ଉତ୍ତର କୋରିଆର ଲିଡରଙ୍କ ମୁଣ୍ଡରେ ବ୍ୟାଣ୍ଡେଜ ଏବଂ ଆଘାତ, ପ୍ରକୃତରେ କିମ ଜୋଙ୍ଗ ଉନଙ୍କର କଣ ହେଲା ?

ଉତ୍ତର କୋରିଆର ସୁପ୍ରିମ ଲିଡର କିମ ଜୋଙ୍ଗ ଉନ ତ ନିଜର ନିଷ୍ଠୁର ସ୍ୱଭାବ ପାଇଁ ଚର୍ଚ୍ଚାରେ ରୁହନ୍ତି, କିନ୍ତୁ ଅନେକ ଥର ସେ ନିଜର ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ହେଡଲାଇନରେ ରହିଥାନ୍ତି | କିମ ଜୋଙ୍ଗ ଉନଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣି ଥରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି | ସୋସିଆଲ ମିଡିଆରେ କିମ ଜୋଙ୍ଗ ଉନଙ୍କ ଫଟୋ ବହୁତ ଭାଇରାଲ ମଧ୍ୟ ହେଉଛି |

ଏନକେ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଜୁଲାଇ ୨୪ ରୁ ଜୁଲାଇ ୨୭ ମଧ୍ୟରେ କିମ ଜୋଙ୍ଗ ଉନଙ୍କୁ ସାମରିକ ବୈଠକରେ ଦେଖିବାକୁ ମିଳିଥିଲା | ଏହା ବ୍ୟତୀତ ୨୭ ରୁ ୨୯ ମଧ୍ୟରେ ସେ ଦେଶ ସେନାର ଅଧିକାରୀମାନଙ୍କୁ ସମ୍ବୋଧିତ କରିବା ସହିତ ସେନାର ଏକ କାର୍ଯ୍ୟକ୍ରମରେ ମଧ୍ୟ ଦେଖାଯାଇଥିଲେ | ଏହି ପ୍ରୋଗ୍ରାମ ସମୟରେ ହିଁ କିମ ଜୋଙ୍ଗ ଉନଙ୍କ ମଥା ପଛରେ ଏକ ବ୍ୟାଣ୍ଡେଜ ବନ୍ଧାଯାଇଥିବାର ଦେଖାଯାଇଥିଲା |

ଏହି ରିପୋର୍ଟ ଅନୁଯାୟୀ, ଏହି କାର୍ଯ୍ୟକ୍ରମଗୁଡ଼ିକରୁ କିମ ଜୋଙ୍ଗ ଉନଙ୍କର କିଛି ଫଟୋ ଭାଇରଲ ହୋଇଥିଲା | ଯେଉଁଥିରେ ତାଙ୍କ ମଥା ପଛରେ ଏକ ଛୋଟ ବ୍ୟାଣ୍ଡେଜ ବନ୍ଧା ହୋଇଥିଲା | ଏହାବ୍ୟତୀତ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାର ଚିହ୍ନ ମଧ୍ୟ ଅଛି | ଏହି ବ୍ୟାଣ୍ଡେଜ ବିଷୟରେ କୁହାଯାଉଛି ଯେ ଏହା ଏତେ ଛୋଟ ଯେ ଏହା କୌଣସି ଡାକ ଟିକେଟ ପରି ଦେଖାଯାଉଛି | ଏହାବ୍ୟତୀତ ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ ତାଙ୍କ ମୁଣ୍ଡରେ ଗାଢ଼ ସବୁଜ ରଙ୍ଗର ଦାଗ ମଧ୍ୟ ଦେଖାଯାଉଛି |

ତେବେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ କିମ ଜୋଙ୍ଗ ଉନଙ୍କ ମୁଣ୍ଡରେ ଲାଗିଥିବା ଏହି ଆଘାତ କେବଳ ପବ୍ଲିସିଟି ଷ୍ଟଣ୍ଟ କି ତାଙ୍କୁ ସତରେ କୌଣସି ଆଘାତ ଲାଗିଛି | ଉଲ୍ଲେଖଯୋଗ୍ୟ ଯେ ଏହି ରିପୋର୍ଟରେ ଏହା ମଧ୍ୟ ଲେଖାଯାଇଛି ଯେ ଜୁନ ୨୯ ପରେ ଜାରି ହୋଇଥିବା ଫଟୋଗୁଡ଼ିକରେ କିମ ଜୋଙ୍ଗ ଉନଙ୍କ ମୁଣ୍ଡ ଉପରେ ଏହି ଦାଗକୁ ଦେଖାଯାଇ ନଥିଲା |

କହିରଖୁଛୁ ଯେ ଗତ ମାସରେ ଉତ୍ତର କୋରିଆର ସରକାରୀ ଚ୍ୟାନେଲ କେସିଟିଭି ଜଣେ ସାଧାରଣ ନାଗରିକଙ୍କ ଉଦ୍ଧେଶ୍ୟରେ ଦର୍ଶାଇ ଦାବି କରିଥିଲା ଯେ ଯେତେବେଳେ କିମ ଜୋଙ୍ଗ ଉନଙ୍କ ଓଜନ କମ ହେବାର ଫଟୋ ଭାଇରାଲ ହୋଇଥିଲା, ସେତେବେଳେ ସେ ବହୁତ ଇମୋସନାଲ ହୋଇଯାଇଥିଲେ | ଉତ୍ତର କୋରିଆର ଅନେକ ଲୋକ ନିଜର ଲିଡରଙ୍କ ଅବସ୍ଥାକୁ ନେଇ ବହୁତ ଚିନ୍ତିତ ହୋଇଯାଇଥିଲେ |

Leave a Reply

Your email address will not be published. Required fields are marked *