ଶୋକରେ ବଦଳିଗଲା ଖୁସି : ବାହାଘର ସମୟରେ ଆକାଶରୁ ଖସିଲା ବିଜୁଳି, ୧୭ ଲୋକଙ୍କର ମୃ-ତ୍ୟୁ,ଜାଣନ୍ତୁ ପୁରା ଘଟଣା

ବାଂଲାଦେଶରେ ଗୋଟିଏ ବିବାହ ସମାରୋହରେ ଆକାଶର ବିଜୁଳି ଏତେ ଭୟଙ୍କର ରୂପ ନେଲା ଯେ ଗୋଟିଏ ମୁହୂର୍ତ୍ତରେ ହିଁ ଖୁସିଗୁଡିକ ଶୋକରେ ପରିଣତ ହୋଇଗଲା | ଏହି ଖତରନାକ ଦୁ-ର୍ଘ-ଟ-ଣା-ରେ ୧୭ ଜଣ ଲୋକଙ୍କର ମୃ-ତ୍ୟୁ ହୋଇଗଲା ଏବଂ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି |

ଏହି ଦୁର୍ଘଟଣା ବାଂଲାଦେଶର ଚପାଇନୱାବଗଂଜ ଜିଲ୍ଲାର ଶିଵଗଂଜରେ ହୋଇଛି | ଏଠାରେ ନଦୀରେ ଭାସୁଥିବା ଜାହାଜରେ ଜଣେ ବ୍ୟକ୍ତିଙ୍କର ବିବାହ ପାର୍ଟି ଚାଲିଥିଲା | ପାର୍ଟିକୁ ଶହ ଶହ ଲୋକ ମଧ୍ୟ ଆସିଥିଲେ | ସବୁପଟେ ହସ ଖୁସିର ବାତାବରଣ ଥିଲା ଏବଂ ଲୋକମାନେ ଏନଜୟ କରୁଥିଲେ |

କିନ୍ତୁ ଏହାମଧ୍ୟରେ ପାଗ ଖରାପ ହୋଇଯାଏ ଏବଂ ବର୍ଷା ହେବାକୁ ଲାଗେ | ବର୍ଷାଠାରୁ ବଞ୍ଚିବାପାଇଁ ଏବଂ ଶେଲଟର ନେବାପାଇଁ ଲୋକମାନେ ଜାହାଜକୁ ଛାଡି ନଦୀ କୂଳ ଆଡକୁ ଯିବାକୁ ଲାଗେ | ଏହାମଧ୍ୟରେ ସେମାନେ ପ୍ରକୃତିର ବି-ପ-ଦ-ର ଶିକାର ହୋଇଯାନ୍ତି |

ବାସ୍ତବରେ ବର୍ଷା ମଧ୍ୟରେ ଆକାଶରୁ ମାରିଥିବା ବିଜୁଳି କାରଣରୁ ଅନେକ ଲୋକ ଏହା କବଳରେ ଅସିଜାନ୍ତି | କିଛି ସେକେଣ୍ଡ ମଧ୍ୟରେ ହିଁ ଦେଖୁ ଦେଖୁ ୧୭ଜଣ ଲୋକଙ୍କର ଯନ୍ତ୍ରଣାଦାୟକ ମୃ-ତ୍ୟୁ ହୋଇଯାଏ | କେବଳ ଏତିକି ନୁହେଁ, ଆକାଶର ବିଜୁଳିର ଧାସ ଦ୍ୱାରା ଅନେକ ଲୋକ ବହୁତ ଆଘାତ ମଧ୍ୟ ପାଇଛନ୍ତି |

କିଛି ସେକେଣ୍ଡ ମଧ୍ୟରେ ହିଁ ଆକାଶର ଶକ୍ତି ସବୁକିଛି ବର୍ବାଦ କରିଦେଲା | ଦୁର୍ଘଟଣାରେ ବର ମଧ୍ୟ ଆହତ ହୋଇଯାଇଛି | ସହରର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ କିଛି ଲୋକ ନଦୀରେ ବର୍ଷାର ଅନ୍ଧକାରରୁ ବଞ୍ଚିବାପାଇଁ ଜାହାଜ ଛାଡି କୂଳକୁ ଆସିଥିଲେ ଏବଂ ସେତେବେଳେ ବିଜୁଳି ମାରିଥିଲା |

ଯେଉଁ ସମୟରେ ଏହି ଦୁ-ର୍ଘ-ଟ-ଣା ହେଲା, ସେତେବେଳେ କନ୍ୟା ବିବାହ ପାର୍ଟିରେ ନଥିଲା | ଜଣେ ଅଧିକାରୀ କହିଛନ୍ତି ଯେ ଚପାଇନୱାବଗଂଜରେ କିଛି ସେକେଣ୍ଡ ଭିତରେ ଅନେକଥର ଆକାଶରୁ ବିଜୁଳି ମାରିଥିଲା , ଯାହାଦ୍ୱାରା ୧୭ଜଣ ଲୋକଙ୍କର ମୃ-ତ୍ୟୁ ହୋଇଗଲା |

ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶରେ ପ୍ରତିବର୍ଷ ବିଜୁଳି ମାରିବାଦ୍ୱାରା ଶହ ଶହ ଲୋକ ପ୍ରାଣ ହରାଇଥାନ୍ତି | ଏହି ବର୍ଷ ପୁଣିଥରେ ପ୍ରକୃତି ତାଣ୍ଡବ କରି ଚାଲିଗଲା | ଗତ କିଛି ଦିନ ହେବ କକ୍ସ ବଜାରର ଦକ୍ଷିଣପୂର୍ବ ଜିଲ୍ଲାରେ ଗୋଟିଏ ସପ୍ତାହ ପାଇଁ ମୁଷଳଧାରା ବର୍ଷାରେ ପ୍ରାୟ ୨୦ ଜଣ ଲୋକଙ୍କର ମୃ-ତ୍ୟୁ ହୋଇଯାଇଥିଲା |

ଏକ ସରକାରୀ ଗଣନା ଅନୁଯାୟୀ, ୨୦୧୬ ମସିହାରେ ବିଜୁଳି ମାରିବାଦ୍ୱାରା ୨୦୦ରୁ ଅଧିକ ଲୋକଙ୍କର ମୃ-ତ୍ୟୁ ହୋଇଥିଲା | ମେ ମାସରେ ଗୋଟିଏ ଦିନରେ ହିଁ ୮୨ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଥିଲା |

Leave a Reply

Your email address will not be published. Required fields are marked *