ୍ଦ୍ରଧନୁ ଅଜଗରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ଆମ ମଧ୍ୟରୁ ଅଧିକାଂଶ ଲୋକ ସାପ ଓ ଅଜଗରକୁ ଦେଖିଲେ ଡରିଯାନ୍ତି। କିନ୍ତୁ ପୃଥିବୀ ଉପରେ ଏମିତି ଅନେକ ସୁନ୍ଦର ସାପ ଓ ଅଜଗର ଅଛନ୍ତି, ଯେଉଁମାନଙ୍କୁ ଦେଖିବା ପରେ ତାଙ୍କ ଉପରୁ ନଜର ହଟେନାହିଁ। ଅନେକ ସାପ ଦେଖିବାକୁ ଏତେ ସୁନ୍ଦର ହୋଇଥାନ୍ତିକି ତାଙ୍କୁ ବାରମ୍ବାର ବାରମ୍ବାର ଦେଖିବାକୁ ଇଛା ହୁଏ, କିନ୍ତୁ କଣ ଆପଣ କେବେ ଇନ୍ଦ୍ରଧନୁପରି ଅଜଗରକୁ ଦେଖିଛନ୍ତିକି? ଯଦି ଆପଣ ବର୍ତ୍ତମାନ ପର୍ଯ୍ଯନ୍ତ ଏମିତି ଅଜଗର ଦେଖିନାହାନ୍ତି ତେବୀ ବର୍ତ୍ତମାନ ଦେଖିନିଅନ୍ତୁ, କାରଣ ସୋସିଆଲ ମିଡିଆରେ ଏକ ଇନ୍ଦ୍ରଧନୁ ପରି ଅଜଗରର ଭିଡିଓ ବହୁତ ଚର୍ଚ୍ଚାରେ ଅଛି।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଅଛି। ଏହାକୁ କାର୍ଲିଫର୍ନିୟାରେ ରେପଟାଇଲ ଜୁ ର ସଂସ୍ଥାପକ ଜେ ବ୍ରେବର ସେୟାର କରିଛନ୍ତି। ଭିଡିଓରେ ଦେଖାଯାଉଛିକି ଅଜଗରର ରଙ୍ଗ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଆପଣ ମଧ୍ୟ ଏହି ଅଦ୍ଭୁତ ସାପକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିବେ। ଏହି ଭିଡିଓକୁ ଜେ ବ୍ରେବର ଏହି ବର୍ଷ ମେ ମାସରେ ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଥିଲେ, କିନ୍ତୁ ବର୍ତ୍ତମାନ ପୁଣି ଠାରେ ଏହି ଭିଡିଓ ଇନଷ୍ଟାଗ୍ରାମ ଜରିଆରେ ଭାଇରାଲ ହେଉଅଛି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ଯନ୍ତ ୯୯୮,୬୯୫ରୁ ଅଧିକ ଲାଇକ୍ସ ମିଳିସାରିଛି, ଯେତେବେଳେକି ଏହାକୁ ୨୦ ମିଲିୟନରୁ ଅଧିକ ଥର ଦେଖାଯାଇସାରିଛି।

ଏଠାରେ ଦେଖନ୍ତୁ ଭିଡିଓ:-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Jay Brewer (@jayprehistoricpets)

ଏହା ସହିତ କ୍ୟାପସନରେ ଲେଖାଯାଇଛିକି, ବହୁତ ଭଲ ମିଳିବ ନାହିଁ। ଏହି ଭିଡିଓରେ ଜେ ବ୍ରେବର ନିଜର ବାହୁରେ ଇନ୍ଦ୍ରଧନୁ ଅଜଗରକୁ ଧରିଥିବାର ନଜର ଆସୁଛନ୍ତି। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଅଜଗରର ଇନ୍ଦ୍ରଧନୁ ରଙ୍ଗ ବିଷୟରେ ଚର୍ଚ୍ଚା କରାଯାଉଛି। ଜଣେ ୟୁଜର ଲେଖିଲେ, ସୁନ୍ଦର ଓ ଅଦ୍ଭୁତ, ସେହିପରି ଅନ୍ୟ ଏକ ୟୁଜର କମେଣ୍ଟରେ କରିଲେକି- ଏମିତି ଅଜଗର ଥାଏ। ଏହା ମୁଁ ପ୍ରଥମ ଥର ଦେଖିଛି। ଏହା ବ୍ଯତୀତ ଅନ୍ୟ ଲୋକମାନେ ମଧ୍ୟ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଯେତେବେଳେକି ଅନେକ ଲୋକ ଏହାକୁ ବହୁ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *