IDBI ବ୍ୟାଙ୍କରେ ଖାଲି ରହିଛି ୯୨୦ ପଦବୀ: ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

IDBI ବ୍ଯାଙ୍କରେ ଚାକିରି କରିବାକୁ ଇଚ୍ଛା ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଠାରେ ଏକ୍ଜକ୍ଯୁଟିଭ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଆବେଦନ କରିବାକୁ ଇଛୁକ ଥିବା ଯୋଗ୍ଯ ପ୍ରାର୍ଥୀ ଅଧିକାରକ ୱେବସାଇଟ idbibank.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ତାରିଖ ୪ ଅଗଷ୍ଟରୁ ଆରମ୍ଭ ହୋଇଛି।

ଏହାବ୍ୟତୀତ ଯୋଗ୍ୟ ପ୍ରାର୍ଥୀ https://ibpsonline.ibps.in/idbirecaug21/ ରେ କ୍ଲିକ କରି ଆବେଦନ କରିପାରିବେ। ଏହା ସହିତ ଲିଙ୍କ https://idbibank.in/pdf/careers/Executive03082021.pdf ଜରିଆରେ ସମସ୍ତ ବିବରଣୀ ସମ୍ପର୍କରେ ଦେଖିପାରିବେ। ଏହି ପଦବୀ ପାଇଁ ୯୨୦ ପଦବୀ ଖାଲି ରହିଛି।

ଜରୁରୀ ତାରିଖ:

ଆବେଦନ କରିବା ପାଇଁ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୮ରେ ଶେଷ ହେବ।

ପଦବୀ ବିବରଣୀ:

୯୨୦ ପଦବୀ

ଅଣ ସଂରକ୍ଷିତ: ୩୭୩

ଅନୁସୂଚିତ ଜାତି: ୧୩୮

ଅନୁସୂଚିତ ଜନଜାତି: ୬୯

ଓବିସି: ୨୪୮

EWC: ୯୨

ଶିକ୍ଷାଗତ ଯୋଗ୍ଯତା:

ଏହି ପଦବୀ ପାଇଁ କୌଣସି ମାନ୍ଯତାପ୍ରାପ୍ତ ବିଶ୍ବବିଦ୍ଯାଳୟରୁ ସର୍ବନିମ୍ନ ୫୫% ମାର୍କ ସହିତ ଗ୍ରାଜୁଏଟ (ଏସସି/ଏସଟି/PWD ପାଇଁ ୫୦%) ମାର୍କ ରଖିଥିବା ଦରକାର।

ବୟସ ସୀମା:

ଯୋଗ୍ୟ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷ ଏବଂ ସର୍ବାଧିକ ୨୫ ବର୍ଷ ହୋଇଥିବା ନିହାତି ଜରୁରୀ।

ଆବେଦନ ଶୁଳ୍କ:

SC/ST/PWD ଙ୍କ ପାଇଁ ୨୦୦ ଟଙ୍କା ଏବଂ ଅନ୍ଯ ମାନଙ୍କ ପାଇଁ ୧୦୦୦ ଟଙ୍କା ରହିଛି।

ଦରମା:

ପ୍ରଥମ ବର୍ଷ ମାସକୁ ୨୯,୦୦୦ ଟଙ୍କା ରହିଥିବା ସମୟରେ ଦ୍ବିତୀୟ ବର୍ଷ ମାସକୁ ୩୧ ହଜାର ଟଙ୍କା ରହିବ। ଆଉ ସେହିପରି ଭାବରେ ୩ୟ ବର୍ଷରୁ ପ୍ରତି ମାସକୁ ୩୪ ହଜାର ଟଙ୍କା ଦରମା ରହିବ।

ଚୟନ ପ୍ରକ୍ରିୟା:

ଚୟନ ଅନଲାଇନ ଟେଷ୍ଟ ମାଧ୍ୟମରେ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.