ଭାରତ ବନାମ ଇଂଲଣ୍ଡ : DRS ନେବାକୁ ଭୟ କରୁଥିଲେ ଅଧିନାୟକ ବିରାଟ କୋହଲି କିନ୍ତୁ ଋଷଭ ପନ୍ତଙ୍କ ଚତୁରତା ପାଇଁ ଭାରତକୁ ମିଳିଗଲା ଦୁଇ ଦୁଇଟି ସଫଳତା,ଦେଖନ୍ତୁ ଭିଡ଼ିଓ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଦଳ ଶାନଦାର ପ୍ରଦର୍ଶନ କରୁଥିବାର ନଜର ଆସିଛି। ନଟିଂହାମ ପଡ଼ିଆରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପ୍ରଥମରୁ ଇଂଲଣ୍ଡକୁ ଝଟକା ଦେଇଥିଲା।

ଭାରତୀୟ ବୋଲରଙ୍କ ଧମାକାରଦାର ପ୍ରଦର୍ଶନ:-

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଦଳର ପ୍ରଦର୍ଶନ ବହୁତ ଖରାପ ଥିଲା। ଭାରତ ପାଇଁ ପ୍ରଥମ ଓଭରରେ ବୋଲିଂ କରିବାକୁ ଆସିଥିବା ଷ୍ଟାର ବୋଲର ଯଶପ୍ରୀତ ବୁମରା ଶାନଦାର ବୋଲିଂ କରି 5ମ ବଲରେ ରୋରି ବର୍ନ୍ସଙ୍କୁ ଆଉଟ କରି ଭାରତକୁ ପ୍ରଥମ ଉଇକେଟ ଦେଇଥିଲେ। ଏହାପରେ 21 ତମ ଓଭରରେ ଭାରତକୁ ଦ୍ଵିତୀୟ ଝଟକା ମିଳିଥିଲା।

ଋଷଭ ପନ୍ତ କରିଦେଲେ କମାଲ:-

ଭାରତକୁ ଦ୍ଵିତୀୟ ଉଇକେଟ ଦେବାରେ ସବୁଠାରୁ ବଡ଼ ହାତ ଉଇକେଟ କିପର ଋଷଭ ପନ୍ତଙ୍କର ଥିଲା କାରଣ ଜ୍ୟାକ କ୍ରାଉଲିଙ୍କୁ ଯେତେବେଳେ ମହମ୍ମଦ ସିରାଜ ବୋଲିଂ କରୁଥିଲେ ସେତେବେଳେ ବଲ କ୍ରାଉଲିଙ୍କ ବ୍ୟାଟ ଧାରରେ ଲାଗି ଉଇକେଟ କିପର ପାଖକୁ ଯାଇଥିଲା। ବିରାଟ ଏଥିରେ ଦ୍ଵନ୍ଦରେ ଥିଲେ ଓ ରିଭ୍ୟୁ ନେବାକୁ ଚାହୁଁନଥିଲେ କାରଣ ଏହାର 2 ଓଭର ପୂର୍ବରୁ କୋହଲି ଏକ ରିଭ୍ୟୁ ହରାଇଥିଲେ। ଏପରିକି ବୋଲର ସିରାଜଙ୍କୁ ମଧ୍ୟ ଲାଗୁନଥିଲା ବଲ ବ୍ୟାଟରେ ସମ୍ପର୍କ ହୋଇଛି କିନ୍ତୁ ଉଇକେଟ କିପର ଋଷଭ ନିଜ ଦାବି ରଖିଲେ ଓ ଏହାକୁ ଆଉଟ କରିଦିଆଗଲା।

ଟିମ ଇଣ୍ଡିଆର ବହୁତ ଭଲ ଆରମ୍ଭ:-

ଭାରତୀୟ ଟିମ ଟସ ହାରି ପ୍ରଥମେ ବୋଲିଂ କରିଥିଲା। ପ୍ରଥମ ଓଭରରେ ଇଂଲଣ୍ଡ ନିଜର ପ୍ରଥମ ଉଇକେଟ ହରାଇଥିଲା ଓ 23 ଓଭର ଶେଷ ବେଳକୁ ଇଂଲଣ୍ଡ 58 ରନରେ 2ଟି ଉଇକେଟ ହରାଇଥିଲା। ଏହାପରେ ମହମ୍ମଦ ସିରାଜଙ୍କ ବଲରେ ଜ୍ୟାକ କ୍ରାଉଲି ତୃତୀୟ ସଫଳତା ଭାବରେ ଭାରତକୁ ମିଳିଥିଲା।

ଭାରତ: ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ, ବିରାଟ କୋହଲି, ଚେତେଶ୍ୱର ପୂଜାରା, କେଏଲ ରାହୁଲ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ।

ଇଂଲଣ୍ଡ: ଜୋ ରୁଟ, ରୋରି ବର୍ନ୍ସ, ଡୋମିନିକ ସିବଲି, ଜ୍ୟାକ କ୍ରଲି, ଜନୀ ବେୟାରଷ୍ଟୋ, ଡାନିଏଲ ଲରେନ୍ସ, ଜୋଶ ବଟଲର, ସାମ କରନ୍, ଓଲି ରବିନସନ, ଷ୍ଟୁଆର୍ଟ ବ୍ରଡ୍, ଜିମି ଆଣ୍ଡରସନ।

Leave a Reply

Your email address will not be published. Required fields are marked *