ପ୍ରେମିକାଙ୍କୁ କାରର ଛାତ ଉପରେ ବାନ୍ଧି କରାଇଲେ ସହର ପରିକ୍ରମା

ପ୍ରେମିକା ନିଜର ପ୍ରେମିକଙ୍କ ପାଇଁ ସବୁକିଛି କରିପାରନ୍ତି। ତାଙ୍କୁ ବୁଲାଇ ଥାନ୍ତି ଓ ଲଙ୍ଗ ଡ୍ରାଇଭରେ ମଧ୍ୟ ନେଇଯାନ୍ତି ଏବଂ ସପିଂ ମଧ୍ୟ କରାନ୍ତି। ନିଜର ଗାର୍ଲଫ୍ରେଣ୍ଡଙ୍କୁ ଖୁସିରେ ରଖିବା ପାଇଁ କିଛି ବି କରିବା ପାଇଁ ଆଗେଇ ଆସନ୍ତି। ପ୍ରେମିକାମାନେ ମଧ୍ୟ ପ୍ରେମିକଙ୍କୁ କେଉଁପରି ଖୁସିରେ ରଖିବେ ସେସବୁ ଉପାୟକୁ ମଧ୍ୟ ଆପଣାଇଥା’ନ୍ତି। ନିକଟ ଅତୀତରେ ଏହିଭଳି ଜଣେ ପ୍ରେମିକ ସାମ୍ନାକୁ ଆସିଛନ୍ତି। ଯିଏକି ନିଜର ପ୍ରେମିକାକୁ ଖୁସି କରିବାକୁ ଯାଇ ଏହିପରି ଭୟାନକ ଷ୍ଟଣ୍ଟକୁ ଆପଣେଇଛନ୍ତି। ପ୍ରେମିକର ଏହିଭଳି କାରନାମା ବର୍ତ୍ତମାନ ସୋସିଆଲ ମିଡିଆରେ ଭରାଇଲ ହେବାରେ ଲାଗିଛି।

ନିଜର ପ୍ରେମିକାଙ୍କୁ କାରର ଛାତ ଉପରେ ପ୍ରେମିକ ବାନ୍ଧିଲା। ଏହାପରେ ପ୍ରେମିକ ପୁରା ସହ ପରିକ୍ରମା କରାଇଥିଲେ। ରୁସର ରାଜଧାନୀ ମସ୍କୋ ସହରରୁ ଏହିଭଳି ଘଟଣା ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ଭିଡିଓରେ ଦେଖିବାକୁ ମିଳିଛିକି, ବିଳାସପୂର୍ଣ ବେଣ୍ଟଲି କାରର ଛାତରେ ଦଉଡି ଏବଂ ଟେପ ସାହାଯ୍ୟରେ ନିଜ ପ୍ରେମିକାଙ୍କୁ ପ୍ରେମିକ ବାନ୍ଧି ରଖିଛନ୍ତି। କାର ଚଳାଇବା ସମୟରେ ପ୍ରେମିକ ପ୍ରେମିକାର ହାତକୁ ମଧ୍ୟ ଧରି ରହିଛନ୍ତି। ଏହିଭଳି ଅବସ୍ଥାରେ ଉଭୟ ସାରା ସହରର ପରିକ୍ରମା କରିଛନ୍ତି। ଏଥିସହ ଉଭୟ ପରସ୍ପର ଉପରେ ଟ୍ରଷ୍ଟ ଅର୍ଥାତ ବିଶ୍ୱାସ କରୁଛନ୍ତି।

ପ୍ରେମୀଯୁଗଳଙ୍କର ଏହି ଷ୍ଟଣ୍ଟ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ବର୍ତ୍ତମାନ ପର୍ଯ୍ଯନ୍ତ ଏହି ଭିଡିଓକୁ ୭୯ ହଜାରରୁ ଅଧିକ ଲୋକ ଲାଇକ କରି ସାରିଛନ୍ତି।

ଏହି ପ୍ରେମୀଯୁଗଳ ଇନଷ୍ଟାଗ୍ରାମରେ ନିଜ ୫ ମିଲିଅନ ଫଲୋଅର୍ସଙ୍କୁ ଇମ୍ପ୍ରେସ କରିବା ପାଇଁ ଏହିଭଳି କାରନାମା କରିଛନ୍ତି। କିନ୍ତୁ ତାଙ୍କୁ ତାଙ୍କର ଏହିଭଳି ଷଣ୍ଟ କରିବା ବହୁତ ମହଙ୍ଗା ପଡିଛି। ଏଥିପାଇଁ ପୋଲିସ ଉଭୟଙ୍କୁ ଗିରଫ ମଧ୍ୟ କରିଛି। ଏଥିସହ ଟ୍ରାଫିକ ପୋଲିସ ତାଙ୍କ ଠାରୁ ୮୦୦ ଟଙ୍କା ଫାଇନ ଭାବରେ ଆଦାୟ କରିଛି। ଏଥିସହ ଏଭଳି ପୁର୍ନବାର ନ କରିବା ପାଇଁ ପ୍ରେମୀଯୁଗଳଙ୍କୁ ପୋଲିସ ସତର୍କ ମଧ୍ୟ କରାଇଛି। କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ୟୁଜର୍ସମାନେ ଏହାର ଜୋରଦାର ଟ୍ରୋଲ ମଧ୍ୟ କରିଛନ୍ତି। ଏହାପରେ ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ଦ୍ୱୟ ସୋସିଆଲ ମିଡିଆ ସାହାଯ୍ୟରେ ଲୋକମାନଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି।

Leave a Reply

Your email address will not be published. Required fields are marked *