ପୁଅର ସାଙ୍ଗ ସହିତ ହେଲା ପ୍ରେମ,ମହିଳା ଜଣକ ନିଜଠାରୁ ୨୯ ବର୍ଷର ଛୋଟ ପିଲା ସହିତ କଲେ ବିବାହ,ଜାଣନ୍ତୁ ପୁରା ଘଟଣା

ବ୍ରିଟେନରେ ଜଣେ ମହିଳା ନିଜର ପୁଅର ସାଙ୍ଗକୁ ଭଲପାଇ ବସିଲେ, ଯାହାପରେ ଦୁହେଁ ବିବାହ କରିଦେଲେ | ଯେତେବେଳେ ଏହି ବିବାହ ହେଲା, ସେତେବେଳେ ଏହି ଯୁବକ ୧୬ ବର୍ଷର ଥିଲେ | ମହିଳା ଏବଂ ଯୁବକଙ୍କ ବୟସରେ ୨୯ ବର୍ଷର ପାର୍ଥକ୍ୟ ରହିଛି | ବର୍ତ୍ତମାନ ସେମାନଙ୍କ ବିବାହକୁ ୧୨ ବର୍ଷ ହୋଇସାରିଛି ଏବଂ ସେମାନେ ନିଜ ବିବାହର ୧୨ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି |

ମହିଳାଙ୍କ ନାମ ମାରିଲୀନ ଅଟେ ଏବଂ ତାଙ୍କ ବୟସ ବର୍ତ୍ତମାନ ୬୦ ବର୍ଷ ଅଟେ | ମହିଳାଜଣକ ବିଲିୟମ ସ୍ମିଥଙ୍କ ସହିତ ଦ୍ୱିତୀୟ ବିବାହ କରିଛନ୍ତି | ସ୍ମିଥଙ୍କ ବୟସ ବର୍ତ୍ତମାନ ୩୧ ବର୍ଷ ଅଟେ | ମାରିଲୀନ ଏବଂ ସ୍ମିଥଙ୍କର ପ୍ରଥମ ଦେଖା ସେତେବେଳେ ହୋଇଥିଲା, ଯେତେବେଳେ ସେ ୧୬ ବର୍ଷର ଥିଲେ |

ମାରିଲୀନଙ୍କ ପୁଅ ସ୍ମିଥଙ୍କର ସବୁଠାରୁ ଖାସ ସାଙ୍ଗ ଥିଲା, ସେହିପରି ୨୦୦୬ ମସିହାରେ ପ୍ରଥମଥର ପାଇଁ ତାଙ୍କୁ ନିଜ ଘରକୁ ଆଣିଥିଲେ | ଏହା ହିଁ ସେହି ସମୟ ଥିଲା, ଯେତେବେଳେ ମାରିଲୀନ ଏବଂ ସ୍ମିଥଙ୍କର ପ୍ରଥମ ଦେଖା ହୋଇଥିଲା | ସ୍ମିଥ ସବୁବେଳେ ଭିଡିଓ ଗେମ ଖେଳିବାପାଇଁ ମାରିଲୀନଙ୍କ ଘରକୁ ଆସୁଥିଲେ |

ଧୀରେ ଧୀରେ ମହିଳା ଏବଂ ସ୍ମିଥଙ୍କ ମଧ୍ୟରେ ନିକଟତର ବଢିବାକୁ ଲାଗିଲା | ତାପରେ କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ଗୋଟିଏ ସମ୍ପର୍କ ସୃଷ୍ଟି ହୋଇଗଲା | ପରେ ଏହି କପଲ ୨୦୦୯ ମସିହାରେ ବିବାହ କରିଲେ |

ତେବେ ସେମାନଙ୍କର ଏହି ବିବାହ ପାଇଁ ଦୁଇ ପରିବାର ବିରୋଧ କରିଥିଲେ | ବିବାହ ପରେ ଏହି କପଲ ନିଜର ଅନେକ ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ହରାଇ ଦେଲେ | କିନ୍ତୁ ମାରିଲୀନ ଏବଂ ସ୍ମିଥ କେବେବି ପରସ୍ପରର ହାତ ଛାଡି ନଥିଲେ ଏବଂ ଏକାଠି ରହିବାକୁ ଲାଗିଲେ |

ମାରିଲୀନ କୁହନ୍ତି ଯେ ସ୍ମିଥ ଏବଂ ମୁଁ ବର୍ତ୍ତମାନ ମଧ୍ୟ ପ୍ରେମରେ ଅଛୁ | ଆମେ କେବେ ବି ଅଲଗା ହେଉନାହିଁ, ଆଉ ଯଦି ବି ହେଉ ସେତେବେଳେ ପରସ୍ପରକୁ ବହୁତ ମନେ ପକାଉ | ସେ ମୋ ହୃଦୟରେ ଅଛନ୍ତି |

ସେ କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ଆମେ ବହୁତ କଥା ଶୁଣିଛୁ | ଲୋକମାନଙ୍କ ଅପମାନ ମଧ୍ୟ ଶୁଣିଛୁ | କିନ୍ତୁ ଆମେ ତଥାପି ଏକାଠି ଅଛୁ, କାରଣ ଆମେ ପରସ୍ପରର ମନକୁ ବୁଝିପାରୁ | ଆମ ଦୁହିଁଙ୍କ ମଧ୍ୟରେ ଏକ ଆପୋଷ ବୁଝାମଣା ରହିଛି |

ମାରିଲୀନ ଏକ ଛୋଟ ବିଜନେସ କରନ୍ତି ଏବଂ ସ୍ମିଥ ଜଣେ ଫିଲ୍ମ ପ୍ରଡ୍ୟୁସର ଅଟନ୍ତି | ସ୍ମିଥ କୁହନ୍ତି ଯେ ମୁଁ ଜାଣିଛି ଯେ ଆମ ଦୁହିଁଙ୍କ ମଧ୍ୟରେ କିଛି ସ୍ପେଶାଲ ରହିଛି | ସେ ପୂର୍ବରୁ ମୋ ପାଇଁ ଯାହା ଥିଲେ, ବର୍ତ୍ତମାନ ମଧ୍ୟ ସେୟା ଅଛନ୍ତି | ସ୍ମିଥ କହିଛନ୍ତି ଯେ ବେଳେବେଳେ ସେ ଘର କାମରେ ମାରିଲୀନଙ୍କୁ ସାହାଯ୍ୟ ମଧ୍ୟ କରନ୍ତି |

ମାରି ଲୀନ ସାତୋଟି ପିଲାମାନଙ୍କର ମା ଅଟନ୍ତି | କିନ୍ତୁ ସେ ସ୍ମିଥଙ୍କୁ ବିବାହ କରିବାପାଇଁ ସବୁକିଛି ଛାଡିଦେଲେ | ମାରିଲୀନ କୁହନ୍ତି ଯେ ବର୍ତ୍ତମାନ ତାଙ୍କର ଆଉ ପିଲା ଦରକାର ନାହିଁ, କିନ୍ତୁ ଯଦି ସ୍ମିଥ ଫାମିଲି ଚାହୁଁଛନ୍ତି, ତେବେ ମୁଁ ମଧ୍ୟ ତାଙ୍କ କଥାରେ ଏକମତ |

Leave a Reply

Your email address will not be published. Required fields are marked *