ଫ୍ଲାଇଟ ଆଟେଣ୍ଡାଂଟଙ୍କ ଅଭାଦ୍ରାମୀ : ପାସେଞ୍ଜରକୁ ପ୍ଲେନ ଭିତରେ ହିଁ ଟେପରେ ବାନ୍ଧିଦେଲେ,ଦେଖନ୍ତୁ ଭିଡିଓ

ସାରା ଦୁନିଆର ଅନେକ ଏୟାରଲାଇନ୍ସରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଫ୍ଲାଇଟ ଆଟେଣ୍ଡାଂଟ ଥାନ୍ତି | ଏହି ଆଟେଣ୍ଡାଂଟ ପାସେଞ୍ଜରମାନଙ୍କର ସମ୍ପୂର୍ଣ୍ଣ ଧ୍ୟାନ ରଖନ୍ତି | କିନ୍ତୁ ଅନେକଥର ଫ୍ଲାଇଟରେ ଲୋକମାନେ ସେମାନଙ୍କ ସହିତ ଖରାପ ବ୍ୟବହାର କରନ୍ତି | ଏପରି ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଠାରେ ଆମେରିକାର କଣ୍ଟ୍ରିୟର ଏୟାରଲାଇନ୍ସରେ ଜଣେ ବ୍ୟକ୍ତି ଜଣେ ମହିଳା ଫ୍ଲାଇଟ ଆଟେଣ୍ଡାଂଟଙ୍କୁ ଭୁଲ ଭାବରେ ଟଚ କଲା | ଯାହା ପରେ ଏହି ମାମଲା ବହୁତ ଅଧିକ ବଢିଗଲା |

ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି | ଯେଉଁଥିରେ ଏହି ଯାତ୍ରୀ ଟାଣି ହେଉଥିବା-ଚିତ୍କାର କରୁଥିବାର ଦେଖାଯାଉଛି | ସେ ଦୁଇଜଣ ଫିମେଲ ଫ୍ଲାଇଟ ଆଟେଣ୍ଡାଂଟଙ୍କ ବ୍ରେଷ୍ଟକୁ ଟଚ କଲା ଏବଂ ଚିତ୍କାର କରି କହିବାକୁ ଲାଗିଲା ମୋ ବାପା ମାଙ୍କ ପାଖରେ ୨ ମିଲିୟନ ଡଲାର ଅଛି | ଏହାସହିତ ସେ ଆଉ ଜଣେ ଫ୍ଲାଇଟ ଆଟେଣ୍ଡାଂଟଙ୍କୁ ମଧ୍ୟ ମାରିଲା | Maxwell Wilkinson Berry ନାମକ ଏହି ବ୍ୟକ୍ତିଙ୍କ ବୟସ ୨୨ ବର୍ଷ ବୋଲି କୁହାଯାଇଛି | Miami-Dade ପୋଲିସ ଡିପାର୍ଟମେଣ୍ଟ ମଧ୍ୟ ଏହି ମାମଲାରେ ରିପୋର୍ଟ ପଞ୍ଜିକରଣ କରିଛି | ଇନ୍ସଟାଗ୍ରାମରେ passengershaming ନାମକ ଆକାଉଣ୍ଟରୁ ପୁରା ଘଟଣାର ଭିଡିଓ ସେୟାର କରାଯାଇଛି |

ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Passenger Shaming (@passengershaming)

ଭିଡିଓରେ ଦେଖିପାରିବେ ଯେ ବେରି କ୍ରୁ ମେମ୍ବରସଙ୍କୁ ସେହି ବ୍ୟକ୍ତି ଖରାପ କଥା କହୁଥିଲା ଏବଂ ସେମାନଙ୍କ ଉପରେ ଲଗାତାର ଭାବରେ ପାଟି କରୁଥିଲା | ସେ ଜଣେ ବ୍ୟକ୍ତିଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରୁଥିଲା | ସେ ଡ୍ରିଙ୍କ ପିଇବାପରେ କେବିନରେ ସର୍ଟଲେସ ବୁଲିବା ଆରମ୍ଭ କରିଦିଏ | ଯାହାପରେ ଫ୍ଲାଇଟ ଆମେରିକାର ମିଆମୀରେ ଲ୍ୟାଣ୍ଡ ହେବାକୁ ଯାଉଥିବା ସମୟରେ ତା ପୂର୍ବରୁ କ୍ରୁ ମେମ୍ବରସ ମିଶି ତାକୁ ଟେପ ଦ୍ୱାରା ସିଟରେ ବାନ୍ଧି ଦେଲେ | ତାର ପାଟିକୁ ମଧ୍ୟ ବାନ୍ଧି ଦେଲେ |

ସେହିପରି ଏହି ମାମଲାରେ ବେରି କହିଛନ୍ତି ଯେ ଏହା ତାଙ୍କ ଜୀବନର ସବୁଠାରୁ ଅମାନୁଷିକ ଅନୁଭୂତି ଥିଲା | ଅନେକ ଲୋକ ତାଙ୍କୁ ପରିହାସ କରିଥିଲେ, ତାଙ୍କୁ ନେଇ ଥଟ୍ଟା କରିଥିଲେ | ସେ ଟ୍ୱିଟ କରିଛନ୍ତି ଯେ ପ୍ରଫେସନାଲ ଏୟାରଲାଇନ୍ସର ଷ୍ଟାଫ ତାଙ୍କୁ ଭୁଲ ଭାବରେ ଟ୍ରିଟ କଲେ | ବର୍ତ୍ତମାନ ଏହି ମାମଲାର ଯାଞ୍ଚ ଚାଲିଛି |

 

Leave a Reply

Your email address will not be published. Required fields are marked *