କୋଟି କୋଟି ଲୋକଙ୍କର ଖୋଲିଲା ଭାଗ୍ୟ,ଅଗଷ୍ଟ ୯ରେ ଖାତାକୁ ଆସିବ ଟଙ୍କା,ଏମିତି ଭାବରେ ଚେକ କରନ୍ତୁ ଆସିଛି କି ନାହିଁ ଟଙ୍କା

କରୋନା ଭାଇରସ ସଂକ୍ରମଣ ମହାମାରୀର ଦ୍ୱିତୀୟ ଲହରରେ ଜୀବନ ସହିତ ବାଣିଜ୍ୟ କାରବାର ଜଗତକୁ ମଧ୍ୟ ବହୁତ ଆର୍ଥିକ କ୍ଷତି ସହିବାକୁ ପଡିଲା | ସମସ୍ତଙ୍କ ସାମ୍ନାରେ ଆର୍ଥିକ ସଙ୍କଟ ଠିଆ ହୋଇଛି | ସରକାରଙ୍କ ତରଫରୁ ମଧ୍ୟ ଗରିବମାନଙ୍କର ସାହାଯ୍ୟ ପାଇଁ ରାସନ ଦେଇ ସହାୟତା କରାଯାଉଛି | ଏପରି ପରିସ୍ଥିତିରେ ମୋଦି ସରକାର ପୁଣିଥରେ କୃଷକମାନଙ୍କ ଉପରେ ଦୟା ଦେଖାଇବାକୁ ଯାଉଛନ୍ତି |

ସରକାର ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କ ଖାତାକୁ ନବମ କିସ୍ତି ଟ୍ରାନ୍ସଫର କରିବାକୁ ଯାଉଛନ୍ତି | ଏହି ଯୋଜନା ଅଧୀନରେ ସରକାରଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା କୃଷକମାନଙ୍କ ଖାତାକୁ ୨୦୦୦ ଟଙ୍କିଆର ୮ଟି କିସ୍ତି ପଠାଇ ସାରିଛନ୍ତି |

ଅଫିସିଆଲ ସୂଚନା ଅନୁଯାୟୀ, ଅଗଷ୍ଟ ୯ ତାରିଖରେ ଆଗାମୀ କିସ୍ତି କୃଷକଙ୍କ ଖାତାକୁ ପଠାଯିବ | ପ୍ରାୟ ୧୨ କୋଟି କୃଷକମାନଙ୍କୁ ଏହି ଯୋଜନାର ଲାଭ ମିଳୁଛି | ଯଦି ଆପଣ ମଧ୍ୟ ପିଏମ କିସାନ ସମ୍ମାନ ନିଧି ଯୋଜନାର ଲାଭ ନେବାକୁ ଚାହୁଁଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ରେଜିଷ୍ଟ୍ରେସନ କରାଇ ନାହାନ୍ତି, ତେବେ ଏଥିପାଇଁ ଆବେଦନ କରିପାରିବେ | କୁହାଯାଉଛି ଯେ ଏହି ଯୋଜନାର ଲାଭ ନେବାପାଇଁ ଆପଣ ଅନଲାଇନ କିମ୍ବା ଅଫଲାଇନ ମାଧ୍ୟମରେ ରେଜିଷ୍ଟ୍ରେସନ କରାଯାଇପାରିବ |

ଜାଣନ୍ତୁ କିପରି ଚେକ କରିବେ ନିଜର ନାମ :-

– ସର୍ବପ୍ରଥମେ ଆପଣଙ୍କୁ ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟ Pmkisan.Gov.In କୁ ଯିବାକୁ ପଡିବ |

– ଏହାର ହୋମ ପେଜରେ ରାଇଟ ସାଇଡରେ Farmers Corner ର ବିକଳ୍ପ ଦେଖାଯିବ |

– Farmers Corner ସେକ୍ସନରେ Beneficiary List ର ବିକଳ୍ପ ଉପରେ କ୍ଲିକ କରିବାକୁ ପଡିବ |

– ତାପରେ ଆପଣଙ୍କୁ ଡ୍ରପ ଡାଉନ ଲିଷ୍ଟରୁ ରାଜ୍ୟ, ଜିଲ୍ଲା, ଉପ-ଜିଲ୍ଲା, ବ୍ଲକ ଏବଂ ଗାଁ ବାଛିବାକୁ ପଡିବ |

– ଏହାପରେ ଆପଣଙ୍କୁ Get Report ଉପରେ କ୍ଲିକ କରିବାମାତ୍ରେ ଲାଭାର୍ଥିମାନଙ୍କର ଲିଷ୍ଟ ଦେଖାଯିବ, ଯେଉଁଥିରେ ଆପଣ ନିଜର ନାମ ଚେକ କରିପାରିବେ |

କୁହାଯାଉଛି ଯେ କେନ୍ଦ୍ର ସରକାର କ୍ଷୁଦ୍ର କୃଷକମାନଙ୍କୁ କୃଷି ପାଇଁ ଆର୍ଥିକ ସହାୟତା ଭାବରେ ବାର୍ଷିକ ୬୦୦୦ ଟଙ୍କା ଦେଇଥାନ୍ତି | ପ୍ରତି ଚାରି ମାସର ଶେଷରେ ୨୦୦୦ ଟଙ୍କାର କିସ୍ତି ଖାତାକୁ ଟ୍ରାନ୍ସଫର କରାଯାଇଥାଏ | ଏହି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୮ଟି କିସ୍ତି ଖାତାକୁ ପଠାଯାଇଛି |

Leave a Reply

Your email address will not be published. Required fields are marked *