ଦିନିକିଆ ପରେ ଏବେ ଟେଷ୍ଟରୁ ମଧ୍ୟ ବାଦ ପଡ଼ିଲେ ରବିଚନ୍ଦ୍ରନ ଅଶ୍ୱିନୀ,ୟାକୁ ନେଇ ହରଭଜନ ସିଂହ କହିଦେଲେ ଏତେ ବଡ଼ କଥା,ପଢନ୍ତୁ ପୁରା ଖବର

ପୂର୍ବ ଭାରତୀୟ ସ୍ପିନର ହରଭଜନ ସିଂହଙ୍କୁ ଲାଗୁଛି କି, ଇଂଲଣ୍ଡର ବାଉଁସ ପିଚରେ ସ୍ପିନରଙ୍କୁ ବହୁତ କମ ସୁଯୋଗ ମିଳିବ। ଅନ୍ୟପଟରେ ରବୀନ୍ଦ୍ର ଜାଡେଜାଙ୍କ ଉଇକେଟ ଟୁ ଉଇକେଟ ବୋଲିଂ ଓ ଭଲ ବ୍ୟାଟିଂ ପାଇଁ ସେ ସର୍ବଦା ଅଶ୍ୱିନୀଙ୍କ ଉପରେ ଭାରି ପଡିଛନ୍ତି।

ଅଶ୍ୱିନୀ ନିଜର ଶେଷ ପ୍ରଥମ ଶ୍ରେଣୀ ମ୍ୟାଚରେ ସରେ ପାଇଁ ଖେଳି 6ଟି ଉଇକେଟ ନେଇଥିଲେ କିନ୍ତୁ ବୁଧବାର ଦିନ ଭାରତୀୟ ଟେଷ୍ଟ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ କାରଣ ଭାରତୀୟ ଦଳ ଚାରୋଟି ଦ୍ରୁତ ବୋଲର ଓ ଗୋଟିଏ ସ୍ପିନ ବୋଲର ସହିତ ମୈଦାନକୁ ଓହ୍ଲାଇଛି।

ଅଶ୍ୱିନୀ ନୁହେଁ ଜାଡେଜା ହେଉଛନ୍ତି ପ୍ରଥମ ପସନ୍ଦ: ହରଭଜନ:-

ହରଭଜନ ପିଟିଆଇଙ୍କୁ କହିଲେ, ଯଦି ଅଶ୍ୱିନୀ ଖେଳିଥାନ୍ତେ ତାହେଲେ ପଛକ୍ରମର ବ୍ୟାଟ୍ସମ୍ୟାନ ଅଧିକ ହୋଇଯାଇଥାନ୍ତେ। ଆପଣ ଜାଣିନାହଁନ୍ତି କେତେଜଣ ସ୍ପିନ ବୋଲର ଖେଳିଲେ ଭଲ ହେବ। ଜାଡୁଟି ଟାଇମ ବେଳକୁ 50 ଓଭରରୁ ମାତ୍ର 3 ଓଭର ବୋଲିଂ କରିଥିଲେ।

ସେ କହିଥିଲେ, ଏହି କଣ୍ଡିସନରେ ଭାରତ ଯେବେଯେବେ ଜାଡୁଙ୍କୁ ବ୍ୟବହାର କରିବାକୁ ଚାହିଁବ କରିପାରିବ କିନ୍ତୁ ଜାଡୁ ସ୍ପିନ ଭାବରେ ଏକମାତ୍ର ବିକଳ୍ପ ନୁହଁନ୍ତି। ବିଦେଶରେ ପ୍ରଦର୍ଶନ ଦେଖିବାକୁ ଗଲେ ଜାଡୁ ପଛକ୍ରମରେ ଭଲ ବ୍ୟାଟିଂ କରିବା ସତ୍ତ୍ୱେ ଭଲ ବୋଲିଂ ମଧ୍ୟ କରିଥାନ୍ତି ଓ ତାଙ୍କ ରେକର୍ଡ଼ ମଧ୍ୟ ଭଲ ରହିଛି। ହରଭଜନ ଏହାପରେ କୁହନ୍ତି, ଯଦି ଟିମ ନିଜର ଡ଼ିଫେନ୍ସକୁ ଏହିପରି ଭାବରେ ରଖିବାକୁ ଚାହୁଁଛି ତାହେଲେ ଏହା ଏକ ଭଲ ବିକଳ୍ପ ବୋଲି ମୁଁ ଭାବୁଛି।

ଅଶ୍ୱିନ ଙ୍କୁ ବାହାର କରାଗଲା:-

ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ସୁଯୋଗ ମିଳିଲାନାହିଁ। ଏହା ବହୁତ ହଇରାଣ କରି ଦେବାପରି କଥା ଅଟେ କାରଣ ଏହିସମୟରେ ଅଶ୍ୱିନ ସବୁଠାରୁ ଶ୍ରେଷ୍ଠ ସ୍ପିନ ବୋଲର ଅଟନ୍ତି। ତାଙ୍କ ନାମରେ 413ଟି ଉଇକେଟ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ସିରିଜରେ ବିଜୟ ହାସଲ କରିବାରେ ତାଙ୍କର ବଡ଼ ହାତ ରହିଥିଲା। ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସେ ଗୁରୁତ୍ତ୍ୱପୂର୍ଣ୍ଣ ହୋଇଥାନ୍ତେ।

Leave a Reply

Your email address will not be published. Required fields are marked *