ନିଶାସକ୍ତ ଅବସ୍ଥାରେ ମହିଳା ଜଣକ ରାସ୍ତା ଉପରେ ଗାଡ଼ିଗୁଡ଼ିକୁ ଅଟକାଇ କଲେ ଜବରଦସ୍ତ ଡ୍ରାମା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆର ଦୁନିଆରେ ଏପରି ଅନେକ ଭିଡିଓ ଆସିଥାଏ, ଯାହା ଖୁବ ଭାଇରଲ ହୋଇଥାଏ | ଏଥର ପୁଣିଥରେ ଗୋଟିଏ ଭିଡିଓ ଇଣ୍ଟରନେଟ ଦୁନିଆରେ ହେଡଲାଇନରେ ରହିଛି | ବାସ୍ତବରେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ତାହା ଅଗଷ୍ଟ ୩ ତାରିଖ ରାତିରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି | ଏହି ଭିଡିଓରେ ନିଶାସକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ପୁଣେର ତିଳକ ରୋଡ଼ରେ ଗାଡ଼ିଗୁଡ଼ିକ ଅଟକୁଥିବାର ଦେଖାଯାଇପାରେ | ଯାହାପରେ କେହିଜଣେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲା, ସେବେଠାରୁ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି |

ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ମହିଳା ରାସ୍ତା ଉପରେ ଶୋଇରହି ରାସ୍ତା ଯାମ କରୁଛନ୍ତି | ଏହି ଘଟଣା ବିଷୟରେ ସୂଚନା ପାଇବାପରେ ପୋଲିସ ଘଟଣାସ୍ଥଳରେ ପହଁଚିଲା ଏବଂ ମହିଳାଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲା | ଏହି ଘଟଣା ପ୍ରାୟ ରାତି ୧୧ଟା ସମୟର ଅଟେ | ଖବର ଅନୁଯାୟୀ,ମହିଳାଙ୍କ ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ପଞ୍ଜିକରଣ କରାଯାଇନାହିଁ | ବର୍ତ୍ତମାନ ସୁଦ୍ଧା ଏହା ମଧ୍ୟ ଜଣାପଡି ନାହିଁ ଯେ, ପ୍ରକୃତରେ ସେହି ମହିଳା କିଏ | କିନ୍ତୁ ଭିଡିଓ ସାମ୍ନାକୁ ଆସିବାପରେ ସମସ୍ତେ ମହିଳାଙ୍କ କାର୍ଯ୍ୟକଳାପକୁ ଦେଖି ରାଗୁଛନ୍ତି |

ଏଠାରେ ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଭାଇରଲ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ନିଶାସକ୍ତ ଅବସ୍ଥାରେ ଥିବା ମହିଳା ଭିଡ଼ ଥିବା ରାସ୍ତା ଉପରେ ଶୋଇରହି ଗାଡିଗୁଡିକୁ ଅଟକାଉଛନ୍ତି | ମହିଳା ଜଣକ ଯିବା ଆସିବା କରୁଥିବା ଗାଡ଼ିଗୁଡ଼ିକ ଆଗରେ ଶୋଇଥିବାର ଦେଖାଯାଉଛି ଏବଂ ସେ ଏକ ନାଲି ରଙ୍ଗର ଟି ସାର୍ଟ ମଧ୍ୟ ପିନ୍ଧିଛନ୍ତି | ମହିଳାଙ୍କୁ ରାସ୍ତା ଉପରେ ଏମିତି ଶୋଇ ରହିଥିବାର ଦେଖି ଲୋକମାନେ ନିଜ ଗାଡିଗୁଡିକର ସ୍ପିଡ଼କୁ କମ କରିଦିଅନ୍ତି | ସେହିପରି କିଛି ଲୋକ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିବାକୁ ଲାଗନ୍ତି |

ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରାଯିବା ମାତ୍ରେ ହିଁ ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଲେଖିବା ଆରମ୍ଭ କରିଦେଲେ | ଜଣେ ୟୁଜର ଭିଡିଓ ଦେଖିବାପରେ ଲେଖିଛନ୍ତି ଯେ ପ୍ରଥମେ ଲଖନଉରେ ସର୍ବସାଧାରଣ ଆଗରେ ଜଣେ କ୍ୟାବ ଡ୍ରାଇଭରଙ୍କୁ ଚାପୁଡ଼ା ମରାଗଲା | ବର୍ତ୍ତମାନ ଏହି ଦୃଶ୍ୟ ମଧ୍ୟ ଦେଖି ନିଅନ୍ତୁ | ଗୋଟିଏ ପଟେ ଯେଉଁଠାରେ କିଛି ଲୋକ ମହିଳାଙ୍କ ଉପରେ ରାଗିଥିଲେ, ସେହିପରି କିଛି ଲୋକ ସୋସିଆଲ ମିଡିଆରେ ଏହି ମାମଲାରେ ଆକ୍ସନ ନେବାପାଇଁ ମଧ୍ୟ କହିଛନ୍ତି |

Leave a Reply

Your email address will not be published. Required fields are marked *