ଟ୍ରେନରେ ଶୋଇଗଲେ ଯୁବକ, ଯେତେବେଳେ ଆଖି ଖୋଲିଲେ ,ସେତେବେଳକୁ ସେ ପହଞ୍ଚି ଯାଇଥିଲେ ଏକ ଅଜଣା ଦେଶରେ,ଜାଣନ୍ତୁ ପୁରା ଘଟଣା

ଯାତ୍ରା ସମୟରେ ଜଣେ ଯୁବକ ଟ୍ରେନରେ ଏତେ ଗଭୀର ନିଦରେ ଶୋଇଗଲେଯେ ଜାଣିପାରିଲେ ନାହିଁ କେତେବେଳେ ଅଜଣା ଦେଶରେ ପହଞ୍ଚିଗଲେ। ଯେତେବେଳେ ତ୍ରାଣ ଅନ୍ତିମ ଷ୍ଟେସନରେ ରହିଲା ଓ ସେ ଟ୍ରେନରୁ ଉଲ୍ହାଇଲେ ସେତେବେଳେ ତାଙ୍କ ପାଇଁ ସବୁକିଛି ଅଜଣା ଥିଲା। ସେ ବୁଝିପାରୁନଥିଲେକି ବାସ୍ତବରେ ସେ କେଉଁଠିକୁ ଆସିଗଲେ। ଷ୍ଟେସନ ପରିସରରୁ ବାହାରକୁ ଆସିବା ପରେ ସେ ଚାରିଆଡେ ବୁଲୁଥିଲେ। ଅଜଣାଦେଶରେ ପହଞ୍ଚିଥିବା ଏହି ଯୁବକଙ୍କର କେଉଁ ପ୍ରକାର ସାହାଯ୍ୟ ମିଳିଲା, ଏହି କାହାଣୀ ଗ୍ଲାସଗୋ ଷ୍ଟ୍ରିଟ ଏଡ ଚ୍ୟାରେଟି ଦ୍ଵାରା ଫେସବୁକରେ ସେୟାର କରାଯାଇଛି, ଯାହାକି ଭାଇରାଲ ହେଉଅଛି। ଏହି କାହାଣୀରେ ଲୋକମାନେ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି।

ସ୍କଟଲାଣ୍ଡର ଗ୍ଲାସଗୋ ସିଟିରେ ଲୋକଙ୍କ ସାହାଯ୍ୟ କରୁଥିବା ଗ୍ଲାସଗୋ ଷ୍ଟ୍ରିଟ ଏଡ ଚ୍ୟାରେଟି ନିକଟରେ ଫେସବୁକରେ ଏକ ଷ୍ଟୋରି ସେୟାର କରିଥିଲା। ଏହି ଷ୍ଟୋରିରେ କୁହାଗଲାକି କେଉଁପରି ଏକ ଯୁବକ ଟ୍ରେନରେ ଶୋଇବା ପରେ ଅଜଣା ଦେଶରେ ପହଞ୍ଚିଗଲେ।

ନିଜର ଘର ପାଖାପାଖି ୫୦୦ ମାଇଲ ଦୂର ଥିଲା ଓ ସେ ବହୁତ ଚିନ୍ତାରେ ମଧ୍ୟ ଥିଲେ। ତାଙ୍କ ପାଇଁ ସ୍କଟଲାଣ୍ଡରେ ସବୁକିଛି ଅଜଣା ଥିଲା। ସେ ପ୍ରଥମ ଥର ଭୁଲଭାଲରେ ପହଞ୍ଚିଯାଇଥିଲେ।

ଫେସବୁକରେ ସେୟାର କରାଯାଇଥିବା ଏହି ଷ୍ଟୋରିରେ କୁହାଯାଇଛିକି ଯୁବକ ଇଂଲଣ୍ଡର ମଞ୍ଚେଷ୍ଟର ସହରରୁ ଟ୍ରେନରେ ବସିଲେ। ସେ ବହୁତ ଥକି ଯାଇଥିଲେ। ଯେଉଁ କାରଣରୁ ତାଙ୍କୁ ରାତିରେ ଗଭୀର ନିଦ ହୋଇଗଲା। ଗଭୀର ନିଦ ହେବା କାରଣରୁ ସେ ଜାଣିପାରିଲେ ନାହିଁ, କି କେତେବେଳେ ତାଙ୍କର ଷ୍ଟେସନ ଚାଲିଗଲା।

କୁହାଯାଉଛିକି ଯେତେବେଳେ ତାଙ୍କର ଆଖି ଖୋଲିଲା, ସେତେବେଳେ ସେ ନିଜକୁ ସ୍କଟଲାଣ୍ଡର ଗ୍ଳାସଗୋ ସିଟିରେ ପାଇଲେ, ଯାହା ଏହି ଟ୍ରେନର ଶେଷ ଷ୍ଟେସନ ଥିଲା। ସେ ସେଠାକାର ଜିନିଷକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ।

ଅନ୍ୟ ଦେଶର ଅଜଣା ସହରରେ ଏହି ଯୁବକ ଏପଟେ-ସେପଟେ ବୁଲୁଥିଲେ, ସେତେବେଳେ ଚ୍ୟାରେଟି କାର୍ଯ୍ୟକର୍ତ୍ତା ଏହି ଯୁବକଙ୍କୁ ଦେଖିଳୀ ଓ ତାଙ୍କର ସାହାଯ୍ୟ କରିଲେ। ଲମ୍ବା ଯାତ୍ରା କରିବା ପରେ ଯୁବକ ବହୁତ ଥକି ଯାଇଥିଲେ, ଏଥିପାଇଁ ଚ୍ୟାରେଟି କାର୍ଯ୍ୟକର୍ତ୍ତା ତାଙ୍କୁ ଶୋଇବା ପାଇଁ ପ୍ରଥମେ ରୁମ ଦେଲେ, ଯେଉଁଠି ସେ ନିଜର ନିଦକୁ ସମ୍ପୂର୍ଣ କରିଲେ।

ଫେସବୁକରେ ସେୟାର କରାଯାଇଥିବା ଏହି ଷ୍ଟୋରିରେ ଗ୍ଲାସଗୋ ଷ୍ଟ୍ରିଟ ଏଡ ଲେଖିଲେକି “କଣ ଆପଣ କେବେ ଏତେ ଥକି ଯାଇଥିଲେକି ଆପଣ ଟ୍ରେନରେ ଶୋଇଯାଇଥିଲେ ଓ କେବଳ ବଲ୍ବରହ୍ୟାମ୍ପଟନ ରୁ ମଞ୍ଚେଷ୍ଟର ଯିବା ଚେଷ୍ଟାରେ ଗ୍ଲାସଗୋ ପହଞ୍ଚିଗଲେ? ଆମକୁ ଏକ ପୁଅ ମିଳିଛି, ଯିଏକି ପ୍ରଥମେ ସ୍କଟଲାଣ୍ଡ ଆସିନଥିଲେ, ସେଥିପାଇଁ ସେ ଅଜଣା ଦେଶର ଏହି ସହରରେ ହଜି ଯାଇଥିଲେ।”

ଗ୍ଲାସଗୋ ଷ୍ଟ୍ରିଟ ଏଡର ଦଳ ଦ୍ଵାରା ଏହି ବାଳକଙ୍କୁ ଯେଉଁପରି ସାହାଯ୍ୟ କରାଗଲା, ତାର ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି। ଜଣେ ୟୁଜର ଲେଖିଲେକି ଚ୍ୟାରେଟି କାର୍ଯ୍ୟକର୍ତ୍ତା ଏକ ଭଲ ମିତ୍ର ଭାବରେ ତାଙ୍କର ଦେଖରଖ କରିଥିଲେ, ଯାହାକି ବହୁତ ପ୍ରଶଂସନୀୟ ଅଟେ।

Leave a Reply

Your email address will not be published.