ହୋଟେଲରେ ରହିବା ସମୟରେ ଯଦି ଲୁଚେଇକି ଲଗାଯାଇଥାଏ ସ୍ପାଏ କ୍ୟାମେରା,ତା ହେଲେ କିପରି ଆପଣ ତାକୁ ଖୋଜିକି ପାଇବେ ? ଜାଣନ୍ତୁ ଏହି ଖାସ ଟିପ୍ସ

କୌଣସି ହୋଟେଲରେ ପ୍ରବେଶ କରିବା ମାତ୍ରେ ଯେତେବେଳେ ଆପଣ ରୁମକୁ ପ୍ରବେଶ କରନ୍ତି ତେବେ ପୁରା ରୁମରେ ନଜର ବୁଲେଇକି ଅଜୀବ ଜିନିଷ ଖୋଜିବା ଆରମ୍ଭ କରିଦିଅନ୍ତି|ଯଦି କୌଣସି ଜିନିଷ ଜାଗାରୁ ହଟିଥିବା ଦେଖାଯାଏ ତେବେ ସେଠାରୁ ହଟାଇ ଦିଅନ୍ତୁ|ଏହି ଭଳି ଅଜବ ଡିଜାଇନ ଦେଖାଯିବା‌ ପରେ ହୋଟେଲ ଷ୍ଟାଫ ବା ମ୍ୟାନେଜରକୁ କଲ କରନ୍ତୁ|ପ୍ରକୃତରେ ହିଡେନ କ୍ୟାମେରାର ଆକାର ବହୁତ ଛୋଟ ହୋଇଥାଏ,ତାକୁ କେଉଁଠି ମଧ୍ୟ ସହଜରେ ଲୁଚାଯାଇପାରେ|

ଅଧିକାଂଶ କ୍ୟାମେରା ଲେନ୍ସ ଅଳ୍ପ ଲାଇଟକୁ ମଧ୍ୟ ରିଫ୍ଲେକ୍ଟ କରିନେଇପାରେ|ଏଥିପାଇଁ ଧ୍ୟାନ ରଖନ୍ତୁ ଯେ ରୁମରେ ଲୁଚାଯାଇଥିବା କ୍ୟାମେରା ମଧ୍ୟ ରିଫ୍ଲେକ୍ଟ କରିବ|ରୁମର ଲାଇଟ ବନ୍ଦ କରି ପୁରା ଅନ୍ଧାର କରିଦିଅନ୍ତୁ|ପୁଣି ମୋବାଇଲର ଫ୍ଲାଶ ଲାଇଟରେ ପୁରା କୋଠରୀରେ ନଜର ଦିଅନ୍ତୁ|ଯଦି କୌଣସି ରିଫ୍ଲେକ୍ସନ ନଜର ଆସେ ତେବେ ସେ ଜାଗାକୁ ତୁରନ୍ତ ଚେକ କରନ୍ତୁ|

ଯଦି ରୁମରେ କୈାଣସି ଅଜବ ଜିନିଷ ଦେଖାଯାଏ ବା ଆଉଟ ଅଫ ପ୍ଲେସ ଜିନିଷ ଦେଖାଯାଏ ତେବେ ଫଟାଫଟ ତଉଲିଆରେ ଢାଙ୍କି ଦିଅନ୍ତୁ|ଯଦି କୌଣସି ଅଜବ ଡିଭାଇସ ନଜର ଆସେ ତାକୁ ଅନପ୍ଲଗ କରି ଢାଙ୍କି ଦିଅନ୍ତୁ|ଆପଣ ଚାହାନ୍ତି ଯଦି ଏମିତି ଜିନିଷକୁ ଖୋଜିକି ଆଲମାରୀରେ ଲୁଚେଇ ପାରିବେ|

ଆଜିକାଲି ଟେକ୍ନୋଲୋଜି ବହୁତ ଆଗେଇ ଗଲାଣି|ମୋବାଇଲରେ ଏମିତି ବହୁତ ଆପ୍ସ ରହିଛି ଯାହା ଡାଉନଲୋଡ କରାଯାଇପାରେ ଫଳରେ ଲୁଚାଯାଇଥିବା କ୍ୟାମେରା ଖୋଜା ଯାଇପାରିବ|

ମାର୍କେଟରେ ଏମିତି ସ୍ପାଏ କ୍ୟାମେରା ଡିଭାଇସ ମହଜୁଦ ରହିଛି ଯାହା ସହାୟତାରେ ରୁମରେ ଲୁଚାଯାଇଥିବା କ୍ୟାମେରା ଖୋଜାଯାଇପାରିବ|ଯଦି ଆପଣ ହୋଟେଲରେ ରହିବାକୁ ଚାହୁଁଛନ୍ତି ତେବେ ଏହି ଡିଭାଇସ ରଖନ୍ତୁ|

Leave a Reply

Your email address will not be published. Required fields are marked *